ଆମେରିକା-ବ୍ରାଜିଲ-ସୌଦି ମୁଣ୍ଡରେ ଅଠା ବୋଳିଲା ଚାଇନା…

ବେଜିଂ,୩୧।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀର ଉତ୍ପତ୍ତି ନେଇ ଚାଇନା ଅନ୍ୟ ମୁଣ୍ଡରେ ଅଠା ବୋଳିବା ଲାଗି ଅଣ୍ଟା ଭିଡ଼ିଛି। ଆମେରିକା ତଦନ୍ତକାରୀ ସଂସ୍ଥା ପକ୍ଷରୁ କରୋନା ସୃଷ୍ଟି ଆଉ କେବେ ଜଣାପଡ଼ିବ ନାହି ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ଚାଇନାର ନୂଆ ଥିଓରୀ ପ୍ରକାଶ କରିଛି। ଏଥିରେ କରୋନା ସଂକ୍ରମଣ ବ୍ୟାପିବା ଲାଗି ଆମେରିକା, ବ୍ରାଜିଲ୍‌ ଏବଂ ସୌଦିକୁ ଦାୟୀ କରିଛି। ଏଥିପାଇଁ ଟୁଇଟରଠାରୁ ଆରମ୍ଭ କରି ଚାଇନାର ମିଡିଆ ପର୍ଯ୍ୟନ୍ତ ଏକ ଜବରଦସ୍ତ ଅଭିଯାନ ଆରମ୍ଭ କରାଯାଇଛି। ଏକ ରିପୋର୍ଟରୁ ଜଣାପଡିଛି ଯେ ଚାଇନାର ଗଣମାଧ୍ୟମ ଏହାର ନୂତନ ଥିଓରୀକୁ ସତ୍ୟରେ ପରିଣତ କରାଇବା ଲାଗି ବହୁ ନକଲି ଆକାଉଣ୍ଟ ମଧ୍ୟ ଖୋଲିଛି।

ଚାଇନାର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଆମେରିକା, ସୌଦି, ବ୍ରାଜିଲ ଭଳି ଦେଶ ସମଗ୍ର ବିଶ୍ୱରେ କରୋନା ମହାମାରୀ ସଂକ୍ରମଣ ଲାଗି ଦାୟୀ।ଆମେରିକାର ଘୁଷୁରି ମାଂସ, ବ୍ରାଜିଲର ଗୋମାଂସ, ସୌଦିର ଚିଙ୍ଗୁଡ଼ି ଏବଂ ଆମେରିକାର  ଲବଷ୍ଟର କୋଭିଡ -୧୯ ସଂକ୍ରମଣର ମୁଖ୍ୟ କାରଣ।

ଚାଇନାକୁ ସମର୍ଥନ କରୁଥିବା ନକଲି ଆକାଉଣ୍ଟଗୁଡ଼ିକ ସମ୍ପର୍କରେ ତଥ୍ୟ ମଧ୍ୟ ପ୍ରକାଶ ପାଇଛି। ଚାଇନାକୁ ସମର୍ଥନ କରୁଥିବା ଆକାଉଣ୍ଟ ସମ୍ପର୍କରେ ଅନୁସନ୍ଧାନକାରୀ ମାର୍ସେଲ ସ୍କ୍ଲିବସ ଲେଖିଛନ୍ତି ଯେ, ଏହି ନୂଆ ଥିଓରୀକୁ ନକଲି ଆକାଉଣ୍ଟରେ ସମର୍ଥନ କରାଯାଇଛି। କରୋନା ମହାମାରୀ ପାଇଁ ଥଣ୍ଡା ମାଂସକୁ ଏସବୁ ନକଲି ଆକାଉଣ୍ଟ ଦାୟୀ କରୁଛନ୍ତିି। ସେ କହିଛନ୍ତି ଯେ କୋଭିଡ -୧୯ ମହାମାରୀ ପାଇଁ ଆମେରିକା, ବ୍ରାଜିଲ, ସାଉଦି ଆରବ ଦାୟୀ ବୋଲି ଚାଇନା ପ୍ରମାଣ କରିବାକୁ ଚେଷ୍ଟା କରୁଛି। ସ୍କ୍ଲେବସ ଟୁଇଟରରେ ଚାଇନାକୁ 18 ମାସ ସମର୍ଥନ କରିଥିବା ଆକାଉଣ୍ଟକୁ ବିଶ୍ଳେଷଣ କରିଥିଲେ। କୋଲକାତା କନସୁଲେଟରେ ଜଣେ ଚାଇନା କୂଟନୀତିଜ୍ଞଙ୍କ ଦ୍ୱାରା ଏହି ସମସ୍ତ ନକଲି ଆକାଉଣ୍ଟକୁ ପ୍ରୋତ୍ସାହନ ମିଳୁଥିଲା।

କରୋନାର ଏନ୍ତୁଡ଼ିଶାଳ ସାଜିଥିବା ଉହାନ ରିପୋର୍ଟକୁ ଏଡାଇବା ପାଇଁ ଚାଇନା ଏହି ନୂଆ ଥିଓରୀର ପ୍ରଚାର କରୁଛି। ରିପୋର୍ଟରେ କୁହାଯାଇଛି ଯେ କୋଭିଡ -୧୯ ସଂକ୍ରମଣ ପାଇଁ ଚାଇନାର ଉହାନ ସହରକୁ କେତେକ ଦାୟୀ କରୁଛନ୍ତିି। ସମଗ୍ର ବିଶ୍ୱର ବୈଜ୍ଞାନିକମାନେ ସନ୍ଦେହ କରୁଛନ୍ତି ଯେ ଚାଇନାର ଉହାନ ଲାବୋରେଟୋରୀରେ ଦୂଷିତ ମାଂସ ବ୍ୟବହାର କରିବା ଯୋଗୁ କୋଭିଡ -୧୯ ବ୍ୟାପିଛି। ଏହି ସିଦ୍ଧାନ୍ତକୁ ଭୁଲ ପ୍ରମାଣ କରିବାକୁ ଚାଇନା ନିଜର ଏକ ନୂତନ ଥିଓରୀ ଆଣିଛି। ବର୍ତ୍ତମାନ ଏହା ଦୂଷିତ ମାଂସ କଥା କହି ଅନ୍ୟ ଦେଶକୁ କରୋନା ସଂକ୍ରମଣ ଲାଗି ଟାର୍ଗେଟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri