ଭାରତୀୟ ଇଞ୍ଜିନିୟର୍ସଙ୍କୁ ଚାଇନାର ଅଫର୍‌, କହିଲା- ଚାଇନା ଆସ 

ନୂଆଦିଲ୍ଲୀ/ବେଜିଂ,୨୩।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ  ଉପରେ ୫୦% ଟାରିଫ ପରେ H-୧B ଭିଜାକୁ ନେଇ ନୂଆ ନିୟମ ଲଗାଇ ଆଉ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଫଳରେ ଅନେକ ଭାରତୀୟଙ୍କ ଆମେରିକା ଯିବାର ସ୍ବପ୍ନ ମଉଳି ଯାଇଛି। ଏହି ସୁଯୋଗର ଫାଇଦା ଉଠାଇବା ଲାଗି ଚାଇନା ବଡ଼ ଘୋଷଣା କରିଛି। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଭାରତୀୟ ଇଞ୍ଜିନିୟର୍ସମାନଙ୍କୁ ଚାଇନାକୁ ସ୍ବାଗତ। କ୍ୟାରିୟରରେ ପ୍ରଗତି ସହ ମାନବିକତାର ପ୍ରଗତି ଲାଗି ଚାଇନା ଆସନ୍ତୁ ବୋଲି ସେ କହିଛନ୍ତି।
ଭାରତରେ ଥିବା ଚାଇନା ଦୂତାବାସର ମୁଖପାତ୍ର ୟୁ ଜିଙ୍ଗ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଆଜିର ଗ୍ଲୋବାଲ ଦୁନିଆରେ ପ୍ରଯୁକ୍ତିବିଦ୍ୟା ଏବଂ ଅର୍ଥନୀତିର ବିକାଶ ଲାଗି ପ୍ରତିଭାଙ୍କର ସୀମା ଡେଇଁବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  ଚାଇନା ବିଶ୍ୱର ପ୍ରତିଟି କ୍ଷେତ୍ର ସହ ଜଡ଼ିତ ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କୁ ସ୍ବାଗତ କରେ। ଏଠାକୁ ଆସି ସେମାନେ କେବଳ ମାନବିକତାର ପ୍ରଗତିରେ ଯୋଗଦେବେ ତାହା ନୁହେଁ ବରଂ କ୍ୟାରିୟରରେ ମଧ୍ୟ ସଫଳତାର ଶିଢ଼ୀ ଚଢ଼ିପାରିବେ। ଚାଇନା ସେମାନଙ୍କୁ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବା ଏବଂ ଗ୍ଲୋବାଲ୍‌ ଡେଭଲପ୍‌ମେଣ୍ଟର ଅଂଶ ହେବାର ସୁଯୋଗ ପ୍ରଦାନ କରେ।

ଗତ ଶୁକ୍ରବାର ଆମେରିକା H-୧B ଭିଜା ଆବେଦନ ଫି’କୁ ବୃଦ୍ଧି କରିଛି। ଏହା ଏବେ ୬ ଲକ୍ଷରୁ ବଢ଼ି ୮୮ ଲକ୍ଷ ଟଙ୍କା ହୋଇଯାଇଛି। ଫଳରେ ଭାରତୀୟ ଇଞ୍ଜିନିୟର୍ସମାନଙ୍କ ଲାଗି ଆମେରିକାରେ ନିଯୁକ୍ତି ପାଇବା ଅଧିକ କଷ୍ଟକର ହୋଇଯାଇଛି। ତେବେ ନୂଆ ନିୟମ ନେଇ ଟ୍ରମ୍ପ ପ୍ରଶାସନ କହିଛି ଯେ ଏଭଳି ପଦକ୍ଷେପର ଲକ୍ଷ୍ୟ ହେଉଛି ଯେ ଆବେଦନକାରୀ  ଉଚ୍ଚ କୂାଳୀ ହେବେ ଏବଂ ସେମାନେ ଆବେଦନକାରୀଙ୍କ ସ୍ଥାନ ନେବେ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

ବ୍ରିକ୍ସ ଦେଶ ପାଇଁ RBI ର ବଡ଼ ପ୍ରସ୍ତାବ, ଫେଲ୍ ମାରିବେ ଟ୍ରମ୍ପଙ୍କ ଯୋଜନା

ନୂଆଦିଲ୍ଲୀ,୧୯।୧: ଟ୍ରମ୍ପଙ୍କ ଧମକ ପରେ ଧିମେଇ ଯାଇଥିବା ବ୍ରିକ୍ସ ସଂଗଠନର ସ୍ୱତନ୍ତ୍ର ମୁଦ୍ରା ପାଇଁ ବଡ ପ୍ରସ୍ତାବ ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)। ବ୍ରିକ୍ସ ସମ୍ମିଳନୀରେ...

ଦାୟିତ୍ୱବାନ ଦେଶ ତାଲିକା: ବିଶ୍ୱର ଶ୍ରେଷ୍ଠ ଦେଶ ମଧ୍ୟରେ ଭାରତ, ଶୀର୍ଷରେ ସିଙ୍ଗାପୁର

ନୂଆଦିଲ୍ଲୀ,୧୯।୧: ବିଶ୍ୱର ଦାୟିତ୍ୱବାନ ରାଷ୍ଟ୍ର ଗୁଡ଼ିକର ତାଲିକାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସଦ୍ୟ ପ୍ରକାଶିତ ‘ଦାୟିତ୍ୱବାନ ରାଷ୍ଟ୍ର ତାଲିକା’ (RNI) ୨୦୨୬...

ଭୁବନେଶ୍ୱରରେ ଭୟଙ୍କର ଦୁର୍ଘଟଣା: ଗୋଟିଏ କାର୍ ଉପରେ ଚଢ଼ିଗଲା ଆଉ ଏକ କାର୍

ଭୁବନେଶ୍ୱର,୧୯।୧: ରାଜଧାନୀର ବ୍ୟସ୍ତବହୁଳ ପଲାସୁଣୀ ଛକରେ ସୋମବାର ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। କଟକ ପଟୁ ଅତି ଦ୍ରୁତ ଗତିରେ ଆସୁଥିବା ଏକ କାର୍,...

ଓଡ଼ିଶାରେ ବଦଳିବ ୪୫ ବର୍ଷର ପୁରୁଣା ରାଜସ୍ୱ ଆଇନ: ଆସିବା ନୂଆ ‘ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ’

ଭୁବନେଶ୍ୱର,୧୯।୧: ରାଜ୍ୟରେ ଜମିଜମା ପ୍ରଶାସନକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଲୋକାଭିମୁଖୀ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘ...

ମେଡିକାଲ ବାଥରୁମ୍‌ରେ ଶିଶୁ କନ୍ୟାଙ୍କୁ ଛାଡି ଚମ୍ପଟ ମାରିଲେ ମା’

ଭଦ୍ରକ, ୧୯।୧(ସନାତନ ରାଉତ): ମେଡିକାଲ ବାଥରୁମ୍‌ରେ ନବଜାତ ଶିଶୁ କନ୍ୟାକୁ ଛାଡ଼ି ମା’ ଫେରାର । ନବଜାତ ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

“ମୁଁ ସ୍ତ୍ରୀକୁ ମାରିଛି, କିନ୍ତୁ ଏହା ହତ୍ୟା ନୁହେଁ”: କୋର୍ଟରେ ଅଜବ ଯୁକ୍ତି କଲେ ବ୍ୟକ୍ତି

ନୂଆଦିଲ୍ଲୀ,୧୯।୧: ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟକ୍ତି ଅଷ୍ଟ୍ରେଲିଆର ଏକ କୋର୍ଟରେ ନିଜ ସ୍ତ୍ରୀଙ୍କୁ ମାରିଥିବା କଥା ସ୍ୱୀକାର କରିଛନ୍ତି। ତେବେ ଏହା ଏକ ‘ହତ୍ୟା’ ନୁହେଁ...

ପ୍ରୋଟୋକଲ୍ ଭାଙ୍ଗିଲେ ମୋଦି: ୟୁଏଇ ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ଏପରି କଲେ ସ୍ୱାଗତ

ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ବଢୁଥିବା ସମ୍ପର୍କର ଏକ ଭିନ୍ନ ଦୃଶ୍ୟ ସୋମବାର ଦେଖିବାକୁ ମିଳିଛି। ୟୁଏଇ ରାଷ୍ଟ୍ରପତି ଶେଖ୍...

ପ୍ରବଳ ରାଗିଗଲେ ଟ୍ରମ୍ପ: ନରୱେ ପ୍ରଧାନମନ୍ତ୍ରୀଙ୍କୁ ପଠାଇଲେ ଧମକପୂର୍ଣ୍ଣ ଚିଠି

ଓ୍ବାଶିଂଟନ,୧୯।୧: ନୋବେଲ ପୁରସ୍କାର ନ ପାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ରୋଧ ଏବେ ଭୀଷଣ ବଢିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ନରୱେ ପ୍ରଧାନମନ୍ତ୍ରୀ ଜୋନାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri