ଡ୍ରାଗନ୍‌ର ବଡ଼ ଚାଲ୍‌…ଭାରତକୁ ‘ଟୁ ଆଣ୍ଡ ହାଫ୍‌ ଫ୍ରଣ୍ଟ ଓ୍ବାର୍‌’ରେ ଫସାଇ ରଖିବାକୁ ଚାହୁଁଛି ଚାଇନା

ନୂଆଦିଲ୍ଲୀ,୧୬।୭: ବର୍ଷ ବର୍ଷ ଧରି ଚାଇନା ଆତଙ୍କବାଦୀଙ୍କୁ ସମର୍ଥନ କରିଆସୁଛି। ଏହାର ଅନେକ ଉଦାହରଣ ଦୁନିଆର ବଡ ମଞ୍ଚରେ ମଧ୍ୟ ଦେଖିବାକୁ ମିଳେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଯେତେବେଳେ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ବିଷୟରେ କଥା ପଡେ, ସେତେବେଳେ ଚାଇନା ସେମାନଙ୍କୁ କଳା ତାଲିକାଭୁକ୍ତ କରିବାର ପ୍ରସ୍ତାବ ଉପରେ ବୈଷୟିକ ଭାବେ ରୋକ ଲଗାଇ ଦେଇଥାଏ।

ୟୁଏନ୍‌ଏସ୍‌ସି ଅଧୀନରେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ବିଶ୍ୱ ଆତଙ୍କବାଦୀ ଭାବେ ନାମିତ କରିବାକୁ ଭାରତ ବାରମ୍ବାର ପ୍ରସ୍ତାବ ଦେଇଆସୁଛି। ହେଲେ ଚାଇନା ପ୍ରତ୍ୟେକ ଥର ଏଥିରେ ରୋକ ଲଗାଉଛି। ଏଥିପାଇଁ ଭାରତ ଅନେକ ଥର ଚାଇନାକୁ ଟାର୍ଗେଟ କରିଛି। ଚାଇନା ଅନେକ ଥର ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବାରେ ବାଧା ସୃଷ୍ଟି କରିଛି। ଦୁନିଆର କେତେକ ବଡ଼ ଆତଙ୍କବାଦୀଙ୍କୁ ନିଷେଧ କରିବା ସମୟରେ ମଧ୍ୟ ଚୀନ ସେମାନଙ୍କୁ ବଞ୍ଚାଇବାକୁ ଆଗେଇ ଆସୁଛି।

ଚଳିତ ବର୍ଷ ପାକିସ୍ତାନରେ ବିଦ୍ରୋହୀ ଗୋଷ୍ଠୀର ଆକ୍ରମଣ ବହୁତ ବୃଦ୍ଧି ପାଇଛି। ଖଓ୍ବେର ପଖ୍‌ତୁନଖ୍ବାଠାରୁ ବାଲୁଚିସ୍ତାନ ପର୍ଯ୍ୟନ୍ତ ବିଦ୍ରୋହୀ ସଂଗ୍ରାମୀମାନେ ଚାଇନା ସହ ଜଡିତ ନିବେଶ ଉପରେ ବଡ଼ ଆକ୍ରମଣ କରିଛନ୍ତି। ମାର୍ଚ୍ଚରେ ହୋଇଥିବା ଏକ ବଡ଼ ଆକ୍ରମଣରେ ଡାସୁ ହାଇଡ୍ରୋ ପାୱାର ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ୫ ଜଣ ଚାଇନା ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା।

ସିପିଇସି (ଚାଇନା ପାକିସ୍ତାନ ଇକୋନୋମିକ କରିଡର) ଯୋଜନା ଜାରି ରଖିବାକୁ ଚାଇନା ପାକିସ୍ତାନର ଆତଙ୍କବାଦୀଙ୍କ ସହ କୌଣସି ପଙ୍ଗା ନେବାକୁ ଚାହୁଁନାହିଁ। ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡରରେ ଚାଇନା ନିଜର ଉଚ୍ଚାଭିଳାଷୀ ଯୋଜନା ବେଲ୍ଟ ଆଣ୍ଡ ରୋଡ ଇନିସିଏଟିଭ୍‌ (ବିଆର୍‌ଆଇ) ଅଧୀନରେ ୬୨ ବିଲିୟନ ଡଲାର ବିନିଯୋଗ କରିଛି। ଏଣୁ ସେ ଏହି ଯୋଜନାକୁ ଯେକୌଣସି ମୂଲ୍ୟରେ ସମାପ୍ତ କରିବାକୁ ଚାହୁଁଛି।

ଇଣ୍ଟେଲିଜେନ୍ସ ଏଜେନ୍ସିଗୁଡ଼ିକର ମଧ୍ୟ ପ୍ରମାଣ ଅଛି ଯେ ଚାଇନା ଭାରତ ବିରୋଧରେ ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହାୟତା ଯୋଗାଉଛି। ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ପାକିସ୍ତାନୀ ସେନା ବର୍ତ୍ତମାନ ଚାଇନାର ସହାୟତା ନେଉଛି। ଉଭୟେ ଆତଙ୍କବାଦୀଙ୍କୁ ଆଧୁନିକ ଉପକରଣ ଯୋଗାଉଛନ୍ତି। ଚାଇନାର ଏକ ସ୍ବତନ୍ତ୍ର ଉପକରଣ ଆତଙ୍କବାଦୀଙ୍କ ହାତରେ ପହଞ୍ଚିଛି।

ରାଡାରକୁ ଏଡ଼ାଇବା ପାଇଁ ଆତଙ୍କବାଦୀଙ୍କୁ ଅଲ୍ଟ୍ରା ସେଟ୍‌ ଦିଆଯାଉଛି। ଏହାଦ୍ୱାରା ସୁରକ୍ଷା ବାହିନୀର ଚିନ୍ତା ବଢ଼ିଛି। ସେନା କହିଛି ଯେ ଏହି ଯନ୍ତ୍ରପାତି ପାକିସ୍ତାନୀ ସେନା ଦ୍ୱାରା ବ୍ୟବହୃତ ହେଉଛି ଏବଂ ଏହାକୁ ଚାଇନା ଦେଇଛି। ଏବେ ଏମାନେ ଆତଙ୍କବାଦୀଙ୍କ ହାତରେ ଲାଗିଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ପାକିସ୍ତାନ ଏବଂ ଚାଇନା ଭାରତ ବିରୋଧରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛନ୍ତି।

ଗଲୱାନ ଘଟଣା ପରଠାରୁ ଭାରତ ସମୁଦାୟ ଏଲ୍‌ଏସି ଯାଏ ମୋଟ ୨ ଲକ୍ଷ ଯବାନ ନିୟୋଜିତ କରିଛି। ଚୀନ ସୀମା ନିକଟରେ ଭାରତୀୟ ସେନାର ଭାରୀ ତଥା କାଉଣ୍ଟର-ନିୟୋଜନ ପରଠାରୁ ଚାଇନା ବାଉଳି ହେଉଛି। ଏପରିକି ଉଭୟ ଫ୍ରଣ୍ଟରେ ଭାରତୀୟ ସେନାର ଧ୍ୟାନ ଭଙ୍ଗ କରିବାକୁ ଏକ ସୁଚିନ୍ତିତ ରଣନୀତି ଭାବରେ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri