କର୍ମଚାରୀମାନେ ଦିଅନ୍ତୁ ସ୍ବତଃ ପ୍ରବୃତ୍ତ ଇସ୍ତଫା! ଦୁର୍ଗମ ପାହାଡିଆ ଇଲାକାକୁ ଶିଫ୍ଟ ହୋଇଗଲା କମ୍ପାନୀ, ତା’ପରେ…

ଶିଆନ,୧୬।୧: କର୍ମଚାରୀଙ୍କୁ କମ୍ପାନୀରୁ ବାହାର କରିବା ପାଇଁ ଅଧିକାଂଶ ସ୍ଥାନରେ ସେମାନଙ୍କ କାମରେ ଭୁଲ ବାହାର କରାଯାଇଥାଏ କିମ୍ବା ଅନ୍ୟ କୌଣସି ଉପାୟରେ ହଇରାଣ କରାଯାଏ ଯାହାଦ୍ୱାରା ସେମାନେ ନିଜେ ଇସ୍ତଫା ଦେଇଦେବେ। କିନ୍ତୁ ଚାଇନାର ଏକ କମ୍ପାନୀ ଏପରି କିଛି କରିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଚାଇନାର ଶିଆନ ସହରସ୍ଥିତ ଏକ ବିଜ୍ଞାପନ କମ୍ପାନୀ ନିଜ କର୍ମଚାରୀଙ୍କୁ ସ୍ବତଃ ପ୍ରବୃତ୍ତ ଇସ୍ତଫା ଦେବା ପାଇଁ କିଛି ଏପରି ପଦକ୍ଷେପ ନେଇଛି। ଯାହାଯୋଗୁ ସବୁ କର୍ମଚାରୀ କମ୍ପାନୀରୁ ଇସ୍ତଫା ଦେଇଛନ୍ତି।
ଅଫିସର ଜଣେ ପୂର୍ବ କର୍ମଚାରୀ ଏନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି, ପ୍ରଥମେ ଅଫିସକୁ ସହରରୁ ଏକ ଦୁର୍ଗମ  ପାହାଡିଆ କ୍ଷେତ୍ରକୁ ଶିଫ୍ଟ କରାଯାଇଥିଲା। କମ୍ପାନୀ ସବୁ କର୍ମଚାରୀଙ୍କୁ ସୂଚିତ କରାଇଲା ଯେ, କ୍ୱିନଲିଂ ପାହାଡ କ୍ଷେତ୍ରକୁ କମ୍ପାନୀ ସବୁଦିନ ପାଇଁ ଶିଫ୍ଟ ହୋଇଯାଇଛି। ତେଣୁ ସେଠାକୁ ସମସ୍ତଙ୍କୁ ଟ୍ରାଭେଲ କରିବାକୁ ପଡିବ।
ତେବେ ଯିବା ଆସିବା ପାଇଁ କର୍ମଚାରୀଙ୍କୁ ବହୁତ ହଇରାଣ ହରକତ ହେବାକୁ ପଡିଲା। ଯାତାୟତ ପାଇଁ ୨ଘଣ୍ଟା ସମୟ ଲାଗୁଥିବାବେଳେ ଯାନବାହନ ନ ଥିଲେ ଆହୁରି ଅସୁବିଧା ଭୋଗିବାକୁ ପଡୁଥିଲା। କାରଣ, ସେହି ଇଲାକାକୁ ପବ୍ଲିକ ଟ୍ରାନ୍ସପୋର୍ଟ ସୀମିତ ଥିଲା। ଅଫିସର ସ୍ଥାନ ବଦଳିବା ପରେ ନିଜ ଗାଡି ନ ଥିବା କର୍ମଚାରୀଙ୍କୁ ଏକ ବସ୍‌ ଉପରେ ନିର୍ଭର କରିବାକୁ ପଡୁଥିଲା। ଯାହା ୩ଘଣ୍ଟାରେ ଥରେ ଆସୁଥିଲା। ସେହି ପାହାଡିଆ ଇଲାକାରେ ପହଞ୍ଚିବା ପରେ ଅଫିସ ଯାଏଁ ଯିବାକୁ ୩କିମି ପାଦରେ ଚାଲିବାକୁ ପଡୁଥିଲା। ଅଫିସ ପାଖରେ ଥିବା ରେଲଓ୍ବେ ଷ୍ଟେଶନରୁ ଟ୍ୟାକ୍ସି ନେଇ ଯିବାକୁ ହେଲେ ୬୦ୟୁଆନ ଲାଗୁଥିଲା। ଏପରି ସ୍ଥିତିରେ କମ୍ପାନୀ ମଧ୍ୟ ଟ୍ରାନ୍ସପୋର୍ଟ ଚାର୍ଜ ବହନ ପାଇଁ ମନା କରି ଦେଇଥିଲା। ସେହିପରି ପରିସ୍ରା ଯିବାକୁ ହେଲେ ପାଖ ଗାଁକୁ ଯିବାକୁ ପଡୁଥିଲା।

ସ୍ଥିତି ଏପରି ହେଲା କି, କମ୍ପାନୀର ଅଧାରୁ ଅଧିକ କର୍ମଚାରୀ ଇସ୍ତଫା ଦେଇଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ସବୁ କର୍ମଚାରୀ ଇସ୍ତଫା ଦେବା ପରେ କମ୍ପାନୀ ପୁଣି ଥରେ ସହରକୁ ଶିଫ୍ଟ ହୋଇଯାଇଥିଲା। ଏହାପରେ କମ୍ପାନୀ ନୂଆ କର୍ମଚାରୀ ନିଯୁକ୍ତି କରିବାରେ ଲାଗି ପଡିଥିଲା।

ଏସବୁ ଜଣାପଡିବା ପରେ କମ୍ପାନୀର ପୂର୍ବ କର୍ମଚାରୀମାନେ କମ୍ପାନୀ ବିରୋଧରେ ମକଦମା ଦାଖଲ କରିଥିଲେ। ବିନା କ୍ଷତିପୂରଣରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିବା କମ୍ପାନୀ ବିରୋଧରେ ଅଭିଯୋଗ ଆଣିଥିଲେ। କିନ୍ତୁ ଏହି ସବୁ ଅଭିଯୋଗକୁ କମ୍ପାନୀ ଖଣ୍ଡନ କରିଥିଲା। ରିନୋଭେଶନ ପାଇଁ ଅଫିସକୁ ସପ୍ତାହ ଯାଏଁ ପାହାଡିଆ କ୍ଷେତ୍ରକୁ ଶିଫ୍ଟ କରାଯାଇଥିବା କମ୍ପାନୀ କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

ନୀତିନ ନବୀନଙ୍କ ନୂଆ ଦଳରେ କିଏ ସାମିଲ ହେଲେ? ବିନୋଦ ତାୱଡେଙ୍କ ସମେତ ତିନି ଜଣଙ୍କ ନାମ ଚୂଡ଼ାନ୍ତ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସାଂଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛି। ନୀତିନ ନବୀନ ଦଳର ସଭାପତି ଭାବରେ ଦାୟିତ୍ୱ ନେବା ମାତ୍ରେ ଏ ସମ୍ପର୍କରେ…

ସମୁଦ୍ରରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ, ୨ ଟ୍ରଲର ସହ ୫ କ୍ୱିଣ୍ଟାଲ ମାଛ ଜବତ କରି…

ଛତ୍ରପୁର,୧୭ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଉପକୂଳବର୍ତ୍ତୀ ସମୁଦ୍ର ଅଞ୍ଚଳରେ ପୁଣିଥରେ ଆନ୍ଧ୍ର ମାଛ ମାଫିଆଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ଆନ୍ଧ୍ର ପ୍ରଦେଶର…

UGC-NET: ‘ଭୁଲ NTA କରୁଛି, ଦଣ୍ଡ ଛାତ୍ରୀଛାତ୍ର ଭୋଗୁଛନ୍ତି’, ବର୍ଷିଲେ ରାହୁଲ

ନୂଆଦିଲ୍ଲୀ,୧୭।୮: UGC-NETର ଇଂରାଜୀ, କମର୍ସ ଓ ସୋସିଓଲୋଜି ୩ଟି ପରୀକ୍ଷା ବାତିଲ ହେବା ପରେ କେନ୍ଦ୍ର ସରକାର ଓ NTAକୁ ଟାର୍ଗେଟ୍ କରିଛନ୍ତି ଲୋକ ସଭାର ବିରୋଧୀ…

ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଧର୍ମଶାଳାରେ ବିଧାୟକ….

ଧର୍ମଶାଳା,୧୭ା୮(ଶିବ ପ୍ରସାଦ ମହାନ୍ତି): ରାଜ୍ୟର କେତେକ ଜିଲାରେ ପୁନର୍ବାର ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଏହାକୁ…

ବ୍ରିଜ୍‌ତଳୁ ମିଳିଲା ଯୁବକଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ

ବରଗଡ଼,୧୭ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠରେ ପ୍ରବାହିତ ଜୀରାନଦୀ ବ୍ରିଜତଳୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ…

ବାଲେଶ୍ବରରୁ ୧୮୦ କି.ମି. ଦୂରରେ ରହିଛି ଅବପାତ, ଏହି ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି

ଭୁବନେଶ୍ବର,୧୭ା୮: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି । ଅବପାତ ବାଂଲାଦେଶର ସାତଖିରାଠାରୁ ପ୍ରାୟ ୮୦ କିମି ପଶ୍ଚିମ-ଦକ୍ଷିଣପଶ୍ଚିମ, ପଶ୍ଚିମବଙ୍ଗର ବାଙ୍କୁଡ଼ାଠାରୁ ୧୬୦ କିମି…

ସିଂହ ରାଶିରେ ସୂର୍ଯ୍ୟଙ୍କ ଗୋଚର, ମେଷ-ମକର ସମେତ ୫ ରାଶିର ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ ଆଜି ସକାଳ ୮ଟା ୩ ମିନିଟ୍‌ରେ ନିଜ ସ୍ୱରାଶି ସିଂହରେ ପ୍ରବେଶ କରିଛନ୍ତି। ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ସୂର୍ଯ୍ୟ ସିଂହ ରାଶିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri