ବଡ଼ ରେକର୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ୧୭ ମାସରେ…

ଭୁବନେଶ୍ୱର,୪।୧୧(ରବିନାରାୟଣ ଜେନା):ରାଜ୍ୟରେ ଭାଜପା ସରକାର ୨୦୨୪ ଜୁନ୍‌ରେ ଦାୟିତ୍ୱଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଦ୍ୟାବଧି ୧୭ ମାସରେ ୧୪ ଥର ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରତ୍ୟକ୍ଷ ଭାବେ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଅଭିଯୋଗ ଶୁଣାଣି ଫଇସଲା ହାର ରେକର୍ଡ ପରିମାଣ ୯୩ ପ୍ରତିଶତ ରହିଛି। ହେଲେ ଏହି ହାରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅସନ୍ତୁଷ୍ଟ ରହିଛି। ଏହି ହାରକୁ କିଭଳି ୧୦୦% କରାଯାଇପାରିବ, ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁତ୍ୱ ଦେବା ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏସଂକ୍ରାନ୍ତରେ ଅକ୍ଟୋବର ୨୯ରେ ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗ ସଚିବଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି, ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ୨୦୨୪ ଜୁଲାଇ ପହିଲାରେ ପ୍ରଥମ ଜନଅଭିଯୋଗ ସାକ୍ଷାତରେ ନେଇଥିଲେ; ଯେଉଁଥିରେ କି ସିଧାସଳଖ ୧୦୦୦ ଆବେଦନ ଗ୍ରହଣ କରାଯାଇଥିଲା। ତେବେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ହେଉଛି ନାଗରିକ କୈନ୍ଦ୍ରିକ। ଏଥିପ୍ରତି ଲୋକଙ୍କ ବହୁ ଆଶା ଓ ଭରସା ରହିଛି। ଏହା ମାଧ୍ୟମରେ ସମାଜର ବହୁ ଲୋକ ବିଶେଷ ଭାବେ ଉପକୃତ ହୋଇପାରୁଛନ୍ତି। ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ୧୪ଥର ଜନଅଭିଯୋଗ ଶୁଣାଣି କରି ୧୨ହଜାର ୯୫୦ ଅଭିଯୋଗ ଗ୍ରହଣ କରିଛନ୍ତି।
ସୁରେନ୍ଦ୍ର କୁମାର ଦର୍ଶାଇଛନ୍ତି, ଜୁଲାଇ ପହିଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ୧୪୨୦ଟି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୧୪୧୧ଟିର ଫଇସଲା ହୋଇଛି। ଉକ୍ତଦିନର ୯୯% ଅଭିଯୋଗର ସମାଧାନ ହୋଇଥିଲେ ବି ୯ଟିର କାହିଁକି ସମାଧାନ ହୋଇନାହିଁ ତାହା ବୁଝାପଡୁନାହିଁ। ସେହିପରି ଜୁଲାଇ ୧୫ରେ ୧୬୩୨ ଅଭିଯୋଗ ମଧ୍ୟରୁ ୧୬୦୯ଟିର ଫଇସଲା ହୋଇଥିବାବେଳେ ୨୩ଟି ବାକି ରହିଥିବାବେଳେ ଅଗଷ୍ଟ ୫ରେ ସର୍ବାଧିକ ୨୩୪୯ଟି ଅଭିଯୋଗ ମଧ୍ୟରୁ ୨୩୦୯ଟିର ଫଇସଲା ହୋଇଛି।
ସେହିପରି ସେପ୍ଟେମ୍ବର ୨୩ରେ ୭୨୭ରୁ ୭୧୦ଟିର ଫଇସଲା ହୋଇଥିବାବେଳେ ଅକ୍ଟୋବର ୨୧ରେ ୭୧୪ରୁ ୬୯୭, ଡିସେମ୍ବର ୧୬ରେ ୫୦୩ରୁ ୪୮୬, ୨୦୨୫ ଫେବୃଆରୀ ୩ରେ ୭୦୬ରୁ ୬୭୫, ମାର୍ଚ୍ଚ ୩ରେ ୬୪୦ରୁ ୫୮୭, ଏପ୍ରିଲ ୨୧ରେ ୮୫୭ରୁ ୮୧୫, ମେ’ ୧୯ରେ ୬୬୦ରୁ ୬୦୩ଟିର ଫଇସଲା ହୋଇଛି। ହେଲେ ୨୦୨୫ ଜୁଲାଇ ୭ରେ ୬୨୨ଟି ଅଭିଯୋଗ ମଧ୍ୟରୁ ୪୯୫ଟି ଫଇସଲା ହୋଇଛି, ଯାହା କି ମାତ୍ର ଫଇସଲା ହାର ୮୦ ପ୍ରତିଶତ ରହିଛି। ଜୁଲାଇ ୨୮ରେ ୭୩୬ରୁ ୫୪୩ଟିର ଫଇସଲା ହୋଇଥିବାବେଳେ ୧୯୩ଟି ବକେୟା ରହିଛି। ଅଗଷ୍ଟ ୧୧ରେ ଶେଷଥର ପାଇଁ ହୋଇଥିବା ଅଭିଯୋଗ ଶୁଣାଣିରେ ୬୯୮ରୁ ମାତ୍ର ୪୩୪ଟିର ଶୁଣାଣି ହୋଇଛି। ଅଭିଯୋଗ ଫଇସଲା ହାର ମାତ୍ର ୬୨ ପ୍ରତିଶତ ରହିଛି। ଏହାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ତେଣୁ ତୁରନ୍ତ ବକେୟା ଥିବା ଅଭିଯୋଗର ଫଇସଲା କରି ୧୫ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ସୁରେନ୍ଦ୍ର କୁମାର ପତ୍ରରେ ଦର୍ଶାଇଛନ୍ତି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ସାତକୋଶିଆର କାୟାକଳ୍ପ: ୧୦୦ କୋଟି ବ୍ୟୟରେ ସଜେଇ ହେବ ଅଭୟାରଣ୍ୟ

ଭୁବନେଶ୍ୱର,୪ା୨: ସାତକୋଶିଆ ଅଭୟାରଣ୍ୟ ହେବ ବିଶ୍ୱସ୍ତରୀୟ ଇକୋ-ଟୁରିଜିମ୍ ହବ୍‌। ଏଥିପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦…

ରେଳଷ୍ଟେଶନରେ ଦାଦନ ଶ୍ରମିକଙ୍କ ଗହଳି, ଶ୍ରମ ବିଭାଗ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୪ା୨(ତୁମେଶ୍ଵର ସାହୁ): ଦିନକୁ ଦିନ ରାଜ୍ୟରେ ଦାଦନ ସମସ୍ୟା ବଢ଼ିବାରେ ଲାଗିଛି । ଦାଦନ ସମସ୍ୟା ବଲାଙ୍ଗୀର ଜିଲା ସମେତ କଳାହାଣ୍ଡି ଜିଲାରେ ମଧ୍ୟ ଦେଖିବାକୁ ମିଳିଛି।…

ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ବନ୍ଦ ହେବ ବେଆଇନ ମଦ କାରବାର! ଅବକାରୀ ଅଧୀକ୍ଷକଙ୍କୁ ଚିଠି

ଧର୍ମଶାଳା,୪।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ‘ମଦ’ ରେଡ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଅବକାରୀ ଅଧୀକ୍ଷକଙ୍କୁ ଚିଠିରେ ନିର୍ଦ୍ଦେଶ…

ନାବାଳିକାଙ୍କ ହାତଗୋଡ଼ ବାନ୍ଧି ବଳାତ୍କାର ଉଦ୍ୟମ କରି ଜଙ୍ଗଲରେ ଛାଡ଼ି ଦେଇଥିଲେ ୨ ଯୁବକ, ପୀଡ଼ିତାଙ୍କ ଏମିତି ବୟାନ ପରେ…

ତୁମୁଡ଼ିବନ୍ଧ,୪ା୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ବେଲଘର ଥାନା ଅଞ୍ଚଳର ୧୪ ବର୍ଷୀୟା ନାବାଳିକାଙ୍କ ସହ ଜଙ୍ଗଲରେ ଦୁଇ ଯୁବକଙ୍କ ବର୍ବରତା ସହ ନିର୍ଯାତନା ଘଟଣାରେ ଦୁଇ…

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ, ସରକାରଙ୍କ ତରଫରୁ ମିଳିଲା…

ମାଲକାନଗିରି,୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଟପ୍‌ କ୍ୟାଡର ମାଓବାଦୀ ସୁଖରାମ ମରକମ୍‌ ଓରଫ ସୁରେଶ ଓରଫ ୟୋଗେସ୍‌ ବୁଧବାର ମାଲକାନଗିରି ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର…

ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ଆଉ କିଛି ସମୟ ପରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ,୪ା୨: ପ୍ରାୟ ଗୋଟିଏ ବର୍ଷ ପରେ ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ । ଗତବର୍ଷ ଫେବୃଆରୀ ୧୩ରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରାଷ୍ଟ୍ରପତି…

ରେଲଓ୍ବେ ଟ୍ରାକ୍‌ରେ ପଡ଼ିଛି ମୁଣ୍ଡବିହୀନ ମୃତଦେହ, ହତ୍ୟା ନା ଆତ୍ମହତ୍ୟାକୁ ନେଇ ଚାଲିଛି…

ବଲାଙ୍ଗୀର,୪ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲଓ୍ବେ ଷ୍ଟେଶନରୁ ମାତ୍ର ୧ କିଲୋମିଟର ଦୂର ଖୁଜେନପାଲି ନିକଟସ୍ଥ ରେଲଓ୍ବେ ଟ୍ରାକ୍‌ ଉପରେ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ…

ବ୍ଲୁ ହ୍ୱେଲ୍ ପରେ Korean Lover Game ନେଉଛି ଛୁଆଙ୍କ ଜୀବନ! କେତେ ବିପଦ ଜାଣନ୍ତୁ

ନୂଆଦିଲ୍ଲୀ,୪।୨: ବ୍ଲୁ ହ୍ୱେଲ୍ ଗେମ୍ ପରେ, ଏବେ କୋରିଆନ୍ ଲଭର୍ ଗେମ୍ ଲୋକଙ୍କ ଜୀବନ ସହିତ ଖେଳିବା ଆରମ୍ଭ କରିଛି । ଏହି ଗେମ୍ ଗୁଡ଼ିକରେ ଲୋକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri