ଆମେରିକା ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା…

ଓ୍ବାଶିଂଟନ,୩।୭ : ଆସନ୍ତା ବର୍ଷ ୨୦୨୪ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ନିକ୍କି ହାଲି ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଅଟନ୍ତି। ଆମେରିକାର ଫକ୍ସ ନ୍ୟୁଜରେ ଏକ ସାକ୍ଷାତକାର ଦେଇ ସେ ଚାଇନା ସୈବାହିନୀର ଦକ୍ଷତା ଏବଂ ସେନା ପ୍ରଯୁକ୍ତିବିଦ୍ୟାରେ ବିକାଶ ଆମେରିକା ପାଇଁ ଏକ ଗୁରୁତର ବିପଦ ବୋଲି ଦର୍ଶାଇଛନ୍ତି।

ଯଦି ସାମରିକ ପରିସ୍ଥିତିକୁ ଦେଖାଯାଏ ତେବେ ଚାଇନାରେ ବର୍ତ୍ତମାନ ବିଶ୍ୱର ସର୍ବବୃହତ ନୌସେନା ଜାହାଜ ଅଛି। ହାଲି ଚେତାବନୀ ଦେଇଛନ୍ତି ଚାଇନା ଆମ ସହ ଯୁଦ୍ଧ ପାଇଁ ଦଶନ୍ଧି ଧରି ପ୍ରସ୍ତୁତ ହେଉଛି। ଚାଇନା ସହିତ ଆମକୁ କିପରି ମୁକାବିଲା କରିବାକୁ ହେବ ତାହା ଚିନ୍ତା କରିବାକୁ ପଡ଼ିବ।

ଏକ ରିପୋର୍ଟକୁ ଦର୍ଶାଇ ରିପବ୍ଲିକାନ ପାର୍ଟି ସଦସ୍ୟା ହାଲି ଚାଇନାର ସେନା କ୍ଷମତାକୁ ଦର୍ଶାଇ ଛନ୍ତି। ଚାଇନା ପାଖରେ ୩୪୦ଟି ଜାହାଜ ଅଛି। ଆମେରିକାର ୨୯୩ ଜାହାଜ ଅଛି। ଆଗାମୀ ୨ ବର୍ଷରେ ଚାଇନାର ଜାହାଜ ସଂଖ୍ୟା ୪୦୦ ଛୁଇଁବ। ଦୁଇ ଦଶନ୍ଧିରେ ଆମର ଜାହାବ ସଂଖ୍ୟା ୩୫୦ ହେବ। ସେମାନେ ହାଇପରସୋନିକ କ୍ଷେପଣାସ୍ତ୍ର ବିକଶିତ କରିବା ଆରମ୍ଭ କରିଛନ୍ତି। ଆମେ ବର୍ତ୍ତମାନ ତାହା ଆରମ୍ଭ କରୁଛୁ ।

ସୁରକ୍ଷା ଦୃଷ୍ଟିରୁ ଚାଇନା ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଆମେରିକାଠାରୁ ଆଗରେ ରହିଛି। ଚାଇନା ନିଜର ସେନାକୁ ଆଧୁନିକୀକରଣ କରୁଛି। ଚାଇନା ସାଇବର, ଏଆଇ ଏବଂ ସ୍ପେସ ଉପରେ କାମ କରୁଛନ୍ତି । ଚାଇନା ଆମଠାରୁ ଆଗରେ ଅଛି।

ହାଲି କହିଛନ୍ତି, ଆମକୁ କିଛି କାମ କରିବାକୁ ପଡ଼ିବ ଏବଂ ଆମ ସେନାକୁ ମଜବୁତ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri