ଦେବଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଦେବଗଡ଼,୧୬।୫(ଶଶାଙ୍କ ଶେଖର ଝାଙ୍କର)ସମ୍ବଲପୁର ମୋର ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ମୋର୍‌ ଜୁହାର୍‌। ବିଏସକେୱାଇ ଯୋଜନା ଭଲ କି? ମିଶନ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ, ୫-ଟି ସ୍କୁଲ, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା, ମା’ ସମଲେଇ ପ୍ରକଳ୍ପ, ପୁରୀ ପରିକ୍ରମା ପ୍ରକଳ୍ପ ଭଲ କି?, ନବୀନ ପଟ୍ଟନାୟକ ଭଲ କି ? ଶଙ୍ଖ ଚିହ୍ନ ଭଲ କି? ଜୁଲାଇ ମାସରୁ ଆପଣଙ୍କ ବିଜୁଳି ବିଲ ଆସିବ ନାହିଁ। ବିଜେଡି ସରକାର ବିଜୁଳି ମାଗଣା ଦେବେ। ଆପଣମାନେ ଖୁସି ତ। ନିଜର ନିଆରା ଅନ୍ଦାଜରେ ଜନସଭାକୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ରାଉରକେଲାଠାରେ ସଭା ସାରିବା ପରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଦେବଗଡ, ଛେଣ୍ଡିପଦା ଓ ଆଠମଲ୍ଲିକରେ ପହଞ୍ଚତ୍ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ବାଗତ ଜଣାଇଥିଲେ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିକଶିତ ଓଡିଶା ଗଠନ ହେଉଛି। ଜନତାଙ୍କ ମୌଳିକ ସମସ୍ୟାର ସମାଧାନ କରିବା ସହିତ ସମସ୍ତ କ୍ଷେତ୍ରରେ ଉନ୍ନତିମୂଳକ କାମ ହୋଇଛି। ଗତଥର କାର୍ତ୍ତିକ ପାଣ୍ଡିଆନ ଆସିଥିବାବେଳେ ଆପଣମାନେ ଅଭିଯୋଗ ପତ୍ର ଜରିଆରେ ଯାହା ଜଣାଇଥିଲେ ତାହା ସବୁ ପୂରଣ ହୋଇଛି, ଆଉ କିଛି କାମ ଖୁବଶୀଘ୍ର ପୂରଣ ହେବ। ବିଜୁଳି ସମସ୍ୟା କଥା ଆପଣମାନେ ଜଣାଇଥିଲେ। ଏହି ମଞ୍ଚରୁ ଆପଣ ଖୁସି ଖବର ଶୁଣିନିଅନ୍ତୁ। ଆସନ୍ତା ଜୁଲାଇରୁ ଆପଣଙ୍କର ବିଜୁଳି ମଗଣା ହେବ। ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି। ନୂଆ ଓଡିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ସଂକଳ୍ପ ନେଇଛନ୍ତି। ତାକୁ ପୂରଣ କରିବାକୁ ହେଲେ ଆପଣମାନଙ୍କୁ ଏଥର ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ହେବ ବୋଲି ନିବେଦନ କରିଥିଲେ ପ୍ରଣବ। ମଞ୍ଚରେ ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ନିଶାଣ କରିଥିଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ୨୦୧୪ରେ ଭାଜପା ସରକାର ଗଠନ ହେଲେ ଦରଦାମ କମାଇବାକୁ କହିଥିଲେ। କମିଲା କି? ଏଠାରେ ଭାରତୀୟ ଜନତା ପାର୍ଟିର ଯିଏ ଲୋକ ସଭା ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ଗୋଟିଏ ଗୋଟିଏ ଦସ୍ତଖତ ମା’ମାନଙ୍କ ଆଖିରୁ ଲୁହ ଝରାଇଛି। କୁଚିଣ୍ଡା, ଦେବଗଡ, ଛେଣ୍ଡିପଦା, ଆଠମଲ୍ଲିକ, ସମ୍ବଲପୁର ଅଞ୍ଚଳର ମା’ମାନଙ୍କୁ ଦୁଃଖକଷ୍ଟ ଦେଇଛନ୍ତି। ବଡବଡ କମ୍ପାନୀକୁ ଲାଭ ଦେବା ପାଇଁ ଆଦିବାସୀ, ଗରିବଙ୍କ ପେଟରେ ଲାତ ମାରଛନ୍ତି ଏଠାକାର ଭାଜପା ପ୍ରାର୍ଥୀ। ଏବେ ନିର୍ବାଚନ ଆସିବାରୁ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସମଲେଇ ମା’ଙ୍କ ପ୍ରକଳ୍ପର ଋପାନ୍ତରଣ କାମକୁ ରୋକିବା ପାଇଁ ଲାଗିପଡିଥିଲେ। ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଛନ୍ତି। କିନ୍ତୁ ଆପଣଙ୍କ ପାଖରେ ରହିଥିବା ପ୍ରଣବ ପ୍ରକାଶ ଦାସ ମା’ଙ୍କ କାମ ପୂରା କରିବାକୁ ଲାଗିପଡ଼ିଥିଲେ। ମୁଖ୍ୟମନ୍ତ୍ରୀ କଲେଜ ଛାତ୍ରୀଛାତ୍ରଙ୍କୁ ନୂଆ ଓ ସ୍କୋଲାରସିପ ଦେଇଛନ୍ତି। ଏଠି ଛିଡା ହୋଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିବେ କି କେତେ ପିଲାଙ୍କୁ ବୃତ୍ତି ଦେଇଛନ୍ତି। ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ତିନୋଟି ଦସ୍ତଖତ କରିବେ। ପ୍ରଥମ ହେଲା ବିଜୁଳି ବିଲ ଛାଡ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସାମିଲ କରାଯିବ। ୬୦ ବର୍ଷ ହୋଇଥିବା ମିଶନ ଶକ୍ତି ମା’ମାନଙ୍କୁ ପେନସନ ପ୍ରଦାନ। ଏହା ହେଉଛି ନବୀନ ଗ୍ୟାରେଣ୍ଟି। ନବୀନ ପଟ୍ଟନାୟକ ଯାହା କହନ୍ତି ତାହା କରନ୍ତି। ପ୍ରଣବ ପ୍ରକାଶ ହେଉଛନ୍ତି ଓଡ଼ିଶା ମାଟିର ଲଢୁଆ ପୁଅ। ସେ ଆପଣଙ୍କ ପାଇଁ ଦିଲ୍ଲୀରେ ଲଢେଇ କରିବେ। ତେଣୁକରି ଆପଣମାନେ ପ୍ରଣବ ପ୍ରକାଶ ଓ ବିଜୁ ଜନତା ଦଳର ଆପଣଙ୍କ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ। ନବୀନ ଗ୍ୟାରେଣ୍ଟି ପ୍ରତି ଲୋକଙ୍କ ସମ୍ପୂର୍ଣ୍ଣ ଭରସା ରହିଥିବାବେଳେ ମିଛ ପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଉଥିବା ବିରୋଧୀମାନେ ଖୁବଶୀଘ୍ର ଏହାର ଜବାବ ପାଇବେ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ଯୌତୁକ ପାଇଁ ସ୍ବାମୀ ସାଜିଲା ପିଶାଚ, ସ୍ତ୍ରୀଙ୍କୁ ପିଆଇଦେଲେ ବିଷ, ଫେରାର୍‌ ହୋଇଗଲେ…

ଦିଗପହଣ୍ଡି, ୫।୨(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଅଧିକା ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀ(୨୩)ଙ୍କୁ ବୁଧବାର ସ୍ବାମୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri