ଚାଇନା ଲଢ଼ିବା ପାଇଁ ପ୍ରସ୍ତୁତ

ତାଇପେଇ, ୧୧ା୪ : ତାଇଓ୍ବାନ୍‌ ଚାରିପଟେ ଚାଇନାର ତିନିଦିନିଆ ସମରାଭ୍ୟାସ ସୋମବାର ଶେଷ ହୋଇଛି। ସମରାଭ୍ୟାସ ଶେଷ ହେବା ପରେ ଲଢ଼ିବା ପାଇଁ ପ୍ରସ୍ତୁତ ବୋଲି ଚାଇନା ସୈନ୍ୟବାହିନୀ ଘୋଷଣା କରିଛି। ଗତ ସପ୍ତାହରେ ତାଇଓ୍ବାନ୍‌ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତ ପରେ ବେଜିଂ ଭୟ ଦେଖାଇଛି। ସମରାଭ୍ୟାସ ବେଳେ ତାଇଓ୍ବାନ ଦ୍ୱୀପକୁ ଚାଇନା ସମ୍ପୂର୍ଣ୍ଣ ସିଲ୍‌ କରି ରଖିଥିଲା। ଜଏଣ୍ଟ ସୋର୍ଡ ନାମରେ ଏହି ଯୁଦ୍ଧ ପ୍ରସ୍ତୁତି ପାଟ୍ରୋଲ ସ୍ବଶାସିତ ତାଇଓ୍ବାନ୍‌କୁ ଏକ ଚେତାବନୀ। ଉକ୍ତ ଭୂଖଣ୍ଡକୁ ଚାଇନା ନିଜର ଦାବି କରିଆସୁଛି। ତାଇଓ୍ବାନର ଯେକୌଣସି ପ୍ରକାର ସ୍ବାଧୀନତା ଏବଂ ବିଦେଶୀ ହସ୍ତକ୍ଷେପକୁ ଧ୍ୱଂସ କରିଦେବା ଲାଗି ସବୁ ସମୟରେ ଲଢ଼ିବା ପାଇଁ ଆମେ ପ୍ରସ୍ତୁତ ବୋଲି ମିଳିତ ସେନା ପକ୍ଷରୁ କୁହାଯାଇଛି।
ଗତବର୍ଷ ଅଗଷ୍ଟରେ ତତ୍କାଳୀନ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସି ତାଇଓ୍ବାନ୍‌ ଗସ୍ତ କରିବା ପରେ ଚାଇନା ଏହାର ସୀମାରେ ସମରାଭ୍ୟାସ କରିବା ସହ ସମୁଦ୍ରର ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ବେଜିଂର ଏଭଳି ସମରାଭ୍ୟାସ ତାଇଓ୍ବାନ ପାଇଁ କେବଳ ଧମକ ନୁହେଁ, ସମୁଦ୍ର ଓ ଆକାଶ ପଥକୁ ଅବରୋଧ କରି ଏହି ଦ୍ୱୀପକୁ ଚାରିପଟୁ ସିଲ୍‌ କରିଦେବା ଲାଗି ଏହା ଏକ ସୁଯୋଗ। ଚାଇନା ମିଲିଟାରୀ ଶକ୍ତିର ଏହା ଏକ ଗୁରୁତ୍ୱପୂର୍ଣ୍ଣ ରଣନୀତି ବୋଲି ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ତାଇଓ୍ବାନ୍‌ର ସ୍ବାଧୀନତାକୁ ସ୍ଥାୟୀ କରିବା ଲକ୍ଷ୍ୟରେ ଏହାର ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କ ଆମେରିକା ସମେତ କେତେକ ଦେଶ ଗସ୍ତ କରିଥିଲେ। ସେ ଆମେରିକା ହାଉସ୍‌ ସ୍ପିକର କେଭିନ୍‌ ମାକାର୍ଥତ୍ଙ୍କୁ ଭେଟିବା ପରେ ବେଜିଂ ନିଜର ଆକ୍ରମଣାତ୍ମକ ସାମରିକ ସାମର୍ଥ୍ୟ ପ୍ରଦର୍ଶନ କରିଛି। ଶନିବାର ତାଇଓ୍ବାନ୍‌ ଦ୍ୱୀପ ଚାରିପଟେ ଚାଇନାର ୮ଟି ଯୁଦ୍ଧଜାହାଜ ଏବଂ ୭୧ଟି ଲଢ଼ୁଆ ବିମାନ ପଇଁତରା ମାରିଥିଲା। ଏଥିରେ ଚେଙ୍ଗଡୁ ଜେ-୧୦, ଶେନ୍ୟାଙ୍ଗ ଜେ-୧୧ ଏବଂ ଶେନ୍ୟାଙ୍ଗ ଜେ-୧୬ ଜେଟ୍‌ ସାମିଲ ଥିଲେ। ଏଥର ଚାଇନା ମୁଖ୍ୟତଃ ଏହାର ବାୟୁସେନା ସାମର୍ଥ୍ୟ ପ୍ରଦର୍ଶନ କରିଥିଲା। ୩ ଦିନରେ ଚାଇନା ଯୁଦ୍ଧବିମାନଗୁଡ଼ିକ ୨୦୦ ଥର ତାଇଓ୍ବାନ ଚାରିପଟେ ପଇଁତରା ମାରିଥିଲେ। ଯୁଦ୍ଧବିମାନବାହୀ ଯୁଦ୍ଧଜାହାଜ ଶାଣ୍ଡୋଙ୍ଗ ପ୍ରଥମ ଥର ପାଇଁ ତାଇଓ୍ବାନ୍‌ ଚାରିପଟେ ଚକ୍କର କାଟିଥିଲା। ତାଇଓ୍ବାନକୁ ସହାୟତା ପାଇଁ ଆସିବାକୁ ଥିବା ବିଦେଶୀ ଶକ୍ତିକୁ ପ୍ରତିହତ କରିବା ଏହାର ଉଦ୍ଦେଶ୍ୟ ବୋଲି ଜଣେ ପ୍ରତିରକ୍ଷା ଗବେଷକ କହିଛନ୍ତି। ଅର୍ଥାତ୍‌ ଭବିଷ୍ୟତରେ ଅନୁରୂପ ସାମରିକ କାର୍ଯ୍ୟାନୁଷ୍ଠାନ ହେଲେ ତାଇଓ୍ବାନ୍‌କୁ ଏକାକୀ ଏହାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ନ୍ୟାଶନାଲ ଡିଫେନ୍ସ ଆଣ୍ଡ ସିକ୍ୟୁରିଟି ରିସର୍ଚ୍ଚର ଗବେଷକ ହାନ୍‌ ଗାନ୍‌-ମିଙ୍ଗ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟିନଙ୍କ ବାସଭବନକୁ ୟୁକ୍ରେନର ଡ୍ରୋନ୍ ମାଡ଼; ଏପରି ପ୍ରତିକ୍ରିୟା ଦେଲେ ଜେଲେନସ୍କି

ନୂଆଦିଲ୍ଲୀ,୨୯।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ୟୁକ୍ରେନ ଡ୍ରୋନ୍ ମାଧ୍ୟମରେ ଆକ୍ରମଣ କରିଥିବା ରୁଷିଆ ଦାବି କରିଛି। ତେବେ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri