ଚାଲିଥିଲା ବାଲ୍ୟ ବିବାହ, ପହଞ୍ଚିଗଲେ ବଜରଙ୍ଗ ଦଳ କର୍ମୀ, ଆଉ ତା’ ପରେ…

ବରଗଡ଼,୨୬ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରସ୍ଥିତ ଗୋବିନ୍ଦପାଲିରେ ବୁଧବାର ଜଣେ ନାବାଳିକା(୧୩)ଙ୍କ ସହିତ ୨୯ବର୍ଷର ଜଣେ ଯୁବକଙ୍କ ସହିତ ବିବାହ ଚାଲିଥିଲା। ତେବେ ଏହି ସମୟରେ ସ୍ଥାନୀୟ ବଜରଙ୍ଗ ଦଳ କର୍ମୀଙ୍କ ହସ୍ତକ୍ଷେପ ପରେ ବିବାହ ଅଟକିଥିଲା। ଖବର ପାଇ ବରଗଡ଼ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରୁ ସମ୍ପୃକ୍ତ ନାବାଳିକାଙ୍କ ପରିବାର ଏବଂ ଉତ୍ତରପ୍ରଦେଶରୁ ଆସିଥିବା ସମ୍ପୃକ୍ତ ଯୁବକ, ତାଙ୍କ ସହିତ ଆସିଥିବା ଲୋକଙ୍କୁ ପୋଲିସ ଥାନାକୁ ନେଇ ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି। ସହରରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

Dharitri – Odisha’s No.1 Odia Daily

 

Share