ଶିଶୁ ଶ୍ରମିକଙ୍କ ଅନୁଦାନ ଉଭାନ

ଯାଜପୁର ଅଫିସ,୪।୫: ଶିଶୁ ଶ୍ରମିକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ପାଇଁ ୨୦୦୭ରୁ ନ୍ୟାଶନାଲ ଚାଇଲ୍ଡ ଲେବର ସ୍କୁଲ ନାମକ ସ୍ବତନ୍ତ୍ର ବିଦ୍ୟାଳୟ ଖୋଲାଯାଇଥିଲା, ଯାହା ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ପରିଚାଳିତ ହେଉଥିଲା। ବିଭିନ୍ନ କାମ ଧନ୍ଦା ବନ୍ଦ କରି ଉକ୍ତ ସ୍କୁଲରେ ପାଠ ପଢ଼ୁଥିବା ଶିଶୁ ଶ୍ରମିକମାନଙ୍କୁ ମାସିକ ଭତ୍ତା, ପୁଷ୍ଟିକର ଖାଦ୍ୟ, ପୋଷାକ, ପାଠ୍ୟ ପୁସ୍ତକ ଯୋଗାଇ ଦେବାପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଦାନ ବ୍ୟବସ୍ଥା ହୋଇଥିଲା। କିନ୍ତୁ ଅନୁଦାନ ମିଳିବାରେ ଅନିୟମିତତା ଦେଖାଦେବାରୁ ଏହି ସ୍ବତନ୍ତ୍ର ବିଦ୍ୟାଳୟଗୁଡ଼ିକ କେତେଥର ବନ୍ଦ ହୋଇ ଖୋଲିଥିଲା। ତେବେ ୨୦୧୫ରୁ ପର୍ଯ୍ୟାୟକ୍ରମେ ରାଜ୍ୟରେ ଏହି ସ୍ବତନ୍ତ୍ର ସ୍କୁଲଗୁଡ଼ିକ ବନ୍ଦ ହୋଇଯାଇଛି। କିନ୍ତୁ ସମ୍ପୃକ୍ତ ସ୍କୁଲରେ ପାଠପଢ଼ୁଥିବା ଶିଶୁଶ୍ରମିକମାନଙ୍କ ଭତ୍ତା ବାବଦ ବକେୟା ଅନୁଦାନକୁ ହଡ଼ପ କରାଯିବା ଭଳି ଅଭିଯୋଗ ଯାଜପୁର ଜିଲାରେ ହୋଇଛି।
ଶ୍ରମ ମନ୍ତ୍ରଣାଳୟରୁ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ୪୦ଟି ଶିଶୁ ଶ୍ରମିକ ବିଦ୍ୟାଳୟ ଖୋଲାଯାଇ ୨ହଜାର ଶିଶୁ ଶ୍ରମିକଙ୍କୁ ୨୦୦୭ ସେପ୍ଟେମ୍ବରରୁ ଶିକ୍ଷା ପ୍ରଦାନ କରାଯାଇଥିଲା। ଏହି ସ୍କୁଲଗୁଡ଼ିକ ୨୦୧୦ ଅଗଷ୍ଟ ପର୍ଯ୍ୟନ୍ତ ଚାଲିଥିଲା। ପରେ ୨୦୧୨ ମେ ମାସରୁ ଏହି ସ୍କୁଲଗୁଡ଼ିକ ପୁନର୍ବାର ଖୋଲାଯାଇ ୨୦୧୪ ଜୁଲାଇ ପର୍ଯ୍ୟନ୍ତ ଚାଲିଥିଲା। କିନ୍ତୁ ପୂର୍ବରୁ ଏହି ସ୍କୁଲ ଦାୟିତ୍ୱ ତୁଲାଇଥିବା ଯାଜପୁର ଜିଲାର ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ସାମିଲ କରା ଯାଇ ନ ଥିଲା। ଖୋଦ୍‌ ପ୍ରକଳ୍ପ ଅଧିକାରୀ ନିଜେ ୨୦୧୩ ନଭେମ୍ବର ପର୍ଯ୍ୟନ୍ତ ବିଦ୍ୟାଳୟ ପରିଚାଳନା କରିଥିଲେ। ହେଲେ ପରିଚାଳନାରେ ତ୍ରୁଟି ଦେଖାଦେବାରୁ ୨୦୧୩ ଡିସେମ୍ବରରୁ ଯାଜପୁର ଓ ବାହାର ଜିଲାର ୩୨ଟି ସ୍ବେଚ୍ଛାସେବୀ ଅନୁଷ୍ଠାନକୁ ଏଥିରେ ସାମିଲ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୩୬ ମାସ ଓ ୨ୟ ପର୍ଯ୍ୟାୟରେ ୨୭ ମାସ ଏହି ସ୍କୁଲଗୁଡ଼ିକ ଜିଲାରେ ଚାଲିଥିଲା ବୋଲି ସରକାରୀ ଭାବେ ଦର୍ଶାଯାଇଛି।
ସରକାରୀ ନିୟମ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ୧୦୦ ଟଙ୍କା ଲେଖାଏ ୩୬ ମାସ ଓ ୨ୟ ପର୍ଯ୍ୟାୟରେ ୧୫୦ ଟଙ୍କା ଲେଖାଏ ୨୭ମାସର ଭତ୍ତା ବାବଦକୁ ମୋଟ ୭୬୫୦ ଟଙ୍କା ଶିଶୁ ଶ୍ରମିକ ପିଛା ବ୍ୟାଙ୍କ ବା ପୋଷ୍ଟାଲ ଆକାଉଣ୍ଟରେ ଜମା ହେବା କଥା। ହେଲେ ଏହି ଭତ୍ତା ଅର୍ଥ ଜଣକ ପିଛା ୧୪୦୦ ଟଙ୍କା ଲେଖାଏ କେତେଜଣ ଶିଶୁ ଶ୍ରମିକଙ୍କୁ ମିଳିଥିଲା। କିନ୍ତୁ କେନ୍ଦ୍ର ସରକାର ଏ ବାବଦକୁ ସମସ୍ତ ଅର୍ଥ ଯାଜପୁର ଜିଲାକୁ ଯୋଗାଇ ଦେଇଥିବା ଜଣାପଡ଼ିଛି। ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୪ ଅକ୍ଟୋବର ୨୦ରେ ଯାଜପୁରର ପୂର୍ବତନ ଜିଲାପାଳ ଅନିଲ କୁମାର ସାମଲ ଏହି ଯୋଜନାରେ ୨୦୦୭-୦୮ରୁ ୨୦୧୪-୧୫ ଆର୍ଥତ୍କ ବର୍ଷ ମଧ୍ୟରେ ବକେୟା ଥିବା ୧ କୋଟି ୮୫ ଲକ୍ଷ ୩୯ ହଜାର ୯୦୦ଟଙ୍କା ସମ୍ପର୍କରେ ଶ୍ରମ ମନ୍ତ୍ରଣାଳୟ (ଚାଇଲ୍ଡ ଲେବର ଡିଭିଜନ)କୁ ଏକ ପତ୍ର ସଂଖ୍ୟା ୪୦୧/୨୦ା୧୦ା୨୦୧୪ ମାଧ୍ୟମରେ ଅବଗତ କରାଇଥିଲେ। ଯାଜପୁର ଜିଲା ପ୍ରଶାସନ ନିକଟରେ ଏହି ପ୍ରକଳ୍ପ ବାବଦକୁ ୧ା୪ା୨୦୧୫ ସୁଦ୍ଧା ୪୭ ଲକ୍ଷ ୭୬ ହଜାର ୯୧୨ଟଙ୍କା ଜମା ରହିଥିବାରୁ ଅବଶିଷ୍ଟ ଅର୍ଥ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଫଳରେ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ୨୦୧୫ ଡିସେମ୍ବର ୨୨ରେ ପୂର୍ବ ବକେୟା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧ କୋଟି ୩୭ ଲକ୍ଷ ୬୨ ହଜାର ୯୮୮ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିଲା। ଫଳରେ ଏହି ପ୍ରକଳ୍ପ ପାଇଁ ଯାଜପୁର ଜିଲା ଚାଇଲ୍ଡ ଲେବର ରିହାବିଲିଟେଶନ୍‌-କମ୍‌-ୱେଲ୍‌ଫେୟାର ସୋସାଇଟି ଉପରେ ଥିବା ଆର୍ଥିକ ବୋଝ ଦୂର ହେବ ବୋଲି ଆଶା କରାଯାଇଥିଲା। ହେଲେ ଯାଜପୁର ଜିଲାର ଶତାଧିକ ଶିଶୁ ଶ୍ରମିକ ଅଦ୍ୟାବଧି ସେମାନଙ୍କର ଭତ୍ତା ବାବଦକୁ ୬୬ ଲକ୍ଷ ୬୦ ହଜାର ଟଙ୍କା ପାଇ ନ ଥିବା ଜଣାପଡିଛି। ଏଥିନେଇ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ୧ା୧୦ା୨୦୧୬ରେ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। କିନ୍ତୁ ଏ ବାବଦକୁ ଆସିଥିବା ଅନୁଦାନକୁ ଜିଲା ଚାଇଲ୍ଡ ଲେବର ରିହାବିଲିଟେଶନ୍‌-କମ-ୱେଲଫେୟାର ସୋସାଇଟି (ଯାଜପୁର) ପକ୍ଷରୁ ବ୍ୟାଙ୍କ ଆକାଉଣ୍ଟରୁ ଉଠାଯାଇଥିବା ଜଣାପଡ଼ଛି, ଯାହାକି ଯାଜପୁର ଆକ୍ସିସ୍‌ ବ୍ୟାଙ୍କର ଆକାଉଣ୍ଟ ନମ୍ବର ୫୦୧୦୧୦୧୦୦୦୧୭୬୨୦ରୁ ସ୍ପଷ୍ଟ ହୋଇଛି। ଏହିକ୍ରମରେ ଉକ୍ତ ଅର୍ଥକୁ କିଏ ଆତ୍ମସାତ୍‌ କଲା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଛି। ଏହାଦ୍ୱାରା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପର୍କରେ ଜଣାପଡ଼ିବ ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ,୩୩୦୦ଟଙ୍କା କମିଲା ଦାମ୍

ନୂଆଦିଲ୍ଲୀ,୯।୪:  ଘରୋଇ ଫ୍ୟୁଚର୍ସ ବଜାରରେ ଗୁରୁବାର ସୁନା ଏବଂ ରୂପାର ମୂଲ୍ୟ ହ୍ରାସ ପାଇଛି । ବାଣିଜ୍ୟ ଆରମ୍ଭ ହେବା ସମୟରେ, ସୁନା ଏବଂ ରୂପା ଉଭୟର…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

‘ଭାଇ! ଯଦି ତୁମକୁ…’ଯୁଦ୍ଧବିରତି ମଧ୍ୟରେ ଭାରତକୁ ବଡ଼ ଅଫର ଦେଲା ରୁଷିଆ, ବିଶ୍ୱରେ ଚହଳ

ନୂଆଦିଲ୍ଲୀ,୯।୪: ଯେତେବେଳେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବିଶ୍ୱର ବିଭିନ୍ନ ଦେଶ ତୈଳ ଅଭାବର ସମ୍ମୁଖୀନ ହେଉଥିଲେ, ସେତେବେଳେ ରୁଷିଆ ଭାରତକୁ ତେଲ ଯୋଗାଇଥିଲା। ଏବେ, ରୁଷିଆ ମଧ୍ୟ…

ଆକ୍ସନ ମୋଡରେ ବନବିଭାଗ, ବେଆଇନ କରତକଳ ଉପରେ ଚଢ଼ାଉ, ମାଲିକ ଫେରାର

ଧାମନଗର,୯।୪(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ଅଞ୍ଚଳରେ ଚାଲୁଥିବା ବେଆଇନ କରତକଳ ଗୁଡିକୁ ଧରିବା ପାଇଁ ବନ ବିଭାଗ ଅଣ୍ଟା ଭିଡିଛି । ଭଦ୍ରକ ଜିଲା ଧାମନଗର ରେଞ୍ଜ ଅଧୀନ…

ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କର: ଭାରତରେ ପହଞ୍ଚି ଏମିତି କହିଲେ ବାଂଲାଦେଶ ବୈଦେଶିକ ମନ୍ତ୍ରୀ, ମିଳିଲା ଏମିତି ଜବାବ

ଢାକା,୯।୪: ଗତ ବର୍ଷ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ଶୀର୍ଷରେ ପହଞ୍ଚିବା ପରେ ବାଂଲାଦେଶ ଏବେ ସମ୍ପର୍କ ଉନ୍ନତ କରିବା ପାଇଁ ପଦକ୍ଷେପ ନେଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri