ଖୁବ୍‌ଶୀଘ୍ର ୨ରୁ ୬ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା: କୋର୍ବେଭ୍ୟାକ୍ସର ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ,୨୩।୨: କରୋନାକୁ ହରାଇବା ପାଇଁ ଦେଶରେ କରୋନା ଟିକା ଅଭିଯାନ ଜାରି ରହିଛି। କରୋନା ଲଢ଼େଇରେ ଭାରତକୁ ନିକଟରେ ଆଉ ଏକ ଅସ୍ତ୍ର ମିଳିଛି। ବାୟୋଲୋଜିକାଲ-ଇ ଦ୍ୱାରା ପ୍ରସ୍ତୁତ କରୋନା ଭାକ୍ସିନ କୋର୍ବେଭ୍ୟାକ୍ସକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ(ଡିସିଜିଆଇ) ଅନୁମୋଦନ ପ୍ରଦାନ କରିଛି। ୧୨ରୁ ୧୮ବର୍ଷ ବୟସର ପିଲାମାନଙ୍କୁ ଏହି ଟିକା ଦିଆଯିବ ବୋଲି ଡିସିଜିଆଇ ସୋମବାର ଘୋଷଣା କରିଥିଲା। ଇତିମଧ୍ୟରେ ଖୁବ୍‌ଶୀଘ୍ର ୨ରୁ୬ ବର୍ଷ ବୟସର ପିଲାଙ୍କୁ ଦିଆଯିବ କରୋନା ଟିକା। ସେରମ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ଦ୍ୱାରା ବିକଶିତ ହୋଇଥିବା କୋର୍ବେଭ୍ୟାକ୍ସ ପରୀକ୍ଷା ସମୟରେ ୨ରୁ ୬ବର୍ଷ ବୟସର ୨୩୦ ପିଲାଙ୍କୁ ଟିକା ଦିଆଯାଇଛି। ଏହି ପିଲାଙ୍କୁ କୋର୍ବେଭ୍ୟାକ୍ସର ପ୍ରଥମ ଡୋଜ ଦିଆଯାଇଛି। ତେବେ ଟିକାର ଦ୍ୱିତୀୟ ଡୋଜ ଏହି ପିଲାଙ୍କୁ ୨୧ ଦିନ ପରେ ଦିଆଯିବ। ଏହି ପିଲାଙ୍କୁ ଆସନ୍ତା ୬ମାସ ପର୍ଯ୍ୟନ୍ତ ନଜରରେ ରଖାଯିବ ବୋଲି କୋର୍ବେଭ୍ୟାକ୍ସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଟାଏଲ୍‌ ସମୟରେ ଦେଶର ବିଭିନ୍ନ ୧୦ଟି ହସ୍ପିଟାଲରେ ଏହି ପିଲାମାନଙ୍କୁ କୋର୍ବେଭ୍ୟାକ୍ସ ଟିକା ଦିଆଯାଇଥିଲା। ଦେଶର ୧୦ଟି ହସ୍ପିଟାଲରେ ଟ୍ରାଏଲ ସମୟରେ ସବୁଠାରୁ କମ୍‌ ବୟସର ୨୩୦ ପିଲାଙ୍କୁ ଏହି ଟିକା ଦିଆଯାଇଛି। କୋର୍ବେଭ୍ୟାକ୍ସର ଏହା ଏକ ଉନ୍ନତ ମାନବ ପରୀକ୍ଷା ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପିଲାଙ୍କ ଉପରେ କୋର୍ବେଭ୍ୟାକ୍ସର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଅଗଷ୍ଟରୁ ଆରମ୍ଭ ହୋଇଥିଲା। କୋର୍ବେଭ୍ୟାକ୍ସର ପରୀକ୍ଷା ମେ’ ସୁଦ୍ଧା ଶେଷ ହୋଇଯିବ। ଏହାପରେ ୨ବର୍ଷରୁ ଅଧିକ ପିଲାଙ୍କୁ କୋର୍ବେଭ୍ୟାକ୍ସ ଟିକା ଦିଆଯିବ। ଏହି ପରୀକ୍ଷଣରେ ସମୁଦାୟ ୯୨୦ଜଣ ପିଲା ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ ୧୨ରୁ ୧୭ ବର୍ଷ ବୟସର ୪୬୦ ପିଲା, ୭ରୁ ୧୧ ବର୍ଷ ବୟସର ୨୩୦ ପିଲା ଏବଂ ୨ରୁ ୬ବର୍ଷ ବୟସର ୨୩୦ଜଣ ପିଲା ସାମିଲ ରହିଛନ୍ତି। ସେରମ ଇନଷ୍ଟିଚ୍ୟୁଟ ବ୍ୟତୀତ ଭାରତ ବାୟୋଟେକ କମ୍ପାନୀ ମଧ୍ୟ ୨ରୁ ୬ବର୍ଷ ବୟସର ପିଲାଙ୍କ ଉପରେ କୋଭାକ୍ସିନ ପରୀକ୍ଷା କରୁଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri