ପିଲାଙ୍କ ପାଖେ ପହଞ୍ଚିବ ବକୁଳ ବହି ବାଇକ୍‌

ଭୁବନେଶ୍ୱର,୯।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଏବେ ପିଲାମାନଙ୍କ ପାଖକୁ ୩ ଚକିଆରେ ଯିବ ପୁସ୍ତକ। ଏଥିପାଇଁ ବକୁଳ ଫାଉଣ୍ଡେଶନ ପକ୍ଷରୁ ରବିବାର ବକୁଳ ବହି ବାଇକ୍‌ର ଉଦ୍‌ଘାଟନ ହୋଇଯାଇଛି। ଅତିଥି ଭାବେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଏମ୍‌ଏସ୍‌ ଅସ୍ବଥି ଏସ୍‌. ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବହି ବାଇକ୍‌ଟି ବକୁଳ ପାଠାଗାରରୁ ବାହାରି ଶାନ୍ତିନଗର ବସ୍ତି ପାଖକୁ ଯାଇଥିଲା। ସେଠାରେ ପ୍ରାୟ ୧ଘଣ୍ଟାର କାର୍ଯ୍ୟକ୍ରମ ରହିଥିଲା। ପିଲାମାନେ ମନ ଖୁସିରେ ଆସି ବାଇକ୍‌ ପାଖେ ପହଞ୍ଚିଥିଲେ। ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର କହିଛନ୍ତି, ଏହା ପଛରେ ଜଣେ ଆଇଟି ଇଞ୍ଜିନିୟରଙ୍କ ହାତ ରହିଛି। ସେ ହେଲେ ଆଲୋକ କୁମାର। ଦାନ ଉତ୍ସବ ଚାଲିଥିବାବେଳେ ପିଲାଙ୍କ ପାଇଁ ଏଭଳି ଏକ ଗିଫ୍ଟ ନିହାତି ଭାବେ ପ୍ରଶଂସନୀୟ। ଆଲୋକ ତାଙ୍କ ମା’ସାଧନା ସ୍ବାଇଁଙ୍କ ସ୍ମୃତିରେ ଏହାକୁ ପ୍ରସ୍ତୁତ କରିଛନ୍ତି। ଆଲୋକ କୁମାର କହିଛନ୍ତି, ବିଭିନ୍ନ କାରଣରୁ ସବୁ ପିଲାମାନେ ଲାଇବ୍ରେରୀ ଆସି ପାରୁନାହାନ୍ତି। ସେମାନଙ୍କ ପାଖେ କିଭଳି ପୁସ୍ତକ ପହଞ୍ଚତ୍ପାରିବ ସେଥିପାଇଁ ଏହା ପ୍ରସ୍ତୁତ କରାଯାଇଛି। ମୁଁ ବକୁଳରେ ୭ବର୍ଷ ହେବ ସ୍ବେଚ୍ଛାସେବୀ ଭାବେ କାମ କରୁଛି। ବର୍ଷେ ତଳରୁ ଏହା କରିବାକୁ ଚିନ୍ତା କରିଥିଲୁ। ମାତ୍ର ଏହି ମାସରେ ପ୍ରସ୍ତୁତି ସରିବା ପରେ ଏବେ ଉଦ୍‌ଘାଟନ ହେଲା। ଏହା ଏକ ଟ୍ରଲି ପରି। ପଛ ଭାଗକୁ ବାକ୍ସ ଭଳି କନଭର୍ଟ କରିଛୁ। ଥାକ ଭିତରେ ବିଭିନ୍ନ ପ୍ରକାର ବହି ରଖିଛୁ। ଯାହାର ଯେଉଁ ପୁସ୍ତକ ପସନ୍ଦ ସେ ତାହା ନେଇ ପଢ଼ିପାରିବେ। ଆଗକୁ ଏହା ଉପରେ ଅଧିକ କାମ କରିବୁ। ସପ୍ତାହରେ କୌଣସି ଗୋଟିଏ ଦିନ ଦେଖି ଆମେ ବସ୍ତିଗୁଡ଼ିକୁ ଯିବୁ।


Enter your email to get our daily news in your inbox.

All Right Reserved By Dharitri.Com

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ଦୂଷିତ ପାଣି ବ୍ୟବହାର କରି ସେବାଶ୍ରମ ବିଦ୍ୟାଳୟର ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲ ଟିମ୍‌ ପହଞ୍ଚି…

ବାଙ୍କୀ,୨୬ା୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବ୍ଲକ ଅନ୍ତର୍ଗତ କଦଳୀବାଡ଼ି ପଞ୍ଚାୟତସ୍ଥିତ ସେବାଶ୍ରମ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ର ଜଣ୍ଡିସ୍‌ ରୋଗରେ ଆକ୍ରାନ୍ତ ଥିବା ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri