ବିଧାନସଭାରେ ୨୪ବର୍ଷର ରେକର୍ଡ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୩୧।୮: ମୁଖ୍ୟମନ୍ତ୍ରୀ ମୋହନ ମାଝି ୨୪ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ବିଧାନସଭାରେ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଆଲୋଚନାରେ ୧ ଘଣ୍ଟା ୪୦ ମିନିଟ ଧରି ବିବୃତି ରଖି ମୁଖ୍ୟମନ୍ତ୍ରୀ ରେକର୍ଡ ସୃଷ୍ଟି କରିଛନ୍ତି।

ସାଧାରଣ ଅଭିଯୋଗ ଶୁଣାଣିର ବିକୃତ ବ୍ୟବସ୍ଥା ପୂର୍ବ ସରକାରର ମୁଖ୍ୟମନ୍ତ୍ରୀ ସୃଷ୍ଟି କରିଥିଲେ। ମୁଖ୍ୟମନ୍ତ୍ରୀ ନିଜେ ଲୋକଙ୍କ ପାଖକୁ ନଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ଦୁର୍ଭାଗ୍ୟଜନକ । ପୂର୍ବ ମୁଖ୍ୟମନ୍ତ୍ରୀ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ ଅଭିଯୋଗ ଶୁଣାଣି ପାଇଁ ପଠାଇବା ଏକ ବିକୃତ ବ୍ୟବସ୍ଥା ଥିଲା। ନିଜର ଜଣେ ଅଫିସରଙ୍କୁ ପଠେଇ ଅଭିଯୋଗ ଶୁଣାଣି କରୁଥିଲେ । ନିଜେ କେବେ ଲୋକଙ୍କ ଗୁହାରି ଶୁଣୁନଥିଲେ । ଏଭଳି ଏକ ବିକୃତ ବ୍ୟବସ୍ଥା ପୂର୍ବ ସରକାରରେ ଚାଲିଥିଲା ।

ଆମ ସରକାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପୁଣିଥରେ ଚଳଚଞ୍ଚଳ କରିଛନ୍ତି । ସବୁଦିନେ ପ୍ରାୟ ରାତି ସାଢେ ୧୨ଟାରେ ମୁଁ ଲୋକସେବା ଭବନରୁ ଘରକୁ ଯାଉଛି । ରାତି ୩ଟାରେ ଶୋଇ ସକାଳୁ ଉଠିବାରେ ସମସ୍ୟା ହେଉଛି । ମାତ୍ର ଲୋକଙ୍କ ଦୁଃଖ ଶୁଣିବା ପାଇଁ ସମୟ ବାହାର କରିପାରୁଥିବାରୁ ନିଜକୁ ଖୁସି ଲାଗୁଛି । ଏବେସୁଦ୍ଧା ୫୬୦୦ ଅଭିଯୋଗ ଶୁଣାଣି କରିଛି । ଏଥିରୁ ୨୩ପ୍ରତିଶତ ସମାଧାନ ହୋଇଛି ଓ ଏହି ହାରକୁ ୫୦ ପ୍ରତିଶତ କରିବା ପାଇଁ ପ୍ରୟାସ ଚାଲିଛି । ପ୍ରଥମଦିନ ଅଭିଯୋଗ ଶୁଣାଣିବେଳେ ଆମେ ସମସ୍ତେ ମଧ୍ୟାହ୍ନଭୋଜନ ସଂଧ୍ୟା ୫ଟାରେ କରିଥିଲୁ ।

ଯେଉଁ ସରକାରୀ ପଦବି ଖାଲି ପଡ଼ିଛି ତାକୁ ପୂରଣ କରିବା ପାଇଁ ଆମ ସରକାର ପ୍ରତିଶ୍ରୁତି ବଦ୍ଧ। ୧ ଲକ୍ଷ ୩୨ ହଜାର ୩୬୫ ସରକାରୀ ପଦବି ଆଗାମୀ ଦିନରେ ପୂରଣ କରିବେ ଆମ ସରକାର। ବିଧାୟକ କଲୋନିରେ ବିଧାୟକଙ୍କ କ୍ୱାଟରର ଉନ୍ନତୀକରଣ ପାଇଁ ଲକ୍ଷେ ଟଙ୍କା ବଦଳରେ ୧୦ ଲକ୍ଷ ଦେବାକୁ ଆମ ସରକାର ନିଷ୍ପତ୍ତି ନେଇଛନ୍ତି।

ଆମ ସରକାର ସମୟରେ ୪୯ କୋଟିରୁ ଉଦ୍ଧର୍‌ବ ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠାବ କରିଛି ଭିଜିଲାନ୍ସ ବିଭାଗ। ପୂର୍ବ ସରକାର ସମୟରେ ଭିଜିଲାନ୍ସ ବିଭାଗ କେରାଣ୍ଡି ଧରୁଥିଲେ ଆମ ସରକାର ସମୟରେ ବାଳିଆ, ରୋହି ଓ ଭାକୁର ଧରୁଛନ୍ତି। ବିରୋଧୀ ଦଳ ନେତା ମଦ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ମୁଁ କହିବି ତାଙ୍କ ସରକାର ମଦକୁ ପ୍ରୋତ୍ସାହନ ଓ ପ୍ରଶୟ ଦେଇଥିଲେ। ବାଲେଶର ହିଂସାକୁ ଆମେ ସମ୍ପୂର୍ଣ୍ଣ ସଫଳତାର ସହ ସମାଧାନ କରିଛୁ। ଖୋର୍ଦ୍ଧା ଘଟଣାକୁ କହିବା ବଡ଼ ନିନ୍ଦନୀୟ କଥା। ଦୁଇ ପରିବାର କଳି କେବେ ହିଂସା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri