ଭୁବନେଶ୍ୱର,୨୯।୯: କ୍ୟାବିନେଟ ବୈଠକ ପରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ପୂବ ସରକାରରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଥିଲା। 5T ନାଁରେ ଭଙ୍ଗା କାନ୍ଥରେ ରଙ୍ଗ ମାରୁଥିଲେ।ଭିତ୍ତିଭୂମି ବିକାଶ ହୋଇ ନ ଥିଲା, ଆମ ସରକାର ନୂଆ ଶିକ୍ଷାନୀତି ଲାଗୁ କରିଛନ୍ତି। ପ୍ରତି ପଞ୍ଚାୟତରେ ପ୍ରତିଷ୍ଠା ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା ହେବ। ପ୍ରଥମ ପର୍ଯ୍ୟାୟରେ ୩ ବର୍ଷ ପର୍ଯ୍ୟନ୍ତ ୨ ହଜାର ୨୦୦ଟି ସ୍କୁଲ ନିର୍ମାଣ ହେବ। ଏଥିପାଇଁ ୧୨୦୦ କୋଟି ଖର୍ଚ୍ଚ ହେବ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି।