୧୧୮ ଆପ୍‌ ବ୍ୟାନକୁ ଚାଇନାର ବିରୋଧ

ନୂଆଦିଲ୍ଲୀ,୪।୯: ଭାରତ ସରକାର ବୁଧବାର ୧୧୮ ଚାଇନା ଆପ୍‌ ବିରୋଧରେ କଟକଣା ଲଗାଇଛନ୍ତି। ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ଚାଇନା ବିରୋଧ କରିଛି। ଏହାକୁ ଚାଇନା ତୀବ୍ର ବିରୋଧ କରୁଥିବା ସେଠାକାର ବାଣିଜ୍ୟ ମନ୍ତ୍ରଣାଳୟ ମୁଖପାତ୍ର ଗାଓ ଫେଙ୍ଗ ଗୁରୁବାର ସୂଚନା ଦେଇଛନ୍ତି। ବିଶ୍ୱ ବାଣିଜ୍ୟ ସଙ୍ଗଠନ( ଡବ୍ଲ୍ୟୁଟିଓ) ନିୟମାବଳୀକୁ ଭାରତ ଉଲ୍ଲଂଘନ କରୁଥିବା ଚାଇନା ଅଭିଯୋଗ କରିଛି। ସୂଚନାଯୋଗ୍ୟ, ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଶତାଧିକ ଚାଇନା ଆପ୍‌ ଉପରେ କଟକଣା ଜାରି କରିବା ପରେ ସରକାର ବୁଧବାର ପୁଣି ମୋଟ ୧୧୮ ମୋବାଇଲ ଆପ୍‌କୁ ବ୍ୟାନ କରିଦେଇଛନ୍ତି। ଏହା ମଧ୍ୟରେ ଲୋକପ୍ରିୟ ଗେମିଂ ଆପ୍ଲିକେଶନ ପବ୍‌ଜି (ପ୍ଲେୟର ଅନ୍‌ନୋନ୍ସ ବ୍ୟାଟେଲ ଗ୍ରାଉଣ୍ଡ୍‌ସ) ଏବଂ ଅନ୍ୟାନ୍ୟ ଆପ୍‌ ସାମିଲ ରହିଥିବା ଜଣାପଡିଛି। ଦେଶର ସାର୍ବଭୌମତ୍ୱ ଏବଂ ପ୍ରତିରକ୍ଷାକୁ ନଜରରେ ରଖି ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କହିଛନ୍ତି। ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ଆଇନ ଧାରା ୬୯ଏ ଅନୁସାରେ ଆପ୍ଲିକେଶନଗୁଡିକୁ ବ୍ୟାନ କରାଯାଇଥିବା ଇଲେକଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରର ଏହି ପଦକ୍ଷେପକୁ ଡିଜିଟାଲ ଷ୍ଟ୍ରାଇକ୍‌ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

ପ୍ରବୀଣ ଟିପିଡବ୍ଲ୍ୟୁଓଡିଏଲ୍‌ର ନୂତନ ସିଇଓ

ଭୁବନେଶ୍ୱର,୨୪।୪: ଟିପି ଓ୍ବେଷ୍ଟର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିଡବ୍ଲ୍ୟୁଓଡିଏଲ୍‌) ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ପ୍ରବୀଣ କୁମାର ବର୍ମା ନିକଟରେ ଦାୟିତ୍ୱ ଗ୍ରହଣ...

ଲାଲଚାନ୍ଦ୍‌ ଜୁଏଲର୍ସର ଗୋଲ୍ଡ ଲକ୍‌ ଅଫର

ଭୁବନେଶ୍ୱର,୨୪।୪(ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଉପଲକ୍ଷେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଆକର୍ଷଣୀୟ ଅଫର ଓ ଅଗ୍ରିମ ବୁକିଂ ସମ୍ପର୍କରେ ଘୋଷଣା...

ଆଇଟି କମ୍ପାନୀରେ କମୁଛି ନିଯୁକ୍ତି

ଭୁବନେଶ୍ୱର,୨୪।୪(ଅନୁରାଧା ମହାରଣା): ଲୋକଙ୍କୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ଶୀର୍ଷରେ ଥିବା ଆଇଟି ସଂସ୍ଥାଗୁଡ଼ିକର ସ୍ଥିିତି ଭଲ ନାହିଁ। ବିଶ୍ୱର ବଡ଼ ବଡ଼ ବୈଷୟିକ କମ୍ପାନୀଗୁଡ଼ିକରେ ଛଟେଇ...

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri