ଚାଇନା ବିକଶିତ କଲା ନୂଆ ଲେଜର ଅସ୍ତ୍ର: ବାୟୁରେ ଟାର୍ଗେଟ କରିବାକୁ ସକ୍ଷମ…

ବେଜିଂ,୧୫।୮ : ଚାଇନା ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ଏହି ମର୍ମରେ ଚାଇନା ଏକ ଲେଜର ଅସ୍ତ୍ର ବିକଶିତ କରିଛି। ଚାଇନାର ସାମରିକ ବୈଜ୍ଞାନିକମାନେ ଏକ ନୂତନ କୁଲିଂ ସିଷ୍ଟମ ବିକଶିତ କରିଥିବା ଦାବି କରିଛନ୍ତି ଯାହା ଉଚ୍ଚ ଶକ୍ତି ଲେଜରକୁ ନିଜ ଗରମ କିରଣରୁ ରକ୍ଷା କରିବ। ଏହା ଲେଜର ଅସ୍ତ୍ରରେ ବ୍ୟବହୃତ ଉଚ୍ଚ ଶକ୍ତି ବିମକୁ ଆହୁରି ବୃଦ୍ଧି କରିହେବ। ଏହା ବ୍ୟତୀତ ଲେଜର ଅସ୍ତ୍ର ନିଜ ଉତ୍ତାପ ଯୋଗୁ ମଧ୍ୟ ଶୀଘ୍ର ଖରାପ ହେବ ନାହିଁ। ଏହାପୂର୍ବରୁ, ଉଚ୍ଚ ଶକ୍ତି ବିମ ଦ୍ୱାରା ଉତ୍ପନ୍ନ ଉତ୍ତାପ ନିଜ ପାଇଁ କ୍ଷତି ଘଟାଉଥିଲା ।

ହୁନାନ ପ୍ରଦେଶର ଚାଙ୍ଗସାସ୍ଥିତ ନ୍ୟାଶନାଲ ୟୁନିଭରସିଟି ଅଫ ଡିଫେନ୍ସ ଟେକ୍ନୋଲୋଜିର ବୈଜ୍ଞାନିକଙ୍କ ଅନୁଯାୟୀ, ନୂତନ କୁଲିଂ ସିଷ୍ଟମ ଉଚ୍ଚ-ଶକ୍ତି ଲେଜରର କାର୍ଯ୍ୟ ସମୟରେ ସୃଷ୍ଟି ହେଉଥିବା କ୍ଷତିକାରକ ଉତ୍ତାପକୁ ସମ୍ପୂର୍ଣ୍ଣ ରୂପେ ଦୂର କରିବ।

ଏକ ରିପୋର୍ଟ ଅନୁଯାୟୀ, ଆମେରିକାର କିଛି ପ୍ରସିଦ୍ଧ ପ୍ରକଳ୍ପ ମଧ୍ୟରେ ନୌସେନା ଆଡଭାନ୍ସ କେମିକାଲ ଲେଜର ଅନ୍ତର୍ଭୁକ୍ତ, ଯାହା ଲେଜର ଉତ୍ସ ଭାବରେ ଡ୍ୟୁଟେରିୟମ ଫ୍ଲୋରାଇଡ ବ୍ୟବହାର କରେ । ମିଡିଲ ଇନଫ୍ରାଡ ଆଡଭାନ୍ସ କେମିକାଲ ଲେଜର ଯାହା ଏକ ଉନ୍ନତ ମଧ୍ୟମ-ଇନଫ୍ରାଡ ରାସାୟନିକ ଲେଜର ବ୍ୟବହାର କରେ। ଟାକ୍ଟିକାଲ ହାଇ ଏନର୍ଜି ଲେଜର ଏବଂ ସ୍ପେସ-ଆଧାରିତ ଲେଜର ଯାହାକି ଲେଜର ଉତ୍ସ ଭାବରେ ହାଇଡ୍ରୋଜେନ ଫ୍ଲୋରାଇଡ ବ୍ୟବହାର କରିଥିଲା । ଏୟାରବୋର୍ନ ଲେଜର ଯାହା ରାସାୟନିକ ଅମ୍ଳଜାନ ଆୟୋଡିନ ଲେଜର ବ୍ୟବହାର କରିଥିଲା । ୟୁଆନଙ୍କ ଦଳ ଅନୁଯାୟୀ ଏହି ସବୁ ପରୀକ୍ଷା କ୍ଷେତ୍ରରେ ପ୍ରଦର୍ଶନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri