ଦିଗପହଣ୍ଡିରେ ଶିଶୁଙ୍କ ନାମଲେଖା, ଶିଶୁ ବାଟିକା ସଚେତନତା କାର୍ଯ୍ୟକ୍ରମ

ଦିଗପହଣ୍ଡି,୨୬|୩(ଅଶେଷ ନାଥ ମିଶ୍ର): ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବ୍ଳକ ଓ ଏନଏସି ଅଧିନ ବିଦ୍ୟାଳୟ ମାନଙ୍କରେ  ଶିଶୁଙ୍କ ନାମଲେଖା ତଥା ଶିଶୁ ବାଟିକା ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏନେଇ ଶିଶୁଙ୍କ ଅଭିଭାବକ ଙ୍କୁ ସଚେତନତା ସ୍ୱରୂପ ରାଜ୍ୟ ସରକାରଙ୍କ ପ୍ରଦତ୍ତ ପ୍ରବେଶ ଉତ୍ସବ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଇଥିଲା ।

ଦିଗପହଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସହାୟତାରେ ଆୟୋଜିତ କାର୍ଯ୍ୟକ୍ରମରେ ଦିଗପହଣ୍ଡି ଏନଏସି ନଗରପାଳ ପ୍ରଫୁଲ  ପଣ୍ଡା , କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ଅଶୋକ କୁମାର କର୍ଣ୍ଣ , ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ ଙ୍କ ସମେତ ସହଗୋଷ୍ଠୀ ଶିକ୍ଷାଧିକାରୀ ତଥା ଗୋଷ୍ଠୀ କେନ୍ଦ୍ର ସଂଯୋଜକ ବାଳା ମାଝୀ , ଅନ୍ୟତମ ସହଗୋଷ୍ଠୀ ଶିକ୍ଷାଧିକାରୀ ରସାନନ୍ଦ ଘଡେଇ , ବିଶ୍ରବା ପାଇକ ଙ୍କ ସମସ୍ତ ସିଆରସିସି , ପଞ୍ଚାୟତ ନିର୍ବାଚିତ ପ୍ରତିନିଧି , କାଉନସିଲର ଏବଂ  ଶିକ୍ଷୟିତ୍ରୀ ଶିକ୍ଷକ ଙ୍କ ସହାୟତାରେ ଏନ୍ଏସି ଓ ବ୍ଳକର ସମସ୍ତ ପଞ୍ଚାୟତରେ ସଚେତନତା କରାଯାଇଥିଲା । ଏଥିରେ ୫ ବର୍ଷରୁ ଉର୍ଦ୍ଧ୍ଵ ବୟସର ପିଲାଙ୍କୁ ଏକ ଉତ୍ତମ , ସଙ୍ଗଠିତ ଏବଂ ଅନୁଭୂତି ମୂଳକ ଶିକ୍ଷଣ ପରିବେଶ ମଧ୍ୟରେ ଶିକ୍ଷା ପ୍ରଦାନ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ମାଓବାଦୀଙ୍କୁୁ ବଡ଼ ଧକ୍କା: ଲୁଚାଇ ରଖିଥିବା ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି,୧୬।୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ୨୨୬ ବାଟାଲିୟନ ସିଆରପିଏଫ୍‌ ଯବାନ ସ୍ୱତନ୍ତ୍ର ଆମ୍ୱୁସ ଅପରେଶନ କରୁଥିବାବେଳେ ଗୋମଗୁଡ଼ା ଗ୍ରାମର ପୋଡିୟମପାରା ଅଞ୍ଚଳରେ ଏକ…

ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ର ଆରମ୍ଭ: ଭାଗନେଲେ ୧ ହଜାର କ୍ରୀଡ଼ାବିତ୍‌

ବାଲେଶ୍ୱର,୧୬ା୩(ବାଞ୍ଛାନିଧି ଦେ): ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ(ଏଆଇୟୁ), ନୂଆଦିଲ୍ଲୀ ସହଯୋଗ ଓ ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ସହଭାଗିତାରେ ସୋମବାର ସର୍ୱଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ମହିଳା ଟାଏକୋଣ୍ଡୋ ଚାମ୍ପିୟନଶିପ୍‌ ୨୦୨୫-୨୬…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri