ଭାରତ ବିରୋଧରେ ଷଡଯନ୍ତ୍ର ରଚୁଛି ଚାଇନା: ଭାରତକୁ ସତର୍କ ଘଣ୍ଟି

ବେଜିଂ,୪।୩: ଭାରତର ପଡ଼ୋଶୀ ଦେଶ ମିଆଁମାର ଦୀର୍ଘ ଦିନ ହେବ ଗୃହଯୁଦ୍ଧରେ ଫସିଛି। ଯୁଦ୍ଧ କ୍ଷେତ୍ରରେ ଆରାକାନ ସେନା ଏବଂ ଅନ୍ୟାନ୍ୟ ବିଦ୍ରୋହୀ ଗୋଷ୍ଠୀ ଅଛନ୍ତି। ଅନ୍ୟ ପାର୍ଶ୍ୱରେ, ଜୁଣ୍ଟା ଶାସନର ସେନା ଅଛି। ମିଆଁମାରରେ ଚାଲିଥିବା ଗୃହଯୁଦ୍ଧ ଭାରତ, ବାଂଲାଦେଶ ଏବଂ ଚୀନ ସମେତ ଅନ୍ୟାନ୍ୟ ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ପ୍ରଭାବିତ କରୁଛି।

ଚାଇନା ମିଆଁମାରର ପରିସ୍ଥିତିକୁ ନିଜ ଲାଭ ପାଇଁ ବ୍ୟବହାର କରିବାକୁ ଏବଂ ଭାରତକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି। ଏହା ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ। ଯାହାକୁ ନେଇ ଗୋଇନ୍ଦା ସଂସ୍ଥାଗୁଡ଼ିକ ମିଆଁମାରରେ ଚାଇନାର ବଢ଼ୁଥିବା ପ୍ରଭାବ ବିଷୟରେ ଭାରତକୁ ସତର୍କ କରାଇ ଦେଇଛନ୍ତି।
ଗୋଇନ୍ଦା ସଂସ୍ଥାଗୁଡ଼ିକ ଚେତାବନୀ ଦେଇଛନ୍ତି, ମିଆଁମାରରେ ଚାଇନାର ବଢ଼ୁଥିବା ପ୍ରଭାବ ଭାରତ ପାଇଁ ଏକ ବଡ଼ ବିପଦ ପାଲଟିଛି। ଭାରତର ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଚାଇନାର ଟାର୍ଗେଟରେ ଅଛି କାରଣ ଏହା ଏକ ସମ୍ବେଦନଶୀଳ ରାଜ୍ୟ ଯେଉଁଠାରେ ଦୀର୍ଘ ସମୟ ଧରି ଅଶାନ୍ତି ଲାଗି ରହିଛି।
ଚାଇନାର ଆକ୍ରମଣାତ୍ମକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି, ଭାରତକୁ ଭାରତ ଏବଂ ମିଆଁମାର ମଧ୍ୟରେ ଥିବା ୧୬୯୩ କିଲୋମିଟର ଲମ୍ବା ସୀମା ଉପରେ କଡ଼ା ନଜର ରଖିବାକୁ ପଡିବ।

ଚାଇନାର ମିଆଁମାର ସୀମାନ୍ତ ୟୁନାନ ପ୍ରଦେଶରେ ଏକ ଅତ୍ୟାଧୁନିକ ରାଡାର ସିଷ୍ଟମ ସ୍ଥାପନ କରିଛି। ଏହା ସାହାଯ୍ୟରେ ଚାଇନା ସମଗ୍ର ଅଞ୍ଚଳ ଉପରେ ନଜର ରଖିପାରିବ। ଏହା ବ୍ୟତୀତ, ଚାଇନା ମିଆଁମାରର ଜଣ୍ଟା ସେନା ସହିତ ମଧ୍ୟ ଜଡିତ, ଅନ୍ୟପକ୍ଷରେ ଏହା ଆରାକାନ ସେନା ଭଳି ସଶସ୍ତ୍ର ଗୋଷ୍ଠୀକୁ ମଧ୍ୟ ଅସ୍ତ୍ରଶସ୍ତ୍ର ଯୋଗାଇଥାଏ। ଅର୍ଥାତ୍‌ ଚାଇନା ଏକ ଦ୍ୱୈତ ନୀତି ବ୍ୟବହାର କରୁଛି।

ଚାଇନାର ରଣନୀତି ଷ୍ଟ୍ରିଙ୍ଗ ଅଫ ପଲର୍‌ସ ତତ୍ତ୍ୱ ଉପରେ ଆଧାରିତ। ଏହି ରଣନୀତି ମାଧ୍ୟମରେ, ଚାଇନାର ତାର ରଣନୈତିକ ସ୍ଥାନ ଏବଂ ସହଯୋଗୀ ଦେଶରେ ତାର ନେଟୱାର୍କକୁ ମଜଭୁତ କରି ଭାରତକୁ ଘେରିବାକୁ ଚେଷ୍ଟା କରୁଛି। ଏହା ଭାରତର ପୂର୍ବ ଦିଗରେ କାର୍ଯ୍ୟ ନୀତିକୁ ପ୍ରଭାବିତ କରିପାରେ।

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri