ଲୋକ ସଭା ନିର୍ବାଚନ ଉପରେ ଚାଇନାର ନଜର, ମୋଦି ପ୍ରଧାନମନ୍ତ୍ରୀ ହେଲେ…

ବେଜିଂ/ନୂଆଦିଲ୍ଲୀ,୩ା୬: ଲୋକ ସଭା ନିର୍ବାଚନର ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ରେ ‘ମୋଦି ସରକାର ପୁଣି ଥରେ’ ପୂର୍ବାନୁମାନ କରାଯାଇଛି। ଯଦି ଏକ୍‌ଜିଟ୍‌ ପୋଲକୁ ବିଶ୍ୱାସ କରାଯାଏ, ତେବେ ତୃତୀୟଥର ପାଇଁ ଭାରତରେ ମୋଦି ସରକାରଙ୍କ ସମସ୍ତ ସମ୍ଭାବନା ରହିଛି। ଅନେକ ଏକ୍‌ଜିଟ୍‌ ପୋଲ୍‌ରେ ଭାଜପାର ସ୍ଲୋଗାନକୁ ‘ଅବ୍‌କି ବାର୍‌ ୪୦୦ ପାର୍‌’ ଅନୁମୋଦନ କରାଯାଇଛି। ତେବେ ଲୋକ ସଭା ନିର୍ବାଚନର ଅନ୍ତିମ ଫଳାଫଳ ଜୁନ୍‌ ୪ରେ ଆସିବ। ସେପଟେ ଲୋକ ସଭା ନିର୍ବାଚନରେ ଭାଜପାର ବହୁମତ ଆସିବାର ସମ୍ଭାବନାକୁ ମଧ୍ୟ ଚାଇନା ବିଚାର କରୁଛି। ଚାଇନା ମୁଖପାତ୍ର ଗ୍ଲୋବାଲ ଟାଇମ୍ସ କହିଛି, ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଭାରତ-ଚାଇନାର ବନ୍ଧୁତ୍ୱର ସମ୍ଭାବନା ସୃଷ୍ଟି ହେବ। ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ, ଗ୍ଲୋବାଲ ଟାଇମ୍ସ ହେଉଛି ଚାଇନାର ଜିନପିଙ୍ଗ ସରକାରଙ୍କ ସରକାରୀ ଖବରକାଗଜ। ଗ୍ଲୋବାଲ ଟାଇମ୍ସର ଦୃଷ୍ଟିକୋଣ ଚାଇନାର ମତ ବୋଲି ବିବେଚନା କରାଯାଏ। ଏପରି ପରିସ୍ଥିତିରେ, ଗ୍ଲୋବାଲ ଟାଇମ୍ସର ବିଶେଷଜ୍ଞଙ୍କ ଉଦ୍ଧୃତ ଏହି କଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଗ୍ଲୋବାଲ ଟାଇମ୍ସ ଲେଖିଛି, ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସହିତ ଭାରତର ବୈଦେଶିକ ନୀତି ଏବଂ କୂଟନୀତି ଅଧିକ ଶକ୍ତିଶାଳୀ ହେବ। ଏକ୍‌ଜିଟ୍‌ ପୋଲ ବିଷୟରେ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ, ନରେନ୍ଦ୍ର ମୋଦିଙ୍କ ବିଜୟ ସହିତ ଭାରତର ସାମଗ୍ରିକ ଘରୋଇ ତଥା ବୈଦେଶିକ ନୀତି ଜାରି ରହିବ। ଭାରତର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ତାଙ୍କର ଉଦ୍ୟମ ଜାରି ରଖିବେ ବୋଲି ଆଶା କରାଯାଉଛି। ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ, ଚାଇନା ସରକାରଙ୍କ ସହମତି ବିନା ଗ୍ଲୋବାଲ ଟାଇମ୍ସରେ କିଛି ଲେଖାହୁଏ ନାହିଁ।

ସିଙ୍ଗୁଆ ୟୁନିଭର୍ସିଟିର ନ୍ୟାଶନାଲ ଷ୍ଟ୍ରାଟେଜି ଇନ୍‌ଷ୍ଟିଚ୍ୟୁଟ୍‌ର ଅନୁସନ୍ଧାନ ବିଭାଗର ନିର୍ଦ୍ଦେଶକ କିଆନ ଫେଙ୍ଗ ରବିବାର ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି, ନରେନ୍ଦ୍ର ମୋଦି ଭାରତ ପାଇଁ ସ୍ଥିର ହୋଇଥିବା ଘରୋଇ ତଥା ବୈଦଶିକ ନୀତିର ଉଦ୍ଦେଶ୍ୟ ଜାରି ରଖିବେ ଏବଂ ଏହାର ମୁଖ୍ୟ ଧ୍ୟାନ ଆମେରିକା ଉପରେ ରହିବ। ଚାଇନା କିଛି ବର୍ଷ ମଧ୍ୟରେ ଭାରତକୁ ଚାଇନା ପରେ ତୃତୀୟ ବୃହତ୍ତମ ଅର୍ଥନୀତି କରିବାକୁ ଲକ୍ଷ୍ୟ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri