ଗଞ୍ଜାମ,୨।୨(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ୱାର୍ଡନଂ ପାଞ୍ଚ ତ୍ରିବେଣୀ ମଠ ଛକ ସାହିଠାରେ ଜଣେ ଶିଶୁ ଖେଳୁଥିବା ବେଳେ ହଟାତ ମୁକୁଳା ଡ୍ରେନରେ ପଡି ଆହତ ହୋଇଥିବା ଜଣାପଡିଛି। ଆହତ ଶିଶୁ ହେଲେ ଅଜୟ କୁମାର ସାହୁଙ୍କ ପୁଅ ସାଇ ସୋହନ ସାହୁ (୩)। ରବିବାର ସାରେ ସାଇ ସୋହନ ନିଜ ଘର ଆଗରେ ଖେଳୁଥିବା ବେଳେ ଦୌଡ଼ି ଦୌଡ଼ି ଆସି ନିଜ ନିୟନ୍ତ୍ରଣ ହରାଇ ଡ୍ରେନ ଭିତରେ ଗଳି ପଡ଼ିଥିଲେ। ସେଠାରେ ଉପସ୍ଥିତ ଥିବା ପରିବାର ଲୋକେ ଆହତ ସାଇ ସୋହନଙ୍କୁ ସ୍ଥାନୀୟ ମେଡିକାଲ ନେଇଥିଲେ । ତାଙ୍କ ଆଣ୍ଠୁ ଓ ହାତ ଏବଂ ମୁଁହରେ ଆଘାତ ଲାଗିଥିବା ଜଣା ପଡିଛି । ସାଇ ସୋହନ ହେଉଛନ୍ତି ସହରର ଜଣେ ଜଣାଶୁଣା ସାମାଜିକ କର୍ମୀ ବିନୋଦ ସାହୁଙ୍କ ନାତି।
ଉକ୍ତ ଡ୍ରେନରେ ଦୁଇଦୁଇ ଥର ସେ ଗଳି ପଡ଼ିଥିବା ଜଣାପଡିଛି । ଅନ୍ୟ ଥରେ ସାଇକେଲରେ ବସିଥିବା ବେଳେ ମଧ୍ୟ ଡ୍ରେନରେ ଗଳି ପଡ଼ିଥିଲେ ସାଇ ସୋହନ। ସହର ଅଧିକାଂଶ ଡ୍ରେନ ଗୁଡିକ ମୁକୁଳା ଥିବା ଯୋଗୁ ବହୁ ସମୟରେ ଏମିତି ଗାଈ ଗୋରୁ ଷଣ୍ଡ ପଡି ଆହତ ହେଉଛନ୍ତି।ମୁକୁଳା ଡ୍ରେନ ଗୁଡିକରେ କଭର ପ୍ଲେଟ ପକାଇବା ନିମନ୍ତେ ସଞ୍ଜୟ କୁମାର ସାହୁ, ଅସ୍ମିତ କୁମାର ପଣ୍ଡା, ଟୋନି ପଣ୍ଡା, ମନୋଜ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି ।
Dharitri – Odisha’s No.1 Odia Daily