ବରଗଡ଼ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, କିଛି ସମୟ ପରେ ଧନୁଯାତ୍ରା ଦେଖିବାକୁ ଯିବେ ରାଜଦରବାର

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ମୁଖ୍ୟମନ୍ତ୍ରୀ ଓହ୍ଲାଇଛନ୍ତି। କିଛି ସମୟ ପରେ ଧନୁଯାତ୍ରା ଦେଖିବାକୁ ରାଜଦରବାର ଯିବେ।

ମିଳିଥିବା ସୂଚନାନୁଯାୟୀ, ସନ୍ଧ୍ୟା ୬ଟାରେ ରଙ୍ଗମହଲରେ ପହଞ୍ଚି ସନ୍ଧ୍ୟା ୭ଟା ୨୫ ମିନିଟ ପର୍ଯ୍ୟନ୍ତ ସେଠାରେ ଉପସ୍ଥିତ ରହି ଧନୁଯାତ୍ରା ମହୋତ୍ସବ ଦେଖିବେ। ଏହାପରେ ୭ଟା ୩୦ ମିନିଟରେ ସେଠାରୁ ସ୍ଥାନୀୟ ସର୍କିଟ ହାଉସ ଅଭିମୁଖେ ବାହାରିବେ ଏବଂ ରାତି ୮ଟାରେ ସେଠାକୁ ପହଞ୍ଚିବେ। ସେଠାରେ ରାତ୍ରି ରହଣୀ କରିବେ ଏବଂ ବୁଧବାର ବରଗଡ଼ ଜିଲା ସୋହେଲା ବ୍ଲକ ଘେଁସଠାରେ ଆୟୋଜିତ ବୀରତା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି।

Dharitri – The Largest & Most Trusted Odia Daily