ବଢୁଛି ବାଲ୍ୟବିବାହ

ଢେଙ୍କାନାଳ ଅଫିସ, ୧୭।୧ (ରତନ ନାୟାର) : କଅଁଳ କାନ୍ଧ ବୋହୁଛି ଜଞ୍ଜାଳ। ସଂସାରର ନୀତିନିୟମ, ଚାଲିଚଳଣ ବୁଝିବା ଆଗରୁ ମୁଣ୍ଡରେ ଲଦି ଦିଆଯାଉଛି ବୋଝ। କୋମଳମତି ବୟସରେ ପାଠପଢ଼ି ଆଗକୁ ବଢ଼ିବା ସମୟରେ ମାତୃତ୍ୱ ଲାଭ କରୁଛନ୍ତି ସେମାନେ। ଅପରିପକ୍ୱ ବୟସରେ ମା’ ହେବା ପରେ ଯେଉଁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି, ତାହା ସେମାନଙ୍କ ବାକି ଜୀବନକୁ କରିଦେଉଛି ଦୁର୍ବିଷହ। ଶିକ୍ଷା, ସଚେତନତାର ଘୋର ଅଭାବ ଏବଂ ପ୍ରଚଳିତ ମାନସିକତା ବଦଳୁ ନ ଥିବାରୁ ବାଲ୍ୟବିବାହ ଉପରେ ଲାଗିପାରୁନି ଅଙ୍କୁଶ। ଏଭଳି କୁପ୍ରଥା ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନ ଦୁର୍ଗମ ଅଞ୍ଚଳବାସୀଙ୍କ ଉପରେ କୌଣସି ପ୍ରଭାବ ପକାଉ ନ ଥିବାବେଳେ ଢେଙ୍କାନାଳକୁ ବାଲ୍ୟବିବାହ ମୁକ୍ତ କରିବା ସ୍ବପ୍ନ ଏବେ ବି ଅଧୁରା।
ଢେଙ୍କାନାଳରେ ବାଲ୍ୟବିବାହକୁ ନେଇ ରହିଥିବା ମାନସିକତା ପରିବର୍ତ୍ତନ ହେଉନି। ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ବର୍ଷତମାମ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିଲେ ମଧ୍ୟ ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁନି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଏବଂ ଆଭ୍ୟନ୍ତରୀଣ ଗ୍ରାମଗୁଡ଼ିକରେ ଖୁବ୍‌ କମ୍‌ ବୟସରୁ ଝିଅଙ୍କ ବିବାହ କରି ଦିଆଯାଉଛି। ଗତ ୩ବର୍ଷର ତଥ୍ୟକୁ ଦେଖିଲେ ଏଭଳି ଘଟଣା ବୃଦ୍ଧି ପାଉଥିବା ସ୍ପଷ୍ଟ ଅନୁମେୟ। ସଦର, ଓଡ଼ାପଡ଼ା, ହିନ୍ଦୋଳ, ଗଁଦିଆ, ଭୁବନ, କାମାକ୍ଷାନଗର, ପରଜଙ୍ଗ ଏବଂ କଙ୍କଡ଼ାହାଡ଼ ବ୍ଲକରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଜିଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଜିଲାରେ ଗତ ୩ ବର୍ଷରେ ୫୬ ବାଲ୍ୟବିବାହ ରୋକାଯାଇପାରିଛି। ପ୍ରଶାସନିକ ଅଧିକାରୀଙ୍କ ଉଦ୍ୟମରେ ୨୦୧୮ରେ ୭, ୨୦୧୯ରେ ୧୬ ଏବଂ ୨୦୨୦ରେ ୩୩ଟି ବାଲ୍ୟବିବାହ ପଣ୍ଡ କରାଯାଇଛି। ପ୍ରାୟ ସମସ୍ତ କ୍ଷେତ୍ରରେ ବିବାହ କରୁଥିବା ଝିଅ ନାବାଳିକା। ଏହାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଜିଲାରେ ବାଲ୍ୟବିବାହ ବଢ଼ିବାରେ ଲାଗଛି। ହେଲେ ସେଥିରୁ ଅଧିକାଂଶ ସରକାରୀ ନଥିକୁ ଆସୁ ନ ଥିବା ଅଭିଯୋଗ ହେଉଛି। ବାଲ୍ୟବିବାହ ରୋକିବା, ଅସୁରକ୍ଷିତ ପରିବେଶରେ କାର୍ଯ୍ୟ କରୁଥିବା ଶିଶୁଙ୍କୁ ଉଦ୍ଧାର ଏବଂ ନିର୍ଯାତିତ ଶିଶୁଙ୍କୁ ଥଇଥାନ କରିବା ଲାଗି ୨୦୧୮ ମେ ମାସରୁ ଢେଙ୍କାନାଳ ଜିଲାରେ ଚାଇଲ୍ଡ ଲାଇନ କାର୍ଯ୍ୟ କରୁଛି। ଏଥିଲାଗି ୨୪ ଘଣ୍ଟିଆ ଜାତୀୟ ଜରୁରିକାଳୀନ ଟେଲି ସେବା (ନଂ. ୧୦୯୮) ଉପଲବ୍ଧ। ବ୍ଲକସ୍ତରରେ ସମନ୍ବିତ ଶିଶୁ ବିକାଶ ଯୋଜନା ଅଧିକାରୀ (ସିଡିପିଓ)ଙ୍କୁ ଏଭଳି ବେଆଇନ କାର୍ଯ୍ୟ ରୋକିବା ଲାଗି ଚାଇଲ୍ଡ ମ୍ୟାରେଜ ପ୍ରୋହିବେଶନ ଅଫିସର ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପ୍ରଶାସନିକସ୍ତରରେ ସମୀକ୍ଷା ମଧ୍ୟ ହେଉଛି। ଏସବୁ ସତ୍ତ୍ୱେ ବାଲ୍ୟ ବିବାହ ଉପରେ ଅଙ୍କୁଶ ଲାଗି ପାରୁନାହିଁ। ଏଭଳି ବେଆଇନ ବିବାହ ନଜରକୁ ଆସିଲେ ସ୍ଥାନୀୟ ଅଙ୍ଗନଓ୍ବାଡି କର୍ମୀ ସମ୍ପୃକ୍ତ ବ୍ଲକର ସିଡିପିଓଙ୍କୁ ଅବଗତ କରାଇବେ। ଏହାପରେ ପୋଲିସ ସହାୟତାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଆକ୍ରମଣ, ବାସନ୍ଦ ଭୟ ଏବଂ ଭାଇଚାରା ପ୍ରଭାବିତ ହେବା ଆଶଙ୍କାରେ ସୂଚନା ପ୍ରଦାନ କରିବାରେ ଅଙ୍ଗନଓ୍ବାଡି କର୍ମୀ କୁଣ୍ଠାବୋଧ କରୁଛନ୍ତି। ଜନପ୍ରତିନିଧି ମଧ୍ୟ ଆବଶ୍ୟକ ତତ୍ପରତା ଦେଖାଉନାହାନ୍ତି। ଅନ୍ୟପଟେ ସୂଚନା ମିଳିଲେ ଚାଇଲ୍ଡ ଲାଇନ୍‌ ସଦସ୍ୟ ଭଡ଼ାଗାଡ଼ିରେ ସମ୍ପୃକ୍ତ ଅଞ୍ଚଳକୁ ଯାଇଥାନ୍ତି। ଗାଡ଼ି ନ ମିଳିଲେ କିମ୍ବା ପ୍ରଶାସନିକ କାର୍ଯ୍ୟ ତୁଟାଇ ଯିବାବେଳକୁ ବାହାଘର ଶେଷ କରି ବର ଓ କନ୍ୟାପକ୍ଷ ପଳାଇ ଯାଉଥିବା ନଜିର ମଧ୍ୟ ରହିଛି। ସ୍ଥାନୀୟ ପୋଲିସ, ଜନପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ ଏ ଦିଗରେ ତତ୍ପରତା ଦେଖାଇଲେ ଢେଙ୍କାନାଳ ବାଲ୍ୟବିବାହ ମୁକ୍ତ ଜିଲା ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀ କୁହନ୍ତି, ବାଲ୍ୟ ବିବାହ ରୋକିବାକୁ ସଚେତନ କାର୍ଯ୍ୟକ୍ରମ ଜାରିରହିଛି। ଚାଇଲ୍ଡ ଲାଇନ୍‌ ସଦସ୍ୟମାନେ କାମ କରୁଛନ୍ତି। ମାନସିକତା ବଦଳିଲେ ଏହାକୁ ରୋକିହେବ। ଅତିରିକ୍ତ ଏସ୍‌ପି ବିନୟକୃଷ୍ଣ କାମିଲା କୁହନ୍ତି, ପୋଲିସ ନିକଟକୁ ଅଭିଯୋଗ ଆସିଲେ ନିହାତି ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨୦୨୧ ଜାନୁୟାରୀରେ ବାଲ୍ୟ ବିବାହ ସମ୍ପର୍କିତ ଗୋଟିଏ ମାମଲା ରୁଜୁ ହୋଇଥିବା ସେ ସୂଚନା ଦେଇଛନ୍ତି।

ଚାଇଲ୍ଡଲାଇନ୍‌କୁ ଆବଶ୍ୟକ ସହାୟତା କରାଯିବ
ବାଲ୍ୟବିବାହ ଭଳି କୁପ୍ରଥା ରୋକିବା ଲାଗି କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଚାଇଲ୍ଡଲାଇନ କାର୍ଯ୍ୟ କରୁଛି। ସଚେତନତା ସହିତ ମାନସିକତାରେ ପରିବର୍ତ୍ତନ ଆସିଲେ ଏହାକୁ ରୋକାଯାଇପାରିବ। ଏଥିଲାଗି ଚାଇଲ୍ଡଲାଇନକୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବା।
– ଉଦୟେନ୍ଦୁ ମିଶ୍ର, ନିର୍ଦ୍ଦେଶକ ‘ଶୋଭା’

ଆଇନ କଡ଼ାକଡ଼ି ହେଉନି
ଆଇନ କଡ଼ାକଡ଼ି କରାଯାଉ ନ ଥିବାରୁ କେହି ଭୟ କରୁନାହାନ୍ତି। ସଚେତନତା କାର୍ଯ୍ୟକ୍ରମ ଜୋର୍‌ଦାର ହେଉ ନ ଥିବାରୁ ଏ ବିଷୟରେ ଅନେକେ ଜାଣି ପାରୁନାହାନ୍ତି। ପ୍ରତି ପଞ୍ଚାୟତରେ ଚାଇଲ୍ଡ ଲାଇନର ନିୟମାବଳୀ ଏବଂ ତୁରନ୍ତ ଖବର ଦେବା ଲାଗି ସୂଚନା ଫଳକ ରହିବା ଦରକାର। ଜନପ୍ରତିନିଧି, ଏସ୍‌ଏଚ୍‌ଜି ଏବଂ ଯୁବଗୋଷ୍ଠୀକୁ ସଚେତନ କରାଇବା ଜରୁରୀ।
– ପୁଷ୍ପାଞ୍ଜଳି ଜେନା, ସମ୍ପାଦିକା ‘ଇଶୋ’

ପଞ୍ଚାୟତ ପ୍ରତିନିଧିଙ୍କ ଗୁରୁଦାୟିତ୍ୱ ରହିଛି
ସଚେତନତାର ବ୍ୟାପକ ଆବଶ୍ୟକତା ରହିଛି। ଘଟଣା ଘଟୁଥିବା ଅଞ୍ଚଳର ଥାନା, ଫାଣ୍ଡି ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ସୂଚନା ପ୍ରଦାନକାରୀଙ୍କ ପରିଚୟ ଗୁପ୍ତ ରଖାଯିବା ଜରୁରୀ। ଏ କ୍ଷେତ୍ରରେ ପଞ୍ଚାୟତ ପ୍ରତିନିଧିଙ୍କ ଗୁରୁଦାୟିତ୍ୱ ରହିଛି।
– ପ୍ରତାପ ଆଚାର୍ଯ୍ୟ, ସିଡବ୍ଲ୍ୟୁସି ଅଧ୍ୟକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri