ଭାରତକୁ ପ୍ରଂଶସା ଓ ଆମେରିକାକୁ ନିନ୍ଦା କଲା ଚାଇନା ଗଣମାଧ୍ୟମ

ବେଜିଂ,୯।୯: ଜି-୨୦ ଶିଖର ସମ୍ମିଳନୀ ଦୁଇ ଦିନ ଧରି ଭାରତରେ ଅନୁଷ୍ଠିତ ହୋଇଯାଇଛି। ୩୦ଟି ଦେଶର ପ୍ରମୁଖ ରାଷ୍ଟ୍ରନେତା ବୈଠକରେ ଯୋଗ ଦେଇଛନ୍ତି। କେବଳ ଚାଇନା ଓ ଋଷିଆ ରାଷ୍ଟ୍ରପତି ସମ୍ମିଳନୀରେ ଯୋଗ ନେଇ ନାହାନ୍ତି। ତେବେ ଏହାରି ଭିତରେ ଚାଇନାର ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସ ଜି-୨୦ରେ ଭାରତର ଅଧ୍ୟକ୍ଷତାକୁ ନେଇ ଏକ ଆଲେଖ୍ୟ ପ୍ରକାଶ କରିଛି। ଆର୍ଟିକିଲରେ ସେ ଭାରତର ପ୍ରଶଂସା କରଛି। ଏଥି ସହିତ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଟାର୍ଗେଟ କରିଛି।

ଆଲେଖ୍ୟରେ ଗ୍ଲୋବାଲ ଟାଇମ୍ସ କହିଛି ଯେ, ପ୍ରଥମ ଥର ପାଇଁ ଭାରତ ବହୁପକ୍ଷୀୟ କୂଟନନୈତିକ ସମ୍ମିଳନୀ ଆୟୋଜନ କରୁଛି। ପ୍ରସ୍ତୁତିକୁ ଦେଖିଲେ ଲାଗୁଛି ଯେ ଭାରତ ଏହାକୁ ଗୁରୁତ୍ୱ ଦେଇଛି। ଭାରତ ଅନୁଭବ କରୁଛି ଯେ ଏହାର ସଫଳ ଆୟୋଜନ ବିଶ୍ୱରେ ନିଜର ସ୍ଥିତି ସୁଦୃଢ କରିବ।

ଆମେରିକା ଓ ଅନ୍ୟ ପାଶ୍ଚାତ୍ୟ ଦେଶ, ଯେଉଁମାନେ ପ୍ରାୟତଃ ଭାରତ ସହିତ ଛିଡା ହେବାକୁ ଦାବି କରନ୍ତି, ସେମାନେ ଜି-୨୦ ଦେଶ ମଧ୍ୟରେ ମତଭେଦ ସୃଷ୍ଟି କରନ୍ତି। ଜି୨୦ ହେଉଛି ବିଶ୍ୱର ଏକ ପ୍ରମୁଖ ଅର୍ଥନୈତିକ ସହଯୋଗ ଫୋରମ, କିନ୍ତୁ ଏଠାରେ ସେମାନେ ତାଙ୍କର ଏଜେଣ୍ଡାକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି ବୋଲି ଆଲେଖ୍ୟରେ କୁହାଯାଇଛି।

ଗ୍ଲୋବାଲ ଟାଇମ୍ସ ଚିନ୍ତା ପ୍ରକଟ କରିଛି ଯେ ପାଶ୍ଚାତ୍ୟ ଯୋଗୁ ଇତିହାସରେ ପ୍ରଥମ ଥର ପାଇଁ ମିଳିତ ଘୋଷଣାନାମା ପ୍ରକାଶ ପାଇ ପାରିବ ନାହିଁ ବୋଲି ଆଶଙ୍କା ରହିଛି। ଜି୨୦ ଶିଖର ସମ୍ମିଳନୀରେ ଭାରତ ୬ଟି ପ୍ରାଥମିକତା ଘୋଷଣା କରିଛି । ସବୁଜ ଅଭିବୃଦ୍ଧ, ଜଳବାୟୁ ପରିବର୍ତ୍ତନ, ଅନ୍ତର୍ଭୂକ୍ତ ଅଭିବୃଦ୍ଧି, ଡିଜିଟାଲ ଅର୍ଥନୀତିରେ ଉନ୍ନତି, ଜନସାଧାରଣ ଭିତ୍ତିଭୂମି, ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନ ଏବଂ ସାମାଜିକ ଅର୍ଥନୈତିକ ପ୍ରଗତି ପାଇଁ ମହିଳା ସଶକ୍ତିକରଣ।

ଗ୍ଲୋବାଲ ଟାଇମ୍ସ ଆହୁରି କହିଛି, ଏହି ଏଜେଣ୍ଡା ବଦଳରେ ପାଶ୍ଚାତ୍ୟ ଦେଶମାନେ ଋଷିଆ-ୟୁକ୍ରେନ ବିବାଦ ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଭାରତ ୟୁକ୍ରେନର ପ୍ରତିନିଧୀଙ୍କୁ ଜି-୨୦କୁ ନିମନ୍ତ୍ରଣ କରିନାହିଁ। ଗ୍ଲୋବାଲ ଟାଇମ୍ସ ଏହାକୁ ପ୍ରଶଂସା କରଛି। ଏହି ଏଜେଣ୍ଡାରୁ ଦେଖିଲେ ଜଣାଯାଏ କି ଭାରତ ଅର୍ଥନୈତିକ ସଂସ୍କାର ଏବଂ ବହୁପକ୍ଷୀୟ କୂଟନୈତିକତା ଉପରେ ଧ୍ୟାନ ଦେଇଛି। ଯାହାକି ସର୍ବଦା ଜି-୨୦ ଫୋରମର ମୁଖ୍ୟ ଥିମ ରହିଆସିଛି। କିନ୍ତୁ ପାଶ୍ଚାତ୍ୟ ଏବଂ ଆମେରିକା ଏହା ଆଦୌ ଚାହାନ୍ତି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri