ଏଲଏସି ମୁହାଁ ଚାଇନା ସୈନ୍ୟ, ବଢ଼ିଲା ଭାରତର ଚିନ୍ତା…

ଓ୍ବାଶିଂଟନ,୨୩।୧୦ : ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ ଏହାର ଏକ ରିପୋର୍ଟରେ ଦାବି କରିଛି ଭାରତ ସହିତ ଉତ୍ତେଜନା ବୃଦ୍ଧି ଜାରି ରଖି ଚାଇନା ୨୦୨୨ରେ ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ନିକଟରେ ଭିତ୍ତିଭୂମି ତଥା ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଚାଇନା ସୈନ୍ୟମାନେ ଏଲଏସି ମୁହାଁ ହେବାରେ ଲାଗିଛନ୍ତି। ଏହା ଦ୍ୱାରା ଭାରତର ଚିନ୍ତା ବଢ଼ିବାରେ ଲାଗିଛି।

ଚାଇନା ଡୋକଲାମ ନିକଟରେ ଅନେକ ଷ୍ଟୋରେଜ ସୁବିଧା, ପୋଙ୍ଗଙ୍ଗ ହ୍ରଦ ଉପରେ ଦ୍ୱିତୀୟ ସେତୁ, ବିମାନବନ୍ଦର ଏବଂ ଅନେକ ହେଲିପ୍ୟାଡ ନିର୍ମାଣ କରିଛି। ପେଣ୍ଟାଗନ କହିଛି ପିପୁଲ୍ସ ରିପବ୍ଲିକ ଅଫ ଚାଇନା ରିପୋର୍ଟ-୨୦୨୩ରେ ଉଲ୍ଲେଖ କରାଯାଇଛି ସାମରିକ ଏବଂ ସୁରକ୍ଷା ବୃଦ୍ଧି ହେବା ସହିତ ମେ ୨୦୨୦ ପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ, ଚାଇନା ୨୦୨୨ ମସିହାରେ ଏକ ସୀମା ରେଜିମେଣ୍ଟ ନିୟୋଜିତ କରିଥିଲା। ତାଙ୍କୁ ସାହାଯ୍ୟ କରିବା ପାଇଁ ଜିନଜିଆଙ୍ଗ ଏବଂ ତିବ୍ଦତ ସାମରିକ ଜିଲାର ଦୁଇଟି ବିଭାଗ ମଧ୍ୟ ନିୟୋଜିତ କରାଯାଇଛି। ଏହା ସହିତ ପଶ୍ଚିମ ସେକ୍ଟରରେ ଚାରିଟି ମିଳିତ ସଶସ୍ତ୍ର ବ୍ରିଗେଡ ମଧ୍ୟ ନିୟୋଜିତ କରାଯାଇଛି। ପୂର୍ବାଞ୍ଚଳ ସେକ୍ଟରରେ ତିନୋଟି ଏବଂ କେନ୍ଦ୍ରୀୟ ସେକ୍ଟରରେ ତିନୋଟି ବ୍ରିଗେଡ ନିୟୋଜିତ କରାଯାଇଛି। ପରେ ସିଏବିର କିଛି ଅଂଶ ହଟା ଯାଇଛି।

ରିପୋର୍ଟରେ କୁହାଯାଇଛି ଭାରତ ଏବଂ ଚାଇନା ମଧ୍ୟରେ ହୋଇଥିବା ଆଲୋଚନାରେ ସର୍ବନିମ୍ନ ଅଗ୍ରଗତି ହୋଇଛି। ବର୍ତ୍ତମାନ ଚାଇନା ପାଖରେ ୫୦୦ ଆଣବିକ ଅସ୍ତ୍ର ଅଛି। ଚାଇନା ନିଜର ଆଣବିକ ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି।୨୦୩୦ସୁଦ୍ଧା ଚାଇନା ପାଖରେ ୧୦୦୦ ରୁ ଅଧିକ ପରମାଣୁ ଅସ୍ତ୍ର ରହିବ। ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାକକୁ ନେଇ ପରିସ୍ଥିତି ସ୍ପଷ୍ଟ ହୋଇନାହିଁ। ଏହି କାରଣରୁ ଦୁଇ ଦେଶ ମଧ୍ୟରେ ବାରମ୍ବାର ବିବାଦ ଦେଖାଦେଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri