Posted inଫୁରସତ

ଏହି ଛୋଟ ପିଲାକୁ ଚାଇନାର ଏତେ ଡର ଯେ କରିନେଇଥିଲା ଅପହରଣ, ଏଯାଏ ମିଳୁନି ପତ୍ତା

ଚାଇନା ବିଶ୍ୱର ସର୍ବାଧିକ ଜନବହୁଳ ଦେଶ। ଏହାର ରାଷ୍ଟ୍ରପତି ଜି ଜିନପିଙ୍ଗ ସର୍ବଦା ଦାଦାଗିରି କରୁଥିବା ଦେଖିବାକୁ ମିଳେ। ହେଲେ ବିଗତ ଦିନରେ ଜଣେ ଛୋଟ ପିଲାକୁ ସରକାର ଏଭଳି ଡରିଗଲେ ଯେ ତାକୁ ଅପହରଣ କରି ଗାଏବ କରିଦେଇଛନ୍ତି। ୮ ବର୍ଷର ଉକ୍ତ ବାଳକ ଏବେ କେଉଁଠି, ଜୀବିତ କି ମୃତ ସେନେଇ କେହି କିଛି ବି ଜାଣିନାହାନ୍ତି। ଏହି ବାଳକ ଗେଡୁନ୍ ଚୋକି ନିମାଙ୍କୁ ତିବ୍ବତର ଦ୍ୱିତୀୟ ସର୍ବାଧିକ ପ୍ରଭାବଶାଳୀ ବ୍ୟକ୍ତି ଭାବେ ଗଣାଯାଏ। ତାଙ୍କୁ ପଞ୍ଚେନ୍‌ ଲାମା କୁହାଯାଏ, ଯିଏ ଦଲାଇ ଲାମାଙ୍କ ପରେ ଆସିଥାନ୍ତି। ତାଙ୍କର ଚୟନ ଦଲାଇ ଲାମା କରିଥାନ୍ତି। ଦଲାଇ ଲାମାଙ୍କ ମୃତ୍ୟୁ ପରେ ପଞ୍ଚେନ ଲାମା ହିଁ ଆଗାମୀ ଦଲାଇ ଲାମାଙ୍କ ବିଷୟରେ ସମସ୍ତଙ୍କୁ ଅବଗତ କରିଥାନ୍ତି।

ଯେତେବେଳେ ଚାଇନା ତିବ୍ବତ ଉପରେ ଆକ୍ରମଣ କରିଥିଲା ସେତେବେଳେ ୧୫ତମ ଦଲାଇ ଲାମା ଭାରତ ଚାଲିଆସିଥିଲେ। ଏଠାରୁ ହିଁ ସେ ତିବ୍ବତ ସରକାର ଚଳାଇଥିଲେ। ୧୯୯୫ରେ ଯିଏ ପଞ୍ଚେନ ଲାମା ହୋଇଥିଲେ, ତାଙ୍କର ବୟସ ୮ ବର୍ଷ ଥିଲା। ସେ ତିବ୍ବତରେ ହିଁ ଥିଲେ। ପରେ ତାଙ୍କୁ ଚାଇନା ଅପହରଣ କରି ନେଇଥିଲା। ଯଦି ପଞ୍ଚେନ ଲାମା ଆଗାମୀ ଦଲାଇ ଲାମାଙ୍କୁ ବାଛି ନିଅନ୍ତି ଏବଂ ସେ ଚାଇନା ବିରୋଧରେ ହୋଇଯାଆନ୍ତି ତେବେ ତିବ୍ବତ ହାତରୁ ଚାଲିଯିବ ବୋଲି ସରକାରଙ୍କ ଡର ରହିଥିଲା। ଏବେ ଚାଇନା ନିଜେ ଜଣେ ପଞ୍ଚେନ ଲାମା ଠିକ୍‌ କରିଛି। ତାଙ୍କୁ ତିବ୍ବତ କି ଦଲାଇ ଲାମା ମାନୁ ନାହାନ୍ତି। ଏପରିକି ଚାଇନା ଦଲାଇ ଲାମାଙ୍କ ମୃତ୍ୟୁ ପରେ ନିଜର ଦଲାଇ ଲାମା ନିଯୁକ୍ତ କରିବାକୁ ଚାହୁଁଥିବା ବେଳେ ଏହାକୁ ବୌଦ୍ଧଧର୍ମାବଲମ୍ବିମାନେ ସ୍ବୀକାର କରୁ ନ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri