ଲାଞ୍ଚ ନ ଦେବାରୁ ଷ୍ଟ୍ରେଚର ଠେଲିଲେ କୋମଳମତି ଶିଶୁ

ଦେଓରିଆ,୨୦।୭: କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କ ପାଇଁ ଭଲ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ସେସବୁ ଯୋଜନା ବାଟବଣା ହେବାରେ ଲାଗିଛି। ପୁଣି କରୋନା କାଳରେ ସ୍ବାସ୍ଥ୍ୟ ସେବାର ଏଭଳି ଦୃଶ୍ୟ ସାମ୍ନାକୁ ଆସୁଛି ଯାହା ଅତ୍ୟନ୍ତ ଦୁଃଖଦାୟକ ଓ ମର୍ମାହତ କରିଦେବା ଭଳି। ଯେଉଁଠି ହସ୍ପିଟାଲର ଡାକ୍ତର, କର୍ମଚାରୀ ଓ ନର୍ସ ଦିନରାତି ଏକ କରି ଓ ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ସେବା କରୁଛନ୍ତି। ସେଇଠି କେତେକ ହସ୍ପିଟାଲର କର୍ମଚାରୀ ନିଜ ଲୋଭଖୋର ମନଭାବ ଯୋଗୁ ରୋଗୀ ଅବହେଳିତ ହେବା ସହ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏହାର ଜ୍ୱଳନ୍ତ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଦେଓରିଆରେ।

 

ଦେଓରିଆର ଏକ ହସ୍ପିଟାଲର କର୍ମଚାରୀ ଜଣେ ରୋଗୀଙ୍କୁ ଓ୍ବାର୍ଡ ପର୍ଯ୍ୟନ୍ତ ଷ୍ଟ୍ରେଚରରେ ନେବାକୁ ପରିବାର ଲୋକଙ୍କୁ ଲାଞ୍ଚ ମାଗିଥିଲେ। ତେବେ ରୋଗୀଙ୍କ ସମ୍ପର୍କୀୟ ଲାଞ୍ଚ ଦେବାକୁ ମନା କରିବାରୁ ଉକ୍ତ କର୍ମଚାରୀ ଷ୍ଟ୍ରେଚରରେ ତାଙ୍କୁ ନେବାକୁ ମନା କରିଦେଇଥିଲେ ଏବଂ ନିଜେ ନେଇଯିବାକୁ କହିଥିଲେ। ଫଳରେ ରୋଗୀଙ୍କ ସାଙ୍ଗରେ ଆସିଥିବା ତାଙ୍କ ସ୍ତ୍ରୀ ଓ କୋମଳମତି ଶିଶୁ ବାଧ୍ୟ ହୋଇ ଷ୍ଟ୍ରେଚରକୁ ନିଜେ ଠେଲି ଠେଲି ଓ୍ବାର୍ଡକୁ ନେଇଥିଲେ। ତେବେ ଶିଶୁର ଏହି ଷ୍ଟ୍ରେଚର ଠେଲିବା ଦେଖିଲେ ଯାହାର ଆଖିରେ ବି ଲୁହ ଆସିଯିବ। ଏଥିସହ ଗରିବଙ୍କ ପ୍ରତି ସରକାରଙ୍କ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ଏହାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ିବ। ଏହି ଘଟଣାକୁ ସ୍ଥାନୀୟ ମହଲରେ ନିନ୍ଦା କରାଯିବା ସହ ଚଚ୍ଚାର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଭାବନର ଦେଶ ଭାରତ

ଶୂନରୁ ମହାଶୂନ୍ୟ, ଯୋଗରୁ ଯନ୍ତ୍ର, ବେଦରୁ ବିଜ୍ଞାନ ପର୍ଯ୍ୟନ୍ତ ସବୁକିଛିରେ ରହିଛି ଭାରତର ବିଶ୍ୱକୁ ଅବଦାନ। ଅନେକ ଉଦ୍ଭାବନ ଓ ଆବିଷ୍କାରର ଦେଶ ହେଉଛି ଭାରତ।...

ଭୂକମ୍ପର ତୀବ୍ର ଝଟକାରେ ଥରିଲା ପିଓକେ: ବ୍ୟାପକ କ୍ଷୟକ୍ଷତି, ୫ ମୃତ, ୫୦ ଆହତ

ନୂଆଦିଲ୍ଲୀ/ ଇସ୍‌ଲାମାବାଦ, ୨୪।୯:  ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ...

ଦିଲ୍ଲୀ ନିର୍ବାଚନ: ଭୋଟ ହାର ଘୋଷଣାରେ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୯ା୨: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦିଲ୍ଲୀ ବିଧାନସଭାର ୭୦ ଆସନରେ ନିର୍ବାଚନ ଶେଷ ହୋଇଛି। ଇତିମଧ୍ୟରେ ୧୭ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ...

ସେସନ୍ସ କୋର୍ଟରେ ରାୟ ସଂରକ୍ଷିତ

ସୁରଟ, ୧୪ା୪: ‘ସବୁ ମୋଦି ଚୋର’ ମନ୍ତବ୍ୟ ପାଇଁ ମାନହାନି ମାମଲାରେ ମାଜିଷ୍ଟ୍ରେଟ କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି...

ଦେଶବାସୀଙ୍କ କ୍ଷମତା ଉପରେ ଥିଲା ପୂର୍ଣ୍ଣ ବିଶ୍ୱାସ…

ନୂଆଦିଲ୍ଲୀ,୨୪।୧୦: କରୋନା ମହାମାରୀ ଲଢ଼େଇରେ ଦେଶବାସୀ ଏକଜୁଟ ହୋଇଛନ୍ତି। ଫଳରେ ୧୦୦ କୋଟି ଟିକାକରଣ ସମ୍ଭବ ହୋଇ ପାରିଛି। ଦେଶବାସୀଙ୍କ କ୍ଷମତା ଉପରେ ପୂର୍ଣ୍ଣ ବିଶ୍ୱାସ...

ବ୍ୟକ୍ତିତ୍ୱ: ସମାଜ ସଚେତକ ସ୍ରଷ୍ଟା ମୁଲକ ରାଜ ଆନନ୍ଦ

କେବଳ ଏହି ଗୋଟିଏ ଉପନ୍ୟାସ ନୁହେଁ; ସେ ତାଙ୍କ ପ୍ରତ୍ୟେକ ରଚନାରେ ସମାଜର ଅବ୍ୟବସ୍ଥାକୁ ଆଗକୁ ଆଣିଛନ୍ତି। ସେଥିଲାଗି ଯଥାର୍ଥରେ ତାଙ୍କୁ ଜଣେ ସମାଜ ସଚେତକ...

ପ୍ରବଳ ବର୍ଷା: ବନ୍ୟା ଜଳରେ ଭାସିଗଲା ଗାଡ଼ି

ମୁମ୍ବାଇ,୨୬।୯: ମହାରାଷ୍ଟ୍ର ପୁଣେରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। କେତେକ ଅଞ୍ଚଳରେ ଘର ଭିତରେ ଛାତିଏ ପାଣି ଠିଆ ହୋଇ ରହିଛି।...

ୟୁପିରେ ଏଏପି ସରକାର ଗଢିଲେ ମାଗଣା ମିଳିବ ବିଜୁଳି

ଲକ୍ଷ୍ନୌ,୧୬ ।୯: ଦିଲ୍ଲୀର ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ଗୁରୁବାର ଏକ ବଡ ଘୋଷଣା କରିଛନ୍ତି । ଉତ୍ତର ପ୍ରଦେଶରେ ଏକ ଖବରଦାତା ସମ୍ମିଳନୀରେ ସେ...

Advertisement
Archives

Model This Week