Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ସଫେଇ କର୍ମଚାରୀଙ୍କୁ ମିଳିବ ଅତିରିକ୍ତ ବୋନସ ସହ ଅନେକ ସୁବିଧା

ପ୍ରୟାଗରାଜ,୨୭।୨:ମହାକୁମ୍ଭ ସମାପ୍ତ ହେବା ପରେ ପ୍ରୟାଗରାଜରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ମହାକୁମ୍ଭରେ ନିୟୋଜିତ ଉତ୍ତର ପ୍ରଦେଶର ସଫେଇ କର୍ମଚାରୀମାନଙ୍କୁ ଅତିରିକ୍ତ ୧୦,୦୦୦ ଟଙ୍କାର ବୋନସ ମିଳିବ। ଏହା ବ୍ୟତୀତ ପ୍ରତି ମାସରେ ସର୍ବନିମ୍ନ ୧୬,୦୦୦ ଟଙ୍କା ଦରମା ଘୋଷଣା କରାଯାଇଛି।
ଏହା ବ୍ୟତୀତ ମହାକୁମ୍ଭରେ କାମ କରୁଥିବା ସମସ୍ତ ଶ୍ରମିକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ମିଳିବ। ଏପ୍ରିଲ ମାସରେ ନିଗମ ଗଠିତ ହେବ। ଏପ୍ରିଲ ମାସରୁ କର୍ମଚାରୀଙ୍କ ଆକାଉଣ୍ଟକୁ ମଧ୍ୟ ଟଙ୍କା ପଠାଯିବ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ପୂର୍ବରୁ ସଫେଇ କର୍ମଚାରୀମାନେ ପ୍ରତି ମାସରେ ୮ ରୁ ୧୧ ହଜାର ଟଙ୍କା ପାଉଥିଲେ। ଏବେ ଏହାକୁ ଏପ୍ରିଲରୁ ଅତି କମରେ ୧୬ ହଜାରକୁ ବୃଦ୍ଧି କରାଯିବ। ଏହା ସହିତ, ସମସ୍ତ କର୍ମଚାରୀଙ୍କୁ ଆୟୁଷ୍ମାନ ଯୋଜନା ସହିତ ଯୋଡ଼ି ସାର୍ବଜନୀନ ସ୍ବାସ୍ଥ୍ୟ ବୀମାର ଲାଭ ମଧ୍ୟ ଦିଆଯିବ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଧ୍‌ଆମର ସରକାର ପ୍ରୟାଗରାଜର ମହାକୁମ୍ଭରେ ସଫେଇ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କୁ ୧୦,୦୦୦ ଟଙ୍କାର ବୋନସ ଦେବାକୁ ନିଷ୍ପତ୍ତି ନେଇଛି। ସଫେଇ କର୍ମଚାରୀମାନଙ୍କୁ ଏପ୍ରିଲରୁ ସର୍ବନିମ୍ନ ୧୬,୦୦୦ ଟଙ୍କା ମଜୁରୀ ପ୍ରଦାନ କରାଯିବ। ଅସ୍ଥାୟୀ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ମଧ୍ୟ ସ୍ବାସ୍ଥ୍ୟ କଭରେଜ ପାଇଁ ଆୟୁଷ୍ମାନ ଭାରତ ଯୋଜନା ସହିତ ଯୋଡାଯିବ।
ଉତ୍ତର ପ୍ରଦେଶ ସରକାର ୨୦୨୫ ମହାକୁମ୍ଭ ସମୟରେ ସବୁଠାରୁ ବଡ଼ ସମନ୍ବିତ ସ୍ବଚ୍ଛତା ଅଭିଯାନ ପାଇଁ ଗିନିଜ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଆଜି ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ଏହି ପୁରସ୍କାର ଗ୍ରହଣ କରିଛନ୍ତି।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, କେଶବ ପ୍ରସାଦ ମୌର୍ଯ୍ୟ, ଉତ୍ତର ପ୍ରଦେଶ ଡିଜିପି ପ୍ରଶାନ୍ତ କୁମାରଙ୍କ ସମେତ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଏବଂ ଅଧିକାରୀମାନେ ସଫେଇ କର୍ମଚାରୀଙ୍କ ସହ ଲଞ୍ଚ୍‌ କରିଥିଲେ।
ମହାକୁମ୍ଭ ସମାପ୍ତ ହେବା ପରେ ପ୍ରୟାଗରାଜରେ ନାବିକମାନଙ୍କ ସହ ଆଲୋଚନା ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ପଞ୍ଜିକରଣ ପରେ ପ୍ରତ୍ୟେକ ନାବିକଙ୍କୁ ୫ ଲକ୍ଷ ଟଙ୍କାର ବୀମା ଯୋଜନା ଦିଆଯିବ। ଡଙ୍ଗା କିଣିବା ପାଇଁ ଟଙ୍କା ଦିଆଯିବ। ଯେଉଁମାନଙ୍କର ସ୍ବାସ୍ଥ୍ୟ ବୀମା ନାହିଁ ସେମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

ବରଗଡ଼ ଆସିବେ ଅମିତ୍ ଶାହା: ୨ଜି ଇଥାନଲ ପ୍ଲାଣ୍ଟର କରିବେ ଉଦଘାଟନ, ଗସ୍ତ ପୂର୍ବରୁ ପ୍ରଶାସନ ତତ୍ପର

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ)- ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆସନ୍ତା ଜୁଲାଇ ମାସ ୪ତାରିଖ ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତରେ ଆସି ସେ ଭଟଲି…

ଥୁଆମୂଳ ରାମପୁରରେ ଦୁର୍ଘଟଣା: ଗୁରୁତରଙ୍କୁ ମିଳିଲାନି ଆମ୍ବୁଲାନ୍ସ, ବେସରକାରୀ ଗାଡ଼ିରେ ମେଡିକାଲ ସ୍ଥାନାନ୍ତର, ବଢ଼ିଲା ଅସନ୍ତୋଷ

ଥୁଆମୂଳ ରାମପୁର, ୩୦।୬ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ସଦର ସ୍ଥିତ ତାଳବନ୍ଧ ପଡ଼ା ଓ କାଲି ମନ୍ଦିର ପଡ଼ା ମଝିରେ ଥିବା ଦୁଇଟି ବନ୍ଧ…

ବିଶ୍ୱକପ୍‌ରୁ ବିଦାୟ ନେବା ପରେ ମୁହିଁ ଖୋଲିଲେ ଅଧିନାୟକ, କହିଲେ…

ଫକ୍ସବରୋ,୩୦ା୬: କ୍ରମାଗତ ତୃତୀୟଥର ପାଇଁ ଜର୍ମାନୀ ବିଶ୍ୱକପ୍‌ର ପ୍ରାରମ୍ଭିକ ପର୍ଯ୍ୟାୟରୁ ବିଦାୟ ନେଇଛି। ଏଥର ଦଳ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ପାରାଗୁଏଠାରୁ ଲଜ୍ଜାଜନକ ପରାଜୟ ବରଣ କରିଛନ୍ତି। ଦକ୍ଷିଣ…

ଅଧ୍ୟକ୍ଷା ସ୍ମିତାରାଣୀଙ୍କ ଅବସର ପରେ ସୁଶାନ୍ତ ନେଲେ ଅଧ୍ୟକ୍ଷ ଦାୟିତ୍ୱ

ଭଞ୍ଜନଗର,୩୦।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସ୍ମିତାରାଣୀ ପଣ୍ଡା ମଙ୍ଗଳବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ନୂତନ ଭାରପ୍ରାପ୍ତ…

ପ୍ରାଇଭେଟ୍ କମ୍ପାନୀରେ କେବେ ସୁଦ୍ଧା ମିଳିବା ଦରକାର ଦରମା? ଜାଣନ୍ତୁ କଣ କହୁଛି ସରକାରୀ ନିୟମ

ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର କାମ କରିଥାନ୍ତି। କେହି ନିଜର ବ୍ୟବସାୟ କରନ୍ତି ତ କେହି ଚାକିରି କରନ୍ତି, ଯେଉଁଥିରେ ସରକାରୀ…

ବରଗଡ଼ କେନାଲରେ ଆସିବ ପାଣି, ଏହି ମୁହୂର୍ତ୍ତରେ ଖୋଲିବ ଗେଟ…

ବରଗଡ଼,୩୦।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲକୁ ଆସନ୍ତା ଜୁଲାଇ ମାସ ୨ତାରିଖ ସକାଳ ୯ଟାରୁ ପାଣି ଛଡାଯିବ । ଏହାକୁ ଦୃଷ୍ଟିରେ ରଖି ଏହି କେନାଲ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri