ଅବହେଳିତ ଥାଲାସେମିଆ ଶିଶୁ ରୋଗୀ

ଯାଜପୁର,୩୦ା୧(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ୱାର୍ଡରେ ରକ୍ତଜନିତ ରୋଗ ଥାଲାସେମିଆ, ସିକିଲ୍‌ ସେ୍‌ଲ ଓ ହିମୋଫେଲିଆ ରୋଗୀମାନେ ଉପଯୁକ୍ତ ଚିିକିତ୍ସା ନ ପାଇ ନିରାଶ ହେଉଛନ୍ତି। ଏହି ମର୍ମରେ ଯାଜପୁର ଜିଲା ଥାଲାସେମିଆ ସିକିଲସେଲ୍‌ ଏନିମିଆ ୱେଲ୍‌ଫେୟାର ସୋସାଇଟିର ସମ୍ପାଦକ ପରମାନନ୍ଦ ନାୟକ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଶିଶୁମାନଙ୍କ ଅସ୍ଥିମଜ୍ଜାରେ ଲୋହିତ ରକ୍ତ କଣିକା ସୃଷ୍ଟି ହେଉ ନ ଥିବାରୁ ଜୀବନ ବଞ୍ଚାଇବାକୁ ନିୟମିତ ରକ୍ତ ଗ୍ରହଣ କରିଆସୁଛନ୍ତି। ଶତକଡ଼ା ୭୫ ଭାଗ ଶିଶୁ ଗରିବ ଶ୍ରେଣୀର। ସେମାନଙ୍କୁ ଗୋଟିଏ ରକ୍ତ ନେବା ପାଇଁ ରେଡ୍‌କ୍ରସ ରକ୍ତଭଣ୍ଡାରକୁ ୨ ଶହ ଟଙ୍କା ଦେୟ ଓ ମେଡିକାଲ ଯିବା ଆସିବା ଖର୍ଚ୍ଚ ବହନ କରିବା ସମ୍ଭବପର ହେଉ ନ ଥିଲା। ଫଳରେ ସେମାନଙ୍କର ଜୀବନ ବଞ୍ଚାଇବା ଅସମ୍ଭବ ହେଉଥିଲା। ଏପରି ସଂକଟାପନ୍ନ ଶିଶୁମାନଙ୍କ ଜୀବନ ବଞ୍ଚାଇବା ପାଇଁ ଯାଜପୁର ଜିଲାର କେତେଜଣ ଅବସରପ୍ରାପ୍ତ ବରିଷ୍ଠ ଶିଶୁ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, କର୍ଣ୍ଣ, ନାସା, ଗଳା, ଚକ୍ଷୁ ବିଶେଷଜ୍ଞ, ବରିଷ୍ଠ ସାମ୍ବାଦିକ, ସାମାଜିକ କର୍ମୀ ଏବଂ ସରକାରୀ ପଦାଧିକାରୀ ଯଥା ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍‌, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ରେଡ୍‌କ୍ରସ୍‌ ରକ୍ତଭଣ୍ଡାର ଅଧିକାରୀ ପ୍ରମୁଖ ୧୫ ଜଣ ସଦସ୍ୟଙ୍କ ଉଦ୍ୟମରେ ୨୦୦୬ରେ ଥାଲାସେମିଆ ସିକିଲସେଲ୍‌ ଏନିମିଆ ୱେଲ୍‌ଫେୟାର ସୋସାଇଟି ଗଠନ କରାଯାଇଥିଲା। ଗରିବ ଶ୍ରେଣୀର ରୋଗୀମାନଙ୍କର ରକ୍ତଗ୍ରହଣ କରିବା ଖର୍ଚ୍ଚ, ରୋଗୀ ଚିହ୍ନଟ, ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ମାଗଣା ରକ୍ତ ପରୀକ୍ଷା, ରକ୍ତ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ବାବଦରେ ସମସ୍ତ ଖର୍ଚ୍ଚ ୨୦୦୬ଠାରୁ ସୋସାଇଟିର ସଦସ୍ୟଙ୍କ ଅନୁଦାନରେ ପରିଚାଳିତ ହୋଇଆସୁଛି। ପ୍ରତିବର୍ଷ ବିଶ୍ୱ ଥାଲାସେମିଆ ଦିବସ, ସ୍ବାଧୀନତା ଦିବସ, ଉତ୍କଳ ଦିବସରେ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥାଏ। ୨୦୧୭ ଜୁନ୍‌ ୧୫ ଭାରତ ସରକାରଙ୍କ ଗେଜେଟ୍‌ ନୋଟିଫିକେଶନ ଅନୁଯାୟୀ ଥାଲାସେମିଆ, ସିକିଲ ସେଲ୍‌ ଓ ହିମୋଫେଲିଆ ରୋଗୀମାନଙ୍କୁ ପ୍ରମାଣପତ୍ର ଦେବାକୁ ଜିଲା ମେଡିକାଲ ବୋର୍ଡରେ ଶିଶୁ ବିଭାଗ କିମ୍ବା ମେଡିସିନ ବିଭାଗ ଡାକ୍ତରଙ୍କୁ ଜଣେ ସଦସ୍ୟଭାବେ ନିୟୋଜିତ କରାଯାଇଛି। କିନ୍ତୁ ଯାଜପୁର ଜିଲା ସ୍ବାସ୍ଥ୍ୟ ବିଭାଗରେ ଏହାର ଓଲଟା ହେଉଛି। ଶିଶୁ ବିଭାଗ ଡାକ୍ତରଙ୍କୁ ମେଡିକାଲ ବୋର୍ଡରେ ନିୟୋଜିତ କରିବା ପରିବର୍ତ୍ତେ ମେଡିସିନ ବିଭାଗର ଡାକ୍ତର ନିୟୋଜିତ ଅଛନ୍ତି। ୧୭ ବର୍ଷ ହେବ ସମସ୍ତ ରକ୍ତ ଜନିତ ଶିଶୁ ରୋଗୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ଆଉଟ୍‌ଡୋର ଓ ଇନ୍‌ଡୋର ସ୍ବତନ୍ତ୍ର ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ରକ୍ତହୀନତା ଶିଶୁମାନଙ୍କୁ ନିୟମିତ ଚିକିତ୍ସା କରୁଥିବା ଶିଶୁ ଡାକ୍ତର ଅଭିଜ୍ଞ। କିନ୍ତୁ ମେଡିକାଲ ବୋର୍ଡରେ ମେଡିସିନ ବିଶେଷଜ୍ଞ ଡାକ୍ତରଙ୍କୁ ନିୟୋଜିତ କରାଯିବା ଫଳରେ ଶିଶୁ ରୋଗୀଙ୍କୁ ଠିକ୍‌ ପ୍ରମାଣପତ୍ର ମିଳୁନାହିଁ। ବିଭିନ୍ନ ଆଳ ଦେଖାଇ ନିରୀହ ଶିଶୁମାନଙ୍କୁ ଫେରାଇ ଦିଆଯାଉଛି। କେତେଜଣ ଶିଶୁ ରୋଗୀଙ୍କୁ ଅସ୍ଥାୟୀ ପ୍ରମାଣପତ୍ର ଦିଆଯାଉଛି। ଯାଜପୁର ପୌରାଞ୍ଚଳର ଦାଣ୍ଡସୁନ୍ଦରପୁର ଗ୍ରାମର ସୌମ୍ୟଜିତ ସାହୁଙ୍କୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ସେ ୩ ବର୍ଷ ହେବ ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇ କଟକ ଶିଶୁଭବନ, କଟକ ମେଡିକାଲ ରକ୍ତ ବିଭାଗ ଓ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଚିକିତ୍ସାଧୀନ ଥାଇ ୩୮ଟି ରକ୍ତ ଗ୍ରହଣ କରିସାରିଛନ୍ତି। ଏହାସତ୍ତ୍ୱେ ସେ ପ୍ରମାଣପତ୍ର ପାଇଁ ବାରମ୍ବାର ମେଡିକାଲ ବୋର୍ଡରୁ ନିରାଶ ହୋଇ ଫେରିଯାଉଛନ୍ତି। ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ପ୍ରମାଣପତ୍ର ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଇତିମଧ୍ୟରେ ୩ଟି ମେଡିକାଲ ବୋର୍ଡ ବୈଠକ ଅନୁଷ୍ଠିତ ହୋଇସାରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହି ମର୍ମରେ ଥାଲାସେମିଆ ସୋସାଇଟିର ସମ୍ପାଦକ ୩ା୧୧ା୨୦୨୨ରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଶାସନ ସଚିିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ କୌଣସି ସୁଫଳ ନ ମିଳିବାରୁ ୫ା୯ା୨୦୨୩ରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ତଥାପି କୌଣସି ସୁଫଳ ନ ମିଳିବାରୁ ଶେଷରେ ୫-ଟି ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍‌ଓ) ଶିବାଶିଷ ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି, ସେଭଳି ଅଭିଯୋଗ ଏଯାଏ ପାଇ ନାହାନ୍ତି। ଶିଶୁ ରୋଗୀମାନଙ୍କୁ ସମସ୍ତ କ୍ଷେତ୍ରରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ଥାଲାସେମିଆ ରୋଗୀମାନେ ମଧ୍ୟ ସହଜରେ ରକ୍ତ ପାଉଛନ୍ତି। ଏଥିରେ କୌଣସି ପ୍ରକାର ଅବହେଳା କରାଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …

ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…

ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡରେ ପଡିଗଲେ, ବ୍ୟାଗ ଯାଞ୍ଚ ବେଳେ ମିଳିଲା…

ବଲାଙ୍ଗୀର,୨୪।୩ (ସୁନିଲ କୁମାର ମହାନ୍ତି): ଟ୍ରେନ ଯୋଗେ ଗଞ୍ଜେଇ ଚୋରାଚାଲାଣ କରୁଥିବାବେଳେ ପୋଲିସ ହାବୁଡ଼ରେ ପଡ଼ିଛନ୍ତି ୟୁପି ଓ ବିହାରର ୨ ମହିଳା ଓ ପୁରୁଷ ।…

ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର!

ଭୁବନେଶ୍ୱର,୨୪।୩: ବିଜେଡିରେ ବିଦ୍ରୋହ। ଦଳ ଛାଡ଼ିପାରନ୍ତି ୧୪ କର୍ପୋରେଟର। ଚୌଦ୍ୱାର-କଟକର ସମସ୍ତ କର୍ପୋରେଟର ଏକାଠି ହୋଇଥିବା ଜଣାପଡିଛି। ପ୍ରଭାତ ଓ ସୌଭିକଙ୍କ କୁଶପୁତ୍ତଳିକା ଦାହକୁ କର୍ପୋରେଟର ବିରୋଧ…

ଯୁଦ୍ଧ ଭିତରେ ଚାଷୀଙ୍କ ପାଇଁ ବଡ଼ ପଦକ୍ଷେପ ନେଲେ ମୋଦି ସରକାର, ଅଂଶୀଦାର ହେବେ ଚାଇନା, ରୁଷିଆ…

ନୂଆଦିଲ୍ଲୀ,୨୪।୩: ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ବିଶ୍ୱର ଅନେକ ଦେଶ ସହିତ ଭାରତକୁ ଏକ କଷ୍ଟକର ପରିସ୍ଥିତିରେ ପକାଇଛି। ପଶ୍ଚିମ ଏସିଆରେ ଦେଖାଦେଇଥିବା…

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଥାନାରେ ଏତଲା ଦେଲେ ହତ୍ୟା….

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର କଲେଜରେ ଯୁକ୍ତ ୨ ଦ୍ୱିତୀୟ ବର୍ଷ କଳା ବିଭାଗରେ ପଢୁଥିବା ଜଣେ ୧୭…

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri