ଚାଇନା ଲଢ଼ିବା ପାଇଁ ପ୍ରସ୍ତୁତ

ତାଇପେଇ, ୧୧ା୪ : ତାଇଓ୍ବାନ୍‌ ଚାରିପଟେ ଚାଇନାର ତିନିଦିନିଆ ସମରାଭ୍ୟାସ ସୋମବାର ଶେଷ ହୋଇଛି। ସମରାଭ୍ୟାସ ଶେଷ ହେବା ପରେ ଲଢ଼ିବା ପାଇଁ ପ୍ରସ୍ତୁତ ବୋଲି ଚାଇନା ସୈନ୍ୟବାହିନୀ ଘୋଷଣା କରିଛି। ଗତ ସପ୍ତାହରେ ତାଇଓ୍ବାନ୍‌ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ ପରେ ବେଜିଂ ଭୟ ଦେଖାଇଛି। ସମରାଭ୍ୟାସ ବେଳେ ତାଇଓ୍ବାନ ଦ୍ୱୀପକୁ ଚାଇନା ସମ୍ପୂର୍ଣ୍ଣ ସିଲ୍‌ କରି ରଖିଥିଲା। ଜଏଣ୍ଟ ସୋର୍ଡ ନାମରେ ଏହି ଯୁଦ୍ଧ ପ୍ରସ୍ତୁତି ପାଟ୍ରୋଲ ସ୍ବଶାସିତ ତାଇଓ୍ବାନ୍‌କୁ ଏକ ଚେତାବନୀ। ଉକ୍ତ ଭୂଖଣ୍ଡକୁ ଚାଇନା ନିଜର ଦାବି କରିଆସୁଛି। ତାଇଓ୍ବାନର ଯେକୌଣସି ପ୍ରକାର ସ୍ବାଧୀନତା ଏବଂ ବିଦେଶୀ ହସ୍ତକ୍ଷେପକୁ ଧ୍ୱଂସ କରିଦେବା ଲାଗି ସବୁ ସମୟରେ ଲଢ଼ିବା ପାଇଁ ଆମେ ପ୍ରସ୍ତୁତ ବୋଲି ମିଳିତ ସେନା ପକ୍ଷରୁ କୁହାଯାଇଛି।
ଗତବର୍ଷ ଅଗଷ୍ଟରେ ତତ୍କାଳୀନ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସି ତାଇଓ୍ବାନ୍‌ ଗସ୍ତ କରିବା ପରେ ଚାଇନା ଏହାର ସୀମାରେ ସମରାଭ୍ୟାସ କରିବା ସହ ସମୁଦ୍ରର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ବେଜିଂର ଏଭଳି ସମରାଭ୍ୟାସ ତାଇଓ୍ବାନ ପାଇଁ କେବଳ ଧମକ ନୁହେଁ, ସମୁଦ୍ର ଓ ଆକାଶ ପଥକୁ ଅବରୋଧ କରି ଏହି ଦ୍ୱୀପକୁ ଚାରିପଟୁ ସିଲ୍‌ କରିଦେବା ଲାଗି ଏହା ଏକ ସୁଯୋଗ। ଚାଇନା ମିଲିଟାରୀ ଶକ୍ତିର ଏହା ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି ବୋଲି ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ତାଇଓ୍ବାନ୍‌ର ସ୍ବାଧୀନତାକୁ ସ୍ଥାୟୀ କରିବା ଲକ୍ଷ୍ୟରେ ଏହାର ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କ ଆମେରିକା ସମେତ କେତେକ ଦେଶ ଗସ୍ତ କରିଥିଲେ। ସେ ଆମେରିକା ହାଉସ୍‌ ସ୍ପିକର କେଭିନ୍‌ ମାକାର୍ଥତ୍ଙ୍କୁ ଭେଟିବା ପରେ ବେଜିଂ ନିଜର ଆକ୍ରମଣାତ୍ମକ ସାମରିକ ସାମର୍ଥ୍ୟ ପ୍ରଦର୍ଶନ କରିଛି। ଶନିବାର ତାଇଓ୍ବାନ୍‌ ଦ୍ୱୀପ ଚାରିପଟେ ଚାଇନାର ୮ଟି ଯୁଦ୍ଧଜାହାଜ ଏବଂ ୭୧ଟି ଲଢ଼ୁଆ ବିମାନ ପଇଁତରା ମାରିଥିଲା। ଏଥିରେ ଚେଙ୍ଗଡୁ ଜେ-୧୦, ଶେନ୍ୟାଙ୍ଗ ଜେ-୧୧ ଏବଂ ଶେନ୍ୟାଙ୍ଗ ଜେ-୧୬ ଜେଟ୍‌ ସାମିଲ ଥିଲେ। ଏଥର ଚାଇନା ମୁଖ୍ୟତଃ ଏହାର ବାୟୁସେନା ସାମର୍ଥ୍ୟ ପ୍ରଦର୍ଶନ କରିଥିଲା। ୩ ଦିନରେ ଚାଇନା ଯୁଦ୍ଧବିମାନଗୁଡ଼ିକ ୨୦୦ ଥର ତାଇଓ୍ବାନ ଚାରିପଟେ ପଇଁତରା ମାରିଥିଲେ। ଯୁଦ୍ଧବିମାନବାହୀ ଯୁଦ୍ଧଜାହାଜ ଶାଣ୍ଡୋଙ୍ଗ ପ୍ରଥମ ଥର ପାଇଁ ତାଇଓ୍ବାନ୍‌ ଚାରିପଟେ ଚକ୍କର କାଟିଥିଲା। ତାଇଓ୍ବାନକୁ ସହାୟତା ପାଇଁ ଆସିବାକୁ ଥିବା ବିଦେଶୀ ଶକ୍ତିକୁ ପ୍ରତିହତ କରିବା ଏହାର ଉଦ୍ଦେଶ୍ୟ ବୋଲି ଜଣେ ପ୍ରତିରକ୍ଷା ଗବେଷକ କହିଛନ୍ତି। ଅର୍ଥାତ୍‌ ଭବିଷ୍ୟତରେ ଅନୁରୂପ ସାମରିକ କାର୍ଯ୍ୟାନୁଷ୍ଠାନ ହେଲେ ତାଇଓ୍ବାନ୍‌କୁ ଏକାକୀ ଏହାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ନ୍ୟାଶନାଲ ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ରିସର୍ଚ୍ଚର ଗବେଷକ ହାନ୍‌ ଗାନ୍‌-ମିଙ୍ଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri