Posted inଜାତୀୟ

ଭାରତ ବିରୋଧରେ ‘ମନୋବୈଜ୍ଞାନିକ ଯୁଦ୍ଧ’ ଷଡ଼ଯନ୍ତ୍ର କରୁଛି ଚାଇନା, ବାଂଲାଦେଶରେ କ୍ଷେପଣାସ୍ତ୍ର ରକ୍ଷାଣବେକ୍ଷଣ କେନ୍ଦ୍ର ନିର୍ମାଣ…

ନୂଆଦିଲ୍ଲୀ,୧୪।୩ : ବାଂଲାଦେଶକୁ ମୋହରା କରି ଚାଇନା ବର୍ତ୍ତମାନ ଭାରତ ବିରୋଧରେ ମାନସିକ ଚାପ ସୃଷ୍ଟି କରିବାରେ ଲାଗିଛି। ଏହା ବାଂଲାଦେଶରେ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ପାଇଁ ଏକ ରକ୍ଷଣାବେକ୍ଷଣ କେନ୍ଦ୍ର ସ୍ଥାପନ କରିବାରେ ନିୟୋଜିତ ଅଛି।

ଏହି ରକ୍ଷଣାବେକ୍ଷଣ କେନ୍ଦ୍ର ତିଆରି କରିବା ବିଷୟକୁ ଗୁପ୍ତ ରଖାଯାଇଛି। ଏ ବାବଦରେ ଚାଇନା କିମ୍ବା ବାଂଲାଦେଶ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ଏପରି କରି ଭାରତ ବିରୋଧରେ ‘ମନୋବୈଜ୍ଞାନିକ ଯୁଦ୍ଧ’ ଷଡ଼ଯନ୍ତ୍ର ଚାଇନା କରୁଛି। ଏହି କେନ୍ଦ୍ରରେ ଚାଇନା ୨୦୧୧ରେ ବାଂଲାଦେଶକୁ ଦେଇଥିବା କ୍ଷେପଣାସ୍ତ୍ରର ରକ୍ଷାଣବେକ୍ଷଣ କରାଯିବ।

ଏହି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆଗେଇବାରେ ଲାଗିଥିବା ଏକ ରିପୋର୍ଟ କୁହାଯାଇଛି। ବାଂଲାଦେଶର ଜଣେ ବରିଷ୍ଠ କୂଟନୀତିଜ୍ଞ ତାଙ୍କ ସହ ବାର୍ତ୍ତାଳାପ ସମୟରେ ଏହା ନିଶ୍ଚିତ ହୋଇଛି।

ଏହା ଦ୍ୱାରା ଏସିଆରେ ସୁରକ୍ଷା ସନ୍ତୁଳନ ଖରାପ ହେବାର ସମ୍ଭାବନା ଅଛି। ଚାଇନା ଏବଂ ବାଂଲାଦେଶ ଏହି ପ୍ରସଙ୍ଗକୁ ଗୁପ୍ତ ରଖିଛନ୍ତି କାରଣ ପାଶ୍ଚାତ୍ୟ ଦେଶଗୁଡିକ, ବିଶେଷ କରି ଆମେରିକା ଏହା ଉପରେ ନଜର ରଖିଛି।

ୱେବସାଇଟ ନିକ୍କଇ ଏସିଆ ଅନୁଯାୟୀ ଚାଇନାର କମ୍ପାନୀ ଓ୍ବେନଗାର୍ଡ ସହଯୋଗରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଏହା ବାଂଲାଦେଶରେ ଚାଇନାର ସାମରିକ ବିନିଯୋଗର ଏକ ଯୋଜନା। ଏହା ଅନ୍ତର୍ଗତ ଚାଇନା ବାଂଲାଦେଶକୁ ଯୁଦ୍ଧ ଜାହାଜ, ନୌସେନା ବନ୍ଧୁକ, ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ର ଏବଂ ଭୂପୃଷ୍ଠରୁ ବାୟୁ କ୍ଷେପଣାସ୍ତ୍ର ଯୋଗାଇବାକୁ ଯାଉଛି।

ଚାଇନା ପାଇଁ ପ୍ରତିରକ୍ଷା ରପ୍ତାନି କ୍ଷେତ୍ରରେ ବାଂଲାଦେଶ ଏକ ପ୍ରମୁଖ ବଜାରରେ ପରିଣତ ହୋଇସାରିଛି। ସ୍ବିଡେନର ଏକ ସଂଗଠନ ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନ ଅନୁଯାୟୀ ବାଂଲାଦେଶ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଚାଇନାର ସାମରିକ ରପ୍ତାନୀର ୧୭ ପ୍ରତିଶତ କ୍ରୟ କରିଛି। ପାକିସ୍ତାନ ପରେ ବାଂଲାଦେଶ ଚାଇନାର ଦ୍ୱିତୀୟ ବୃହତ୍ତମ ପ୍ରତିରକ୍ଷା ଗ୍ରାହକ ପାଲଟି ପାରିଛି। ୨୦୦୨ ରେ ବାଂଲାଦେଶ ଏବଂ ଚାଇନା ମଧ୍ୟରେ ପ୍ରତିରକ୍ଷା ସହଯୋଗ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଏଥିରେ ପ୍ରତିରକ୍ଷା ଉତ୍ପାଦନରେ ସହଯୋଗ ଆଲୋଚନା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି ପାଇଛି। ଗତ କିଛି ବର୍ଷ ମଧ୍ୟରେ ବାଂଲାଦେଶର ସୈନିକମାନେ ମଧ୍ୟ ତାଲିମ ପାଇଁ ଚାଇନା ଯାଇଛନ୍ତି।

ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କାରବାର ବିଷୟରେ ପ୍ରକାଶିତ ସୂଚନା ଅନୁଯାୟୀ, ୨୦୧୬ରେ ଚାଇନା ବାଂଲାଦେଶକୁ ଦୁଇଟି ବୁଡ଼ାଜାହାଜ ଦେଇଥିଲା। ୨୦୦ ମିଲିୟନ ଡଲାରରୁ ଅଧିକ ମୂଲ୍ୟରେ ଏହି ଡିଲ କରାଯାଇଥିଲା। କୂଟନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ, ଯେଉଁ ଗତି ସହିତ ବାଂଲାଦେଶ ଚାଇନା ସହିତ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରୁଛି, ତାହା ଦକ୍ଷିଣ ଏସିଆରେ ଚିନ୍ତା ବଢ଼ାଇଛି। ବିଶେଷକରି ଏହା ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି।

ନୂଆଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଚାଇନିଜ ଷ୍ଟଡିଜ୍ର ପ୍ରଫେସର ଶ୍ରୀକାନ୍ତ କୋଣ୍ଡାପାଲ୍ଲୀ କହିଛନ୍ତି ଯେ ବାଂଲାଦେଶରେ ଏକ କ୍ଷେପଣାସ୍ତ୍ର ରକ୍ଷାଣବେକ୍ଷଣ କେନ୍ଦ୍ର ସ୍ଥାପନ କରିବା ଏବଂ ଏହା ସହ ଅନ୍ୟ ପ୍ରକାରର ସାମରିକ ସହାୟତା ଯୋଗାଇ ଚାଇନା ଭାରତ ବିରୋଧରେ ଏକ ମାନସିକ ଯୁଦ୍ଧ ଷଡ଼ଯନ୍ତ୍ର କରୁଛି। ଏହାଦ୍ୱାରା ଚାଇନା ଭାରତକୁ ଏକ ବାର୍ତ୍ତା ପଠାଇବାକୁ ଚାହୁଁଛି ଯେ ବାଂଲାଦେଶ ବର୍ତ୍ତମାନ ଏହାର ନିୟନ୍ତ୍ରଣରେ ଅଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏକ ସାର୍ବଭୌମ ଦେଶର ନିଷ୍ପତ୍ତିରେ ଭାରତ ହସ୍ତକ୍ଷେପ କରିବା ମଧ୍ୟ ସମ୍ଭବ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

‘ମୃତ ଝିଅ ଅପେକ୍ଷା ଛାଡପତ୍ର ପାଇଥିବା ଝିଅ ଭଲ’, ସୁପ୍ରିମ କୋର୍ଟରେ ଭାବପ୍ରବଣ ହୋଇଗଲେ SG ମେହେଟା

ନୂଆଦିଲ୍ଲୀ,୨୫।୫: ଭୋପାଳରେ ଘଟିଥିବା ବହୁଚର୍ଚ୍ଚିତ ଟ୍ବିଶା ଶର୍ମା ମୃତ୍ୟୁ ମାମଲା ସମ୍ପର୍କରେ ସଲିସିଟର ଜେନେରାଲ (SG)ତୁଷାର ମେହେଟ୍ଟା ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ସୋମବାର (୨୫ ମଇ,…

ବ୍ରିଜ ଉପରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା ଓଲଟି ଲାଗିଗଲା ନିଆଁ, ଡ୍ରାଇଭର ନିଖୋଜ

ରାଉରକେଲା,୨୫ା୫(ସଙ୍ଗୀତା ଜେନା): ରାଉରକେଲାର ନୂତନ ବ୍ରାହ୍ମଣୀ ବ୍ରିଜ୍‌ ଉପରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ହାଇଓ୍ବା ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା।…

ଧର୍ମେନ୍ଦ୍ର, ଶିବୁ ସୋରେନଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ୬୬ ଜଣଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୫: ସୋମବାର ସାରେ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬୬ଜଣ ବିଶିଷ୍ଟ…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ବର୍ଷିଲେ ରାହୁଲ, ସରକାର ଚୁପଚାପ୍ ପକେଟ…..

ନୂଆଦିଲ୍ଲୀ,୨୫।୫: ସୋମବାର ଦିନ ପୁଣିଥରେ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ମାତ୍ର ୧୦ ଦିନ ମଧ୍ୟରେ ଏହା ଚତୁର୍ଥ ଥର ପାଇଁ ସରକାର…

ଲୋକଙ୍କ ସମସ୍ୟା ଶୁଣିଲେ : ସମସ୍ୟାର ତ୍ବରିତ୍ ସମାଧାନ ନିର୍ଦ୍ଦେଶ ଦେଲେ ଏଡିଏମ୍

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):  ବରଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।…

ଦୁର୍ଘଟଣାକୁ ଡାକୁଛି ବେପରୁଆ ‘ୟୁ-ଟର୍ନ’

କାଏମା,୨୫ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ରେଲୱେ ଓଭରବ୍ରିଜ ନିକଟରେ ଥିବା କଟ ପଏଣ୍ଟରେ ଗାଡ଼ିଗୁଡ଼ିକ ନେଉଥିବା ବେପରୁଆ ‘ୟୁ-ଟର୍ନ’…

ଝଗଡ଼ା ପରେ ସୀମା ପାର୍ କଲେ କୋହଲିଙ୍କ ଫ୍ୟାନ୍ସ, ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଗାଳିଗୁଲଜ

ନୂଆଦିଲ୍ଲୀ,୨୫ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ୍ ହେଡ୍ ମୁହାଁମୁହିଁ ହୋଇଥିଲେ । ଫଳସ୍ୱରୂପ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri