ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି। ଦୀର୍ଘଦିନ ହେଲା ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନଭୋଜନ ନାଁରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ହାଇସ୍କୁଲ ମୁଖ୍ୟ ଫାଟକରେ ତାଲା ପଡ଼ିଥିବାରୁ ବହୁସଂଖ୍ୟକ ଛାତ୍ର ପାଚେରି ଡେଇଁ ସରପଞ୍ଚ ଜୟନ୍ତୀ ଖୁଣ୍ଟିଆଙ୍କ ବାସଭବନରେ ପହଞ୍ଚତ୍ ଅଭିଯୋଗ କରିଥିଲେ। ସରପଞ୍ଚ ପ୍ରତିନିଧି ରୋହିତ ଖୁଣ୍ଟିଆ ଏବଂ ବହୁ ସଂଖ୍ୟକ ଅଭିଭାବକ ହାଇସ୍କୁଲରେ ପହଞ୍ଚତ୍ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରବି ବେହେରାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ମା’ଶ୍ୟାମଳାଇ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ନେଇଥିବାରୁ ଏନେଇ ସେ କୌଣସି ପଦକ୍ଷେପ ନେଇ ପାରିବେ ନାହିଁ ବୋଲି ନିଜର ଅସହାୟତା ପ୍ରକାଶ କରିଥିଲେ। ପରେ ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କୁ ସରପଞ୍ଚ ପ୍ରତିନିଧି ଫୋନ ଯୋଗେ ଜଣାଇଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ହାଇସ୍କୁଲରେ ପହଞ୍ଚତ୍ ସବିଶେଷ ସ୍ଥିତି ଅନୁଧ୍ୟାନ କରିବା ସହ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ। ମଧ୍ୟାହ୍ନ ଭୋଜନରେ ପାଣିଆ ଡାଲି, ଅଣ୍ଡା ତରକାରି ବଦଳରେ ଦରଶିଝା ଅଣ୍ଡା ପ୍ରଦାନ କରାଯାଉଥିବା ନେଇ ସେମାନେ ଅଭିଯୋଗ କରିଥିଲେ। ପରେ ଛାତ୍ରୀଛାତ୍ରଙ୍କୁ ସେ ବୁଝାଶୁଝା କରିବା ପରେ ସେମାନେ ମଧ୍ୟାହ୍ନ ଭୋଜନ ଖାଇଥିଲେ। ହାଇସ୍କୁଲରେ ଛାତ୍ରୀଛାତ୍ରଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ଅଭାବରୁ ବାରଣ୍ଡାରେ ପାଠପଢ଼ା ଯାଉଛି। ବର୍ଷା ହେଲେ ଶ୍ରେଣୀ କୋଠରିରୁ ପାଣି ଗଳୁଛି, ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା କରାଯାଉ ନାହଁି, ଶୌଚାଳୟ ଓ ପରିଶ୍ରାଗାର ଠିକ୍‌ ନ ଥିବା ପ୍ରଭୃତି ନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସେ ସମସ୍ତ ସମସ୍ୟା ଲିଖିତ ଭାବେ ଜଣାଇବାକୁ ପରାମର୍ଶ ଦେଇ ଫେରିଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ଏନେଇ ପଚାରିବାରୁ ପ୍ରଥମ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀର ୨୭୧ ଛାତ୍ରୀଛାତ୍ର ହାଇସ୍କୁଲରେ ପାଠ ପଢୁଛନ୍ତି। ୧୩ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତ ଅଛନ୍ତି। ନିମ୍ନମାନର ମଧ୍ୟାହ୍ନଭୋଜନ ଯୋଗାଣକୁ ନେଇ ଗ୍ରାମର ୨ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଛି। ହାଇସ୍କୁଲରେ ସ୍ଥାୟୀ ତଥା ଜଣେ ନିୟମିତ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତ କରିବା ସହ ବିବିଧ ସମସ୍ୟାର ସମାଧାନ ପାଇଁ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରାଯିବ ବୋଲି ସରପଞ୍ଚ ପ୍ରତିନିଧି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶର୍ଜିଲ ଇମାମ୍‌ଙ୍କୁ ମିଳିଲା ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ,୯ା୩: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ଏକ ଅଦାଲତ ସୋମବାର ଆକ୍ଟିଭିଷ୍ଟ ଶର୍ଜିଲ ଇମାମ୍‌ଙ୍କୁ ୧୦ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଭାଇ ବାହାଘରରେ ଯୋଗଦେବା…

ଚିତା ସଂଖ୍ୟା ବୃଦ୍ଧି: କୁନୋ ଜାତୀୟ ଉଦ୍ୟାନରେ ଜ୍ୱାଲାର ୫ ଛୁଆ ଜନ୍ମ

ନୂଆଦିଲ୍ଲୀ,୯ା୩: ନାମିବ୍ୟାରୁ ଅଣାଯାଇଥିବା ଚିତା ଜ୍ୱାଳା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସୋମବାର ୫ ଶାବକ ଜନ୍ମ କରିବାରୁ ଭାରତରେ ଚିତାସଂଖ୍ୟା ୫୩କୁ ବୃଦ୍ଧି ପାଇଛି। ଭାରତର…

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

ଖେଳୁଥିବା ବେଳେ ୧୮ ମାସର ଶିଶୁକନ୍ୟାଙ୍କୁ କାମୁଡ଼ିଲା ସାପ, ଦେଖୁଦେଖୁ…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ଦେଉଳପେଡ଼ି ଗ୍ରାମର ଭରତ ବେହେରାଙ୍କ ୧୮ ମାସର ଶିଶୁକନ୍ୟା ରିୟାଂଶି ବେହେରା ସାପ କାମୁଡ଼ାରେ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୦ ପ୍ରାର୍ଥୀ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri