ସାଧାରଣତନ୍ତ୍ର ଦିବସରେ ମୋଦିଙ୍କୁ ନେଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ

କଟକ,୨୬।୧: ଆଜି ସାରା ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଉତ୍ସାହର ସହିତ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ମହାପୁରୁଷଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଉଛି। ବୀର ସଂଗ୍ରାମୀମାନଙ୍କୁ ମୋର ପ୍ରଣାମ ଜଣାଉଛି। ଦେଶ ସ୍ବାଧୀନ ପରେ ୨ଟି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲା। ବିଭାଜନର ବିଭୀଷିକା ଓ ବିଧି ବ୍ୟବସ୍ଥାରେ ଦେଶକୁ କିପରି ଚଲାଇବା। ଦେଶକୁ ବିଧି ବ୍ୟବସ୍ଥାରେ ଚଲାଇବା ପାଇଁ ସମ୍ବିଧାନ ଲେଖାଗଲା। ଆମ ସମ୍ବିଧାନ ଆମକୁ ଭାତୃଭାବରେ ବାନ୍ଧି ରଖିଛି। ସମ୍ବିଧାନ ପ୍ରତ୍ୟେକ ଭାରତୀୟଙ୍କ ଜୀବନର ମାନଦଣ୍ଡ। ଆଜି ମୋଦିଙ୍କ ନେତୃତ୍ୱରେ ଦେଶ ଆଗକୁ ବଢୁଛି।

ପୂର୍ବ ସରକାରକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗୁଣାତ୍ମକ ଶିକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ରଙ୍ଗମରା ସ୍କୁଲ ନୁହେଁ, ଭିତ୍ତିଭୂମି ସମ୍ପନ୍ନ ବିଦ୍ୟାଳୟ ନିର୍ମାଣ ହେଉଛି। ପୂର୍ବ ସରକାରରେ ଆୟୁଷ୍ମାନ ଭାରତ ଯୋଜନା ରାଜନୀତିର ଶିକାର ହୋଇଥିଲା। ଆମ ସରକାର ଆସିବା ପରେ ଏହାକୁ ଲାଗୁ କଲୁ। ଏହା ଦ୍ୱାରା ସାଢ଼େ ୩ କୋଟି ଲୋକ ଉପକୃତ ହେଉଛନ୍ତି।
ଏହାସହ ମହିଳା ବିରୋଧୀ ହିଂସାକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଆମ ଜନସଂଖ୍ୟାର ଅଧା ମହିଳା, ନାରୀ ସୁରକ୍ଷା ସବୁଠୁ ଗୁରୁତ୍ୱ। ପ୍ରଥମ କ୍ୟାବିନେଟରେ ଆମେ ସୁଭଦ୍ରା ଲାଗୁ କଲୁ।ନାରୀ ସୁରକ୍ଷା ଓ ନାରୀ ସମ୍ମାନ ଆମ ପାଇଁ ସର୍ବାଗ୍ରେ। ମହିଳାଙ୍କ ସୁରକ୍ଷା ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ। ନାରୀ ସୁରକ୍ଷାକୁ ନେଇ ଆମେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛୁ।ମହିଳା ହିଂସାରେ ଆମର ଦଣ୍ଡବିଧାନ ହାର କମ ଥିଲା। ଆମେ କ୍ଷମତାକୁ ଆସିବା ପରେ ଦଣ୍ଡବିଧାନ ହାର ବଢ଼ିଛି। ମହିଳା ବିରୋଧୀ ହିଂସାକାରୀଙ୍କ ଗୋଟିଏ ଠିକଣା ହେଉଛି ଜେଲ। ମହିଳା ବିରୋଧୀ ହିଂସାକୁ କଦାପି ବରଦାସ୍ତ କରାଯିବନି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ

ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍‌ କରି…

ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ

ବାରିପଦା,୧୩ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣକୁ ନେଇ ଅଭାବନୀୟ ଘଟଣା ଘଟିଛି। ଅଞ୍ଚଳବାସୀ ନ୍ୟାୟ ଦାବିରେ ଜାତୀୟ ରାଜପଥ…

ଆତ୍ମସମର୍ପଣ କରିବ ଇରାନ: ରାଷ୍ଟ୍ରପତି ଟ୍ରମ୍ପଙ୍କ ସାହସିକ ଦାବି

ଓ୍ବାଶିଂଟନ୍‌,୧୩।୩:ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ G7 ନେତାଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ଏହି ବୈଠକ ସମୟରେ ଇରାନ ଏବେ ଆତ୍ମସମର୍ପଣ କରିବାକୁ ଯାଉଛି। ଇରାନର…

‘IPL ଖେଳିବା ଛାଡିଦେବେ…’,ଧୋନିଙ୍କ ଅବସରକୁ ନେଇ ବଡ଼ ଭବିଷ୍ୟବାଣୀ, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୩।୩: ୨୦୨୬ IPL ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ (ଆରସିବି ବନାମ ଏସଆରଏଚ) ମଧ୍ୟରେ…

ପେଟ୍ରୋଲ, ଗ୍ୟାସକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁଗ୍ମ ସଚିବ କହିଲେ…

ନୂଆଦିଲ୍ଲୀ,୧୩।୩: ଏଣିକି ପେଟ୍ରେଲ୍‌ ଏବଂ ଗ୍ୟାସ କଳାବଜାର କରୁଥିଲେ ହୋଇଯାନ୍ତୁ ସାବଧାନ। ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଳାବଜାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି,ପେଟ୍ରୋଲିୟମ…

ଚପଲ ଭିତରେ ଛକିଥିଲା ସାପ, ମାରିଲା ଚୋଟ: ପରୀକ୍ଷାର ଶେଷ ଦିନରେ ଘଟିଗଲା..

ପୁରୁଷୋତ୍ତମପୁର,୧୩।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶୋଳଘର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛତ। ଶୁକ୍ରବାର ସାପ କାମୁଡି ଜଣେ ଚତୁର୍ଥ ଶ୍ରେଣୀ…

ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା? ସାଟେଲାଇଟରୁ ଆସିଲା ସାଂଘାତିକ ଫଟୋ…

ବେଜିଂ,୧୩।୩: ଚାଇନା ଏବେ ଏସିଆରେ ଏକ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଏହି ସୂଚନା ପୂର୍ୱ ଚୀନ ସାଗରର ଏକ ସାଟେଲାଇଟ ଚିତ୍ରରୁ ଆସିଛି। ଏହି…

ସୋନିଆ-ରାହୁଲଙ୍କ ଉପରେ ଝୁଲୁଛି ଖଣ୍ଡା: ଗୋଟିଏ ଝଟ୍‌କାରେ ହରାଇପାରନ୍ତି ସଦସ୍ୟତା

ନୂଆଦିଲ୍ଲୀ,୧୩।୩: ନେହେରୁ-ଗାନ୍ଧୀ ପରିବାର ଉପରେ ଆଇନଗତ ଖଣ୍ଡା ଝୁଲୁଛି। ଦୁଇଟି ପୃଥକ ମାମଲା ଗୋଟିଏ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଏବଂ ଅନ୍ୟଟି ଲକ୍ଷ୍ନୌ ହାଇକୋର୍ଟରେ ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri