ନୂଆବର୍ଷରେ ଧମକ ଦେଲା ଚାଇନା:ଆମକୁ କେହି…

ବେଜିଂ,୧।୧: ସମଗ୍ର ବିଶ୍ୱରେ ନୂତନ ବର୍ଷ ଉତ୍ସବରେ ସମସ୍ତେ ଶାନ୍ତି ପାଇଁ ପ୍ରାର୍ଥନା କରୁଥିବାବେଳେ ଚାଇନା ନୂଆବର୍ଷରେ ଧମକ ଦେବା ବନ୍ଦ କରୁନାହିଁ। ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ ତାଙ୍କ ନୂଆ ବର୍ଷର ବାର୍ତ୍ତାରେ ତାଇୱାନ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ତାଇୱାନ ଉଭୟ ପାର୍ଶ୍ୱରେ ରହୁଥିବା ଆମେ ଚାଇନିଜ ଗୋଟିଏ ପରିବାର। ଆମ ବନ୍ଧନକୁ କେହି କେବେ ଭାଙ୍ଗି ପାରିବେ ନାହିଁ।
ଚାଇନା ତାଇୱାନକୁ ଏହାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବିବେଚନା କରେ ଏବଂ ‘ଏକ ଚାଇନା’ ନୀତି ଆପଣେଇଥିବାବେଳେ ଏହାକୁ କୂଟନୈତିକ ପ୍ରାଥମିକତା ମଧ୍ୟରେ ଅନ୍ତର୍ଭୁକ୍ତ କରେ। ସି ଜିନପିଙ୍ଗ ତାଙ୍କର ତୃତୀୟ କାର୍ଯ୍ୟକାଳ ମଧ୍ୟରେ ତାଇୱାନକୁ ଚାଇନା ସହିତ ମିଳିତ କରିବାକୁ ପ୍ରାଧାନ୍ୟ ଦେଇଛନ୍ତି। ସେ ଏହାକୁ ତାଙ୍କର ମୁଖ୍ୟ ସାମରିକ ଏବଂ କୂଟନୈତିକ ରଣନୀତିର ଏକ ଅଂଶ ଭାବରେ ବିବେଚନା କରନ୍ତି।
ଜିନ୍‌ପିଙ୍ଗ ତାଙ୍କ ସମ୍ବୋଧନରେ କହିଛନ୍ତି, ଚାଇନା ବିଶ୍ୱ ଶାସନ ସଂସ୍କାରକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛି ଏବଂ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ। ସେ ‘ଗ୍ଲୋବାଲ ସାଉଥ’ ଦେଶଗୁଡିକ ସହ ସହଯୋଗ ଏବଂ ଏକତାକୁ ଦୃଢ କରିବା ବିଷୟରେ କହିଥିଲେ। ପରିବର୍ତ୍ତନ ଏବଂ ଅଶାନ୍ତିରେ ପରିପୂର୍ଣ୍ଣ ଏକ ବିଶ୍ୱରେ ଚାଇନା ଏକ ଦାୟିତ୍ୱବାନ ଦେଶ ଭାବରେ ବିଶ୍ୱ ସମସ୍ୟାର ସମାଧାନ ଖୋଜିବାରେ ସହଯୋଗ କରୁଛି।
ନୂତନ ବର୍ଷର ବାର୍ତ୍ତାରେ ସିଙ୍କର ଅନ୍ୟ ଏକ ମୁଖ୍ୟ ଉଦ୍ଦେଶ୍ୟ ଥିଲା ଅର୍ଥନୀତି ବିଷୟରେ ଜନସାଧାରଣଙ୍କୁ ଆଶ୍ୱାସନା ଦେବା। କୋଭିଡ-୧୯ ମହାମାରୀ ପରେ ଚାଇନାର ଅର୍ଥନୀତିରେ ହ୍ରାସ ଘଟିଛି, ରିଅଲ ଇଷ୍ଟେଟ କ୍ଷେତ୍ରର ପତନ ଏବଂ ବ୍ୟାପକ ବେକାରୀ ଏହାର ମୁଖ୍ୟ କାରଣ ଅଟେ। ୨୦୨୪ରେ ଚାଇନାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୧୩୦ ଟ୍ରିଲିୟନ ୟୁଆନ (ପ୍ରାୟ ୧୮.୦୮ ଟ୍ରିଲିୟନ ଆମେରିକୀୟ ଡଲାର)ରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଆହୁରି ମଧ୍ୟ ଶସ୍ୟ ଉତ୍ପାଦନ ୭୦ କୋଟି ଟନ ଅତିକ୍ରମ କରିଛି। ବୈଦ୍ୟୁତିକ ଯାନ ରପ୍ତାନି ବୃଦ୍ଧି ବିଷୟରେ ମଧ୍ୟ ସେ କହିଥିଲେ, ଯଦିଓ ଆମେରିକା ଏବଂ ୟୁରୋପୀୟ ୟୁନିଅନ ଦ୍ୱାରା ଆମଦାନୀ ଶୁଳ୍କ ଏଥିରେ ବାଧା ସୃଷ୍ଟି କରୁଛି।
ରାଷ୍ଟ୍ରପତି ସିଙ୍କ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତ୍ୟାବର୍ତ୍ତନ ସବୁଠାରୁ ବଡ ଆହ୍ବାନ ଭାବରେ ଉଭା ହୋଇଛି। ଟ୍ରମ୍ପ ତାଙ୍କର ପ୍ରଥମ କାର୍ଯ୍ୟକାଳରେ ଚାଇନା ଉପରେ ୩୮୦ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଆମଦାନୀ ଶୁଳ୍କ ଲଗାଇଛନ୍ତି ଏବଂ ଚାଇନା ଆମେରିକା ପ୍ରତି ବିଶ୍ୱାସଘାତକତା କରିଥିବା ଅଭିଯୋଗ କରିଛନ୍ତି। ନିକଟରେ ହୋଇଥିବା ନିର୍ବାଚନ ପ୍ରଚାରରେ ଟ୍ରମ୍ପ ଚାଇନା ଆମଦାନୀ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଥିଲେ। ସେ ଚାଇନା ଟେକ୍ନୋଲୋଜି କମ୍ପାନୀଗୁଡିକୁ ନିଷେଧ କରିବା ଏବଂ କୋଭିଡ-୧୯ ମହାମାରୀ ପାଇଁ ଚୀନ ଦାୟୀ କରିବା ଭଳି ପ୍ରସଙ୍ଗକୁ ମଧ୍ୟ ଦୃଢ ଭାବରେ ଉଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?