ଶୋଇଥିବାବେଳେ ଶିଶୁକୁ ଦଂଶନ କଲା ବିଷାକ୍ତ ସାପ, ଚାଲିଗଲା ଜୀବନ

ଖଡ଼ିଆଳ,୬ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ବୋଡ଼େନ ବ୍ଲକ ବକଲିଖୁଣ୍ଟି ଗ୍ରାମର ନରସିଂହ ମାଝୀ, ମା ଗିନତି ମାଝୀଙ୍କ ସାଢ଼େ ୪ ବର୍ଷର ପୁଅ ଦେବାଶିଷକୁ ବିଷାକ୍ତ ସାପ କାମୁଡ଼ି ଦେବାରୁ ତା’ର ମୃତ୍ୟୁ ଘଟିଛି। ମା’ ଗିନତିଙ୍କ ସହ ତଳେ ଶୋଇଥିବା ଅବସ୍ଥାରେ ବିଷାକ୍ତ ସାପଟି କାମୁଡ଼ି ଦେଇଥିଲା। ରାତିରେ ଶିଶୁପୁତ୍ରକୁ ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୋର୍‌ ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ସତ୍ତ୍ୱେ ତା’ର ମୃତ୍ୟୁ ଘଟିଛି। ଦେବାଶିଷ ୪ ଝିଅରେ ଗୋଟିଏ ମାତ୍ର ପୁଅ ଥିଲେ।

Share
Tags: snake bite