ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଆୟୁଷ ଡାକ୍ତରଙ୍କ ବଢ଼ିଲା ଦରମା, ଏକାଥରକେ ବଢିଗଲା ଏତେ…

ଭୁବନେଶ୍ୱର,୧୦।୨: NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଆୟୁଷ ଡାକ୍ତରମାନଙ୍କ ସର୍ବନିମ୍ନ ଦରମା ୫୬, ୯୪୮ ଟଙ୍କା। ବରିଷ୍ଠ ଡାକ୍ତରଙ୍କ ଦରମା ୪୦ ହଜାର ଟଙ୍କା ବୃଦ୍ଧି ପାଇ ୯୧, ୪୬୭ ଟଙ୍କା ହୋଇଛି। ରାଜ୍ୟରେ ବର୍ତ୍ତମାନ ୨୯୧୨ ଜଣ ଆୟୁଷ ଡାକ୍ତର କାର୍ଯ୍ୟ କରୁଛନ୍ତି। ଆୟୁଷ ସ୍ବାସ୍ଥ୍ୟସେବାରେ ଅଧିକ ଉନ୍ନତି ଆସିବ ମୁଖ୍ୟମନ୍ତ୍ରୀ କହିଛନ୍ତି ।

Dharitri – Odisha’s No.1 Odia Daily