ଗଜପତି,୧୨।୧(ଗିରିଧାରୀ ପରିଛା) : ଜାତୀୟ ସଡ଼କ ସୁରକ୍ଷା ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଗଜପତି ଜିଲା ପାଇଁ ବଡ଼ ଘୋଷଣା କରିଛନ୍ତି। ଜିଲାରେ ୮ ଗୋଟି ପ୍ରକଳ୍ପକୁ ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦ୍ଘାଟନ କରିଛନ୍ତି। ପାରଳାଖେମୁଣ୍ଡି ବାଇପାସ ରୋଡ଼ ପାଇଁ ୪୭୪୮.୨୬ ଲକ୍ଷ, ଗୋପିଲି କିଂଚିଲିଙ୍ଗ ରୋଡ଼ ପାଇଁ ୧୫୫୩.୭୧ ଲକ୍ଷ, ସେରଙ୍ଗ ଠାରୁ ନୂଆଗଡ଼ ରୋଡ଼ ପାଇଁ ୪୦୨୯.୯୪ ଲକ୍ଷ ,ବାଘସାଳା ଠାରୁ ଅଗରଖଣ୍ଡି ରୋଡ ପାଇଁ ୧୨୨୩.୧୫ ଲକ୍ଷ, ରାମଗିରି ଠାରୁ ଭାୟା ଜିରାଙ୍ଗ ଦେଇ ନାରାୟଣପୁର ରୋଡ ପାଇଁ ୧୨୦୦.୭ ଲକ୍ଷ ମଞ୍ଜୁରୀ ମିଳିଛି। ଜିରାଙ୍ଗ କାଇଁପୁର ରୋଡ ପାଇଁ ୧୭୬୮.୪୨ ଲକ୍ଷ, ଚାନ୍ଦିପୁଟ ଠାରୁ ଲୁହଗୁଡି ରୋଡ ପାଇଁ ୨୮୦୮.୬୭ ଲକ୍ଷ, ରା ଉଦୟଗିରି ଠାରୁ ସମ୍ବଲପୁର ରାସ୍ତା ନିର୍ମାଣ ପାଇଁ ୫୩୨୪.୯୮ ଲକ୍ଷ ଟଙ୍କା ମଞ୍ଜୁରୀ କରିବାସହ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଯାହାକୁ ନେଇ ଗଜପତି ଜିଲାର ୨ଟି ନିର୍ବାଚନମଣ୍ଡଳୀର ବିଧାୟକ ମୁଖ୍ୟମନ୍ତ୍ରୀ ଓ ପୂର୍ତ୍ତ ବିଭାଗୀୟ ମନ୍ତ୍ରୀ ପଦକ୍ଷେପକୁ ସ୍ବାଗତ କରିବା ସହ ଭୁରିଭୁରି ପ୍ରଶଂସା କରିଛନ୍ତି । ଜିଲାରେ ଏହି ସବୁ ପ୍ରକଳ୍ପ ହେବା ଦ୍ୱାରା ସାଧାରଣ ଲୋକଙ୍କୁ ବହୁ ସୁବିଧା ହେବା ସହ ବ୍ୟବସାୟିକ ଦୃଷ୍ଟି କୋଣରୁ ବହୁତ ସୁବିଧା ହୋଇ ପାଇବ । ମୁଖ୍ୟତଃ ପାରଳାଖେମୁଣ୍ଡିର ବାଇପାସ ରାସ୍ତା ନିର୍ମାଣ ହେବା ବହୁ ଦିନର ଦାବି ରହିଥିଲା। ତାହା ଏବେ ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି।