ବଲାଙ୍ଗୀରରେ ପୁଣି ଶିଶୁବଳି

ଲାଠୋର, ୧୯ା୧୦ (ଭୁବନେଶ୍ୱର ବାରିକ):ବଲାଙ୍ଗୀର ଜିଲାରେ ପୁଣି ଶିଶୁବଳି। ଗୁରୁବାର ଅପରାହ୍ଣରୁ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଶୁକ୍ରବାର ସକାଳେ ଲାଠୋର ଥାନା ଅନ୍ତର୍ଗତ ଜଲପାଙ୍କେଲ ଗଁା ନିକଟ ଝଲିଆଲିଟି ଡୁଙ୍ଗୁରି ଉପରେ ମିଳିବା ପରେ ପରିବାର ଓ ଗଁା ଲୋକେ ଏହା ବଳି ବୋଲି ଅଭିଯୋଗ ଆଣିଛନ୍ତି। ମୃତ ଶିଶୁ ଜଣକ ହେଲେ ଜଲପାଙ୍କେଲ ଗଁାର ତପନ ବେମାଲଙ୍କ ପୁଅ ସୋମନାଥ ବେମାଲ (୧୧)। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପୋଲିସର ସନ୍ଧାନୀ କୁକୁର ଗଁାର ଜଣେ ବ୍ୟକ୍ତିଙ୍କ ଘରକୁ ଯିବା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ଗଁା ଲୋକେ ବଲାଙ୍ଗୀର-ନୂଆପଡ଼ା ରାସ୍ତାକୁ ଅବରୋଧ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତଦନ୍ତ ବେଳେ ଉତ୍ତ୍ୟକ୍ତ ଲୋକେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଠେଲାପେଲା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଜଲପାଙ୍କେଲ ଗଁାର ତପନ ବେମାଲଙ୍କ ପୁଅ ସୋମନାଥ ଗୁରୁବାର ଅପରାହ୍ଣ ପ୍ରାୟ ୪ଟାରେ ଏକ ପାଚିଲା ଆତ ଧରି ଖେଳିବା ପାଇଁ ଘରୁ ବାହାରିଥିଲେ। ତେବେ ସେ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନ ଥିଲା। ସୋମନାଥ ରାତି ସୁଦ୍ଧା ଘରକୁ ନ ଫେରିବାରୁ ତାଙ୍କ ଅଜା ଦଳ ବେମାଲ ଲାଠୋର ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଶୁକ୍ରବାର ସକାଳେ ଗଁାର ବସୁ ହଂସ, ପରମ ବାଗ ଓ ରାକିଶୋର ଭୋଇଙ୍କ ସମେତ କେତେଜଣ ଯୁବକ ଝଲିଆଲିଟି ଡ଼ୁଙ୍ଗୁରିରେ ସୋମନାଥଙ୍କ ମୃତଦେହ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ଏହା ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଗୁରୁବାର ଏକସଙ୍ଗେ ଆଶ୍ୱିନ ପୂର୍ଣ୍ଣିମା ଓ ଗର୍ଭଣା ସଂକ୍ରାନ୍ତି ଥିବାରୁ ସୋମନାଥଙ୍କୁ ବଳି ଦିଆଯାଇଥିବା କୁହାଯାଉଛି।
ପ୍ରାୟ ୧୧ ବର୍ଷ ପୂର୍ବେ ଝଲିଆଲିଟି ଡ଼ୁଙ୍ଗୁରିରେ ସୋନୁ ରଣା (୧୮) ନାମକ ଜଣେ ଯୁବକଙ୍କ ଗଳିତ ମୃତଦେହ ମିଳିଥିଲା। ସେତେବେଳେ ମଧ୍ୟ ଏହା ବଳି ବୋଲି ଚର୍ଚ୍ଚା ହୋଇଥିଲା। ଶୁକ୍ରବାର ସୋମନାଥଙ୍କ ମୃତଦେହ ସେଇ ଡୁଙ୍ଗୁରିରୁ ମିଳିବା ପରେ ବଳି ଚର୍ଚ୍ଚା ଜୋର୍‌ ଧରିଥିଲା। କିଛି ବର୍ଷ ତଳେ ଅନ୍ୟ ଏକ ଗଁାରୁ ଆସି ଜଲପାଙ୍କେଲ ଗଁାରେ ରହୁଥିବା ଜଣେ ବ୍ୟକ୍ତି ଗୁଣିଗାରେଡ଼ି କରୁଥିବା ଲୋକେ ସନ୍ଦେହ କରିଆସୁଥିଲେ। ସୋମନାଥଙ୍କ ମୃତ୍ୟୁରେ ମଧ୍ୟ ତାଙ୍କର ହାତ ଥିବା ସନ୍ଦେହ କରାଯାଉଛି। ମାମଲାର ସମ୍ବେଦନଶୀଳତାକୁ ଦେଖି ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଏବଂ ପାଟଣାଗଡ଼ ଏସ୍‌ଡିପିଓ ସଦାନନ୍ଦ ପୂଝାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ଭବାନୀପାଟଣାରୁ ଆସିଥିବା ଡଗ୍‌ ସ୍କାଡ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଆରମ୍ଭ କରିଥିଲେ। ସନ୍ଧାନୀ କୁକୁର ସୋମନାଥଙ୍କ ମୃତଦେହ ପଡ଼ିଥିବା ଡୁଙ୍ଗୁରି ଉପରୁ ଗଁାର ସେଇ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଘରକୁ ଆସିବା ପରେ ଲୋକେ ସମ୍ପୃକ୍ତ ବ୍ୟକ୍ତି ଗୁଣିଗାରେଡ଼ି କରି ବଳି ଦେଇଥିବା ସନ୍ଦେହ କରିଥିଲେ। ଏଥିସହ ତାଙ୍କ ଗିରଫ ଦାବି କରିଥିଲେ। ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ବଲାଙ୍ଗୀର-ନୂଆପଡ଼ା ରାସ୍ତା ଅବରୋଧ କରିଥିଲେ। ଲାଠୋର ଥାନାଧିକାରୀ ରାକେଶ ବେହେରାଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ତଦନ୍ତ ଆରମ୍ଭ କରିବା ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପାଟଣାଗଡ଼ ହସ୍ପିଟାଲକୁ ପଠାଇଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ଏସ୍‌ଡିପିଓ ସଦାନନ୍ଦ ପୂଜାରୀ କହିଛନ୍ତି। ଲୋକେ ଯେଉଁ ଦିଗକୁ ସନ୍ଦେହ କରୁଛନ୍ତି, ସେଇ ଦିଗ ସହ ଅନ୍ୟ ସବୁ ଦିଗ ଉପରେ ତଦନ୍ତ କରାଯିବ। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି ବୋଲି ଥାନାଧିକାରୀ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

ପ୍ରାକ୍ଟିସ ପାଇଁ ବାରବାଟୀରେ ପହଞ୍ଚିଲେ ହାର୍ଦ୍ଦିକ

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯିବ। ଏନେଇ ଦୁଇ ଦଳର...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

‘ସିଦ୍ଧୁଙ୍କୁ କରାଯାଉ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ, ତାହେଲେ ରାଜନୀତିକୁ ଫେରିବେ,’ ନବଜୋତ କୌରଙ୍କ ଅଜବ ଦାବି

ଚଣ୍ଡିଗଡ଼,୭।୧୨: ପଞ୍ଜାବ ବିଧାନସଭା ନିର୍ବାଚନକୁ ଏବେ ବି ଗୋଟିଏ ବର୍ଷରୁ ଅଧିକ ସମୟ ବାକି ଅଛି, କିନ୍ତୁ ରାଜନୀତି ଏବେଠାରୁ ଉଷ୍ମ ହେଉଛି। ପୂର୍ବତନ କ୍ୟାବିନେଟ...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

ହ୍ୟୁମାନଙ୍କ ସମାଧି ପୀଠରେ ଭୋ ଭୋ ହୋଇ କାନ୍ଦିଲେ ସ୍ତ୍ରୀ ଶ୍ରୀୟା, କହିଲେ ଏମିତି ଚାଲିଗଲ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ସ୍ମୃତି ଉଦ୍ଦେଶ୍ୟରେ ରବିବାର ଅର୍ଥାତ୍‌ ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ...

ଇନ୍‌ଷ୍ଟାଗ୍ରାମରେ ପରସ୍ପରକୁ ଅନ୍‌ଫଲୋ କଲେ ପଲାଶ-ସ୍ମୃତି

ମୁମ୍ବାଇ: ଗାୟକ ତଥା ଫିଲ୍ମ ନିର୍ମାତା ପଲାଶ ମୁଛଲ ଏବଂ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରବିବାର  ଅଫିସିଆଲି ସେମାନଙ୍କ ବିବାହ ଭାଙ୍ଗିବା ସମ୍ପର୍କରେ ନିଶ୍ଚିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri