ଜଙ୍ଗଲରେ କେହି ଛାଡ଼ି ପଳାଇଥିଲେ ଶିଶୁପୁତ୍ର: ଉଦ୍ଧାରକଲା ଶିଶୁ ସୁରକ୍ଷା ଟିମ୍‌

ଦେବଗଡ,୨୧ /୫(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଜିଲା ଜମନକିରା ଥାନା ଅଧୀନ କସଡା ଗ୍ରାମ ନିକଟ ଜଙ୍ଗଲରୁ ସ୍ଥାନୀୟ ଜଣେ ମହିଳା ସୋମବାର ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରେ ଲାଳନପାଳନ ପାଇଁ ସେ ତାଙ୍କ ଭଉଣୀକୁ ଉକ୍ତ ଶିଶୁପୁତ୍ରକୁ ଦେଇଥିଲେ। ଖବରପାଇ ଜିଲା ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍‌ ପହଞ୍ଚି ସମ୍ପୃକ୍ତ ମହିଳାଙ୍କ ଭଉଣୀଙ୍କଠାରୁ ଶିଶୁପୁତ୍ରକୁ ଉଦ୍ଧାର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳେ ମହିଳା ଜଣଙ୍କ କେନ୍ଦୁପତ୍ର ତୋଳିବା ପାଇଁ ଉକ୍ତ ଜଙ୍ଗଲକୁ ଯାଇଥିଲେ। ହେଲେ ଜଙ୍ଗଲରେ କେହିଜଣେ ଶିଶୁପୁତ୍ରକୁ ଫିଙ୍ଗି ପଳାଇଯାଇଥିଲେ। ଶିଶୁପୁତ୍ରର କାନ୍ଦ ଶୁଣି ମହିଳା ଜଣଙ୍କ ତାଙ୍କୁ ଉଦ୍ଧାର କରି ଘରକୁ ନେଇଥିଲେ। ପରେ ଲାଳନପାଳନ ପାଇଁ ଦେବଗଡ଼ ଜିଲା ରିଆମାଳ ଥାନା ମହୁଳଦୂମା ଗ୍ରାମରେ ରହୁଥିବା ତାଙ୍କ ଭଉଣୀକୁ ଶିଶୁପତ୍ରକୁ ହସ୍ତାନ୍ତର କରିଥିଲେ। ମଙ୍ଗଳବାର ସକାଳେ କେହି ଜଣେ ବ୍ୟକ୍ତି ଏ ସମ୍ପର୍କରେ ଚାଇଲ୍ଡଲାଇନକୁ ଫୋନ୍‌ରେ ଜଣାଇଥିଲେ। ଦେବଗଡ଼ ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଶିଶୁ ସୁରକ୍ଷା ବିଭାଗର ଏକ ଟିମ୍‌ ମହୁଳଦୁମା ଗ୍ରାମରେ ପହଞ୍ଚି ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ଶିଶୁ ସୁରକ୍ଷା ଅଧିକାରିଣୀ କ୍ରାନ୍ତିମଞ୍ଜରୀ ଧାଉଁଳିଆଙ୍କ ନେତୃତ୍ୱରେ ଚାଇଲ୍ଡ ହେଳ୍ପଲାଇନର ସୂର୍ଯ୍ୟକାନ୍ତୀ ଭରାସାଗର, କରିସ୍ମା ମହାକୁଳ, ସୁଜିତ ନାୟକ, ପୋଷ୍ୟ ସନ୍ତାନ କେନ୍ଦ୍ରର ସୁମିତ୍ରା ତିର୍କି ପ୍ରମୁଖ ଶିଶୁପୁତ୍ରକୁ ଉଦ୍ଧାର କରିଥିଲେ। ମଙ୍ଗଳବାର ଅପରାହ୍ନରେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟର ଏସ୍‌ଏନ୍‌ସିୟୁରେ ଶିଶୁପୁତ୍ରର ଚିକିତ୍ସା କରାଯାଇଛି। ଶିଶୁପୁତ୍ରର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ଓଜନ ୧ କିଲୋ ୭୦୦ ଗ୍ରାମ୍‌ ବୋଲି ଜଣାପଡିଛି। ଶିଶୁର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଶିଶୁ ମଙ୍ଗଳ ସମିତିରେ ହାଜର କରାଯିବ। ଉପଯୁକ୍ତ ପ୍ରମାଣପତ୍ର ସହିତ ଶିଶୁପୁତ୍ରର କେହି ଦାବିଦାର ଆସିଲେ ତାଙ୍କୁ ହସ୍ତାନ୍ତର କରାଯିବ। ନଚେତ୍‌ ବିଭାଗୀୟ ପଦକ୍ଷେପ ଗ୍ରହଣ ସହିତ ପୌଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟାରେ ଶିଶୁପୁତ୍ରକୁ ଥଇଥାନ କରାଯିବ ବୋଲି ଜିଲା ଶିଶୁ ସୁରକ୍ଷା ଅଧିକାରୀ ମହାପାତ୍ର କହିଛନ୍ତି। ଅପରପକ୍ଷରେ ଶିଶୁପୁତ୍ରକୁ ଆଶ୍ରୟ ଦେଇଥିବା ମହିଳା ଡାକ୍ତରଖାନାରେ ପହଞ୍ଚିଥିବାବେଳେ ବାରମ୍ବାର ଅଚେତ ହୋଇପଡୁଥିବା ଦେଖିବାକୁ ମିଳିଛି। ଉକ୍ତ ଶିଶୁପୁତ୍ରକୁ ସେ ପୁଅ କରି ରଖିବା ପାଇଁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

ଋଷିକୂଲ୍ୟା ମୁହାଣରେ ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ ଟ୍ୟାଗିଂ: ସାଟେଲାଇଟ୍‌ ଜରିଆରେ ଜାଣିହେବ ଗତିବିଧି

ଗଞ୍ଜାମ,୨୬ା୧୨(ଅନାଥ ତରାଇ/ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଋଷିକୂଲ୍ୟା ନଦୀ ମୁହାଣର ବେଳାଭୂମିରେ ଏକ ଉଲେଖନୀୟ ପଦକ୍ଷେପ ନିଆଯାଇଛି। ଏଠାରେ ୨ଟି ଅଲିଭ ରିଡଲେ କଇଁଛଙ୍କୁ ଜିପିଏସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri