Posted inଜାତୀୟ

ଭାରତ ବିରୋଧରେ ‘ମନୋବୈଜ୍ଞାନିକ ଯୁଦ୍ଧ’ ଷଡ଼ଯନ୍ତ୍ର କରୁଛି ଚାଇନା, ବାଂଲାଦେଶରେ କ୍ଷେପଣାସ୍ତ୍ର ରକ୍ଷାଣବେକ୍ଷଣ କେନ୍ଦ୍ର ନିର୍ମାଣ…

ନୂଆଦିଲ୍ଲୀ,୧୪।୩ : ବାଂଲାଦେଶକୁ ମୋହରା କରି ଚାଇନା ବର୍ତ୍ତମାନ ଭାରତ ବିରୋଧରେ ମାନସିକ ଚାପ ସୃଷ୍ଟି କରିବାରେ ଲାଗିଛି। ଏହା ବାଂଲାଦେଶରେ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପାଇଁ ଏକ ରକ୍ଷଣାବେକ୍ଷଣ କେନ୍ଦ୍ର ସ୍ଥାପନ କରିବାରେ ନିୟୋଜିତ ଅଛି।

ଏହି ରକ୍ଷଣାବେକ୍ଷଣ କେନ୍ଦ୍ର ତିଆରି କରିବା ବିଷୟକୁ ଗୁପ୍ତ ରଖାଯାଇଛି। ଏ ବାବଦରେ ଚାଇନା କିମ୍ବା ବାଂଲାଦେଶ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ଏପରି କରି ଭାରତ ବିରୋଧରେ ‘ମନୋବୈଜ୍ଞାନିକ ଯୁଦ୍ଧ’ ଷଡ଼ଯନ୍ତ୍ର ଚାଇନା କରୁଛି। ଏହି କେନ୍ଦ୍ରରେ ଚାଇନା ୨୦୧୧ରେ ବାଂଲାଦେଶକୁ ଦେଇଥିବା କ୍ଷେପଣାସ୍ତ୍ରର ରକ୍ଷାଣବେକ୍ଷଣ କରାଯିବ।

ଏହି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆଗେଇବାରେ ଲାଗିଥିବା ଏକ ରିପୋର୍ଟ କୁହାଯାଇଛି। ବାଂଲାଦେଶର ଜଣେ ବରିଷ୍ଠ କୂଟନୀତିଜ୍ଞ ତାଙ୍କ ସହ ବାର୍ତ୍ତାଳାପ ସମୟରେ ଏହା ନିଶ୍ଚିତ ହୋଇଛି।

ଏହା ଦ୍ୱାରା ଏସିଆରେ ସୁରକ୍ଷା ସନ୍ତୁଳନ ଖରାପ ହେବାର ସମ୍ଭାବନା ଅଛି। ଚାଇନା ଏବଂ ବାଂଲାଦେଶ ଏହି ପ୍ରସଙ୍ଗକୁ ଗୁପ୍ତ ରଖିଛନ୍ତି କାରଣ ପାଶ୍ଚାତ୍ୟ ଦେଶଗୁଡିକ, ବିଶେଷ କରି ଆମେରିକା ଏହା ଉପରେ ନଜର ରଖିଛି।

ୱେବସାଇଟ ନିକ୍କଇ ଏସିଆ ଅନୁଯାୟୀ ଚାଇନାର କମ୍ପାନୀ ଓ୍ବେନଗାର୍ଡ ସହଯୋଗରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଏହା ବାଂଲାଦେଶରେ ଚାଇନାର ସାମରିକ ବିନିଯୋଗର ଏକ ଯୋଜନା। ଏହା ଅନ୍ତର୍ଗତ ଚାଇନା ବାଂଲାଦେଶକୁ ଯୁଦ୍ଧ ଜାହାଜ, ନୌସେନା ବନ୍ଧୁକ, ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ର ଏବଂ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ଯୋଗାଇବାକୁ ଯାଉଛି।

ଚାଇନା ପାଇଁ ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ବାଂଲାଦେଶ ଏକ ପ୍ରମୁଖ ବଜାରରେ ପରିଣତ ହୋଇସାରିଛି। ସ୍ବିଡେନର ଏକ ସଂଗଠନ ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ଅନୁଯାୟୀ ବାଂଲାଦେଶ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଚାଇନାର ସାମରିକ ରପ୍ତାନୀର ୧୭ ପ୍ରତିଶତ କ୍ରୟ କରିଛି। ପାକିସ୍ତାନ ପରେ ବାଂଲାଦେଶ ଚାଇନାର ଦ୍ୱିତୀୟ ବୃହତ୍ତମ ପ୍ରତିରକ୍ଷା ଗ୍ରାହକ ପାଲଟି ପାରିଛି। ୨୦୦୨ ରେ ବାଂଲାଦେଶ ଏବଂ ଚାଇନା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏଥିରେ ପ୍ରତିରକ୍ଷା ଉତ୍ପାଦନରେ ସହଯୋଗ ଆଲୋଚନା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ବାଂଲାଦେଶର ସୈନିକମାନେ ମଧ୍ୟ ତାଲିମ ପାଇଁ ଚାଇନା ଯାଇଛନ୍ତି।

ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କାରବାର ବିଷୟରେ ପ୍ରକାଶିତ ସୂଚନା ଅନୁଯାୟୀ, ୨୦୧୬ରେ ଚାଇନା ବାଂଲାଦେଶକୁ ଦୁଇଟି ବୁଡ଼ାଜାହାଜ ଦେଇଥିଲା। ୨୦୦ ମିଲିୟନ ଡଲାରରୁ ଅଧିକ ମୂଲ୍ୟରେ ଏହି ଡିଲ କରାଯାଇଥିଲା। କୂଟନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ, ଯେଉଁ ଗତି ସହିତ ବାଂଲାଦେଶ ଚାଇନା ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରୁଛି, ତାହା ଦକ୍ଷିଣ ଏସିଆରେ ଚିନ୍ତା ବଢ଼ାଇଛି। ବିଶେଷକରି ଏହା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି।

ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଚାଇନିଜ ଷ୍ଟଡିଜ୍ର ପ୍ରଫେସର ଶ୍ରୀକାନ୍ତ କୋଣ୍ଡାପାଲ୍ଲୀ କହିଛନ୍ତି ଯେ ବାଂଲାଦେଶରେ ଏକ କ୍ଷେପଣାସ୍ତ୍ର ରକ୍ଷାଣବେକ୍ଷଣ କେନ୍ଦ୍ର ସ୍ଥାପନ କରିବା ଏବଂ ଏହା ସହ ଅନ୍ୟ ପ୍ରକାରର ସାମରିକ ସହାୟତା ଯୋଗାଇ ଚାଇନା ଭାରତ ବିରୋଧରେ ଏକ ମାନସିକ ଯୁଦ୍ଧ ଷଡ଼ଯନ୍ତ୍ର କରୁଛି। ଏହାଦ୍ୱାରା ଚାଇନା ଭାରତକୁ ଏକ ବାର୍ତ୍ତା ପଠାଇବାକୁ ଚାହୁଁଛି ଯେ ବାଂଲାଦେଶ ବର୍ତ୍ତମାନ ଏହାର ନିୟନ୍ତ୍ରଣରେ ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏକ ସାର୍ବଭୌମ ଦେଶର ନିଷ୍ପତ୍ତିରେ ଭାରତ ହସ୍ତକ୍ଷେପ କରିବା ମଧ୍ୟ ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୫ ବର୍ଷରେ ୨୯୮୬% ବଢ଼ିଛି

ନୂଆଦିଲ୍ଲୀ,୨୬ା୪:ବେଙ୍ଗାଲୁରୁ ସାଉଥ୍‌ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କ ସମ୍ପତ୍ତି ୪.୧୦ କୋଟି ଟଙ୍କା ବୋଲି ସେ ନିର୍ବାଚନ...

ଭାରତରେ ୭୨.୪ କୋଟି ଏଆଇ ୟୁଜର୍ସ

ନୂଆଦିଲ୍ଲୀ, ୨୬।୪:ଭାରତରେ ଏବେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ବହୁଳ ଭାବେ ବ୍ୟବହାର ହେଉଛି। ଦେଶର ୯୦ ଭାଗ ଇଣ୍ଟରନେଟ ବ୍ୟବହାରକାରୀଙ୍କ ଜୀବନରେ ଏଆଇ ସ୍ପର୍ଶ କରିସାରିଛି। ମାର୍କେଟିଂ...

ମାଧବୀଲତାଙ୍କ ମୋଟ ସମ୍ପତ୍ତି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ହାଇଦ୍ରାବାଦ, ୨୬।୪:ତେଲଙ୍ଗାନାର ହାଇଦ୍ରାବାଦ ଲୋକ ସଭା ଆସନରୁ ଭାଜପା ଟିକେଟରେ ପ୍ରାର୍ଥୀ ହୋଇଥିବା କେ. ମାଧବୀଲତାଙ୍କର ୨୨୧ କୋଟି ଟଙ୍କାର ପାରିବାରିକ ସମ୍ପତ୍ତି ରହିଛି। ମାଧବୀ,...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୨୬ା୪: ଶୁକ୍ରବାର ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଆଜି ସକାଳ ୭ଟାରୁ ୧୩ ଲୋକ ସଭା ଏବଂ ଗୋଟିଏ କେନ୍ଦ୍ର...

ସ୍ତ୍ରୀ ସମ୍ପତ୍ତି ଉପରେ ସ୍ବାମୀଙ୍କ ନିୟନ୍ତ୍ରଣ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬ା୪:ସ୍ତ୍ରୀଙ୍କ ସମ୍ପତ୍ତି ଉପରେ ସ୍ବାମୀଙ୍କର ନିୟନ୍ତ୍ରଣ ନାହିଁ। ଅସୁବିଧା ସମୟରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପତ୍ତିକୁ ବ୍ୟବହାର କରିପାରନ୍ତି। କିନ୍ତୁ ତାହାକୁ ଫେରାଇବା ସ୍ବାମୀଙ୍କର ନୈତିକ ଦାୟିତ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri