କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ଦେଲେ ସହାୟତା ରାଶି

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ)୨।୩: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ କେନ୍ଦୁଝରରେ ପହଞ୍ଚିଛନ୍ତି। ମୟୂରଭଞ୍ଜରୁ ହେଲିକପ୍ଟରରେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ଓହ୍ଲାଇ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଛନ୍ତି। ଏମପି ଅନନ୍ତ ନାୟକ ସମେତ ତେଲକୋଇ ବିଧାୟକ ଡାକ୍ତର ଫକୀର ଚରଣ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ, କେନ୍ଦୁଝର ଗଡ ପୌରାଧ୍ୟକ୍ଷ ନିକୁ ସାହୁ, ଜିଲାପାଳ ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ମେଳା ଉଦଘାଟନ କରିବା ସହ ମେଳା ବୁଲି ଦେଖିଥିଲେ। ସରକାର କୃଷି ଓ କୃଷକ ମାନଙ୍କ ବିକାଶ ପାଇଁ ବହୁ କର୍ଯ୍ୟକମ ହାତକୁ ନେଇଥିବା କହିଥିଲେ।

ଏହି ଅବସର ରେ ଉତ୍ସାହୀ ଚାଷୀ ମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ସେଠାରୁ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ରେ ସିଧା ସଳଖ ଚମ୍ପୁଆ ଯାଇ କଲେଜର ବାର୍ଷିକ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ନିଜ ପୈତୃକ ଗ୍ରାମ ସଦର ବ୍ଲକ ରାଇକଳା ଯାଇ କ୍ରିକେଟ ମ୍ୟାଚର ଫାଇନାଲରେ ଯୋଗଦେବେ। ସେଠାରୁ ରାସ୍ତା ପଥରେ ଫେରି ସଂଧ୍ୟାରେ ଆଞ୍ଚଳିକ ହର୍ବାଲ ମେଳା ରେ ଯୋଗ ଦେବେ ବୋଲି କାର୍ଯ୍ୟକ୍ରମ ରହିଛି।