ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୯ା୪: ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଭେଟିଛନ୍ତି। ନର୍ଥ ବ୍ଲକ୍‌ରେ ଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଯାଇ ମୁଖ୍ୟମନ୍ତ୍ରୀ ଶାହାଙ୍କୁ ଭେଟିଛନ୍ତି। ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀ ଏହି ସାକ୍ଷାତ କରିଛନ୍ତି। ଆଇନଶୃଙ୍ଖଳା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯାଇ ଦେଶର ବହୁ ଶିଳ୍ପ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି। ମଙ୍ଗଳବାର ରାଜ୍ୟରେ ପୁଞ୍ଜିନିବେଶ ନେଇ ୧୩ କମ୍ପାନୀ ସହ ମୁଖ୍ୟମନ୍ତ୍ରୀ ଚୁକ୍ତି ସ୍ବାକ୍ଷର କରିଛନ୍ତି। ବିଭିନ୍ନ କମ୍ପାନୀ ସହ ହୋଇଥିବା ଏହି ଚୁକ୍ତି ୧,୦୩,୦୯୦ କୋଟି ଟଙ୍କାର ପୁଞ୍ଜି ଆକର୍ଷିତ କରିଥିବାବେଳେ ୯୫,୯୧୫ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।
ଗସ୍ତର ଦ୍ୱିତୀୟ ଦିନରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ଅବସରରେ ଆୟୋଜିତ ଚୁକ୍ତି ସ୍ବାକ୍ଷର ସମାରୋହରେ ମୁଖ୍ୟମନ୍ତ୍ରୀ ଶିଳ୍ପନେତୃତ୍ୱଙ୍କୁ ସମ୍ବୋଧିତ କରି କହିଛନ୍ତି, ଶିଳ୍ପକ୍ଷେତ୍ରରେ ଅଗ୍ରଗତି ପାଇଁ ଓଡ଼ିଶା ପ୍ରସ୍ତୁତ ଅଛି। ରାଜ୍ୟର ଉଜ୍ଜ୍ୱଳ ଭବିଷ୍ୟତ ସକାଶେ ନିବେଶ କରିବା ପାଇଁ ଏହା ହିଁ ପ୍ରକୃଷ୍ଟ ସମୟ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଏହି ଅବସରରେ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌(ଆଇଓସିଏଲ), ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି, ଇଣ୍ଡିଆନ୍‌ ଷ୍ଟ୍ରାଟେଜିକ୍‌ ପେଟ୍ରୋକେମିକାଲ ରିଜର୍ଭସ୍‌ ଲିମିଟେଡ୍‌ ଏବଂ ଅନ୍ୟାନ୍ୟ କମ୍ପାନୀ ସହ ନିବେଶ ସଂକ୍ରାନ୍ତ ଆଲୋଚନା
ପରେ ପୁଞ୍ଜିନିବେଶ ନେଇ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆଇଓସିଏଲ୍‌ ସହ ଚୁକ୍ତି ଅନୁଯାୟୀ ୫୮,୦୪୨ କୋଟି ଟଙ୍କାର ପୁଞ୍ଜି ନିବେଶ ଦ୍ୱାରା ପାରାଦୀପରେ ଡୁଆଲ୍‌ ଫିଡ୍‌ ନାପଥା କ୍ରାକର ଏବଂ ଡାଉନ୍‌ଷ୍ଟ୍ରମିମ୍‌ ୟୁନିଟ୍‌ ସ୍ଥାପନ ପୂର୍ବକ ଶିଳ୍ପ ଅଭିବୃଦ୍ଧିରେ ସହାୟକ ହେବ। ଏହି ପ୍ରକଳ୍ପ ୨୪ ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ। ପୂର୍ବୋଦୟ ଯୋଜନା ଅଧୀନରେ ପୂର୍ବଭାରତ ବିଶେଷକରି ଓଡ଼ିଶାରେ ଥିବା ଶିଳ୍ପ ସମ୍ଭାବନାକୁ ନୂଆ ରୂପ ଦେବାରେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସହାୟକ ହେବ ବୋଲି ଆଶା କରାଯାଉଛି। ଏଥିସହ ରାଜ୍ୟରେ କେମିକାଲ, ପେଟ୍ରୋକେମିକାଲ ଓ ଖାଦ୍ୟ ଶିଳ୍ପ ସୁଦୃଢ଼ୀକରଣ ଆଶା ଉଜ୍ଜୀବିତ ହୋଇଛି। ସେହିପରି କିରି ଇଣ୍ଡଷ୍ଟ୍ରିଜ୍‌ ପାରାଦୀପରେ ସ୍ବତନ୍ତ୍ର କେମିକାଲ ୟୁନିଟ୍‌ ସ୍ଥାପନ କରିବାକୁ ଥିବାବେଳେ ଏସ୍‌ଏଲ୍‌ଏମ୍‌ଜି ବେଭେରେଜ୍‌ସ ପ୍ରାଇଭେଟ ଲିମିଟେଡ୍‌ ରାଜ୍ୟରେ ବେଭେରେଜ ମ୍ୟାନୁଫାକ୍ଚରିଂ ୟୁନିଟ୍‌ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରିଛି। ଏହାବ୍ୟତୀତ ଜଳଜାହାଜ ନିର୍ମାଣ ଓ ମରାମତି ସୁବିଧା ଓଡ଼ିଶାରେ ଉପଲବ୍ଧ କରାଇବା ପାଇଁ ଚୌଗୁଲେ ଗ୍ରୁପ୍‌ ପ୍ରସ୍ତୁତ ଅଛି। ଅନ୍ୟ କମ୍ପାନୀଗୁଡ଼ିକ ମଧ୍ୟରେ ହିମାଦ୍ରି ସ୍ପେଶିଆଲିଟି ବାଲେଶ୍ୱରରେ ଟାୟାର ମ୍ୟାନୁଫାକ୍‌ଚରିଂ ୟୁନିଟ୍‌ ସ୍ଥାପନ କରିବ। ଆଇନକ୍ସ ଜିଏଫ୍‌ଏଲ୍‌ କେମିକାଲ ୟୁନିଟ୍‌ ଏବଂ ବମ୍ବେ ଡାଇଙ୍ଗ ମ୍ୟାନୁଫାକ୍ଚରିଂ କୋ. ଲିମିଟେଡ୍‌ ଟେକ୍ସଟାଇଲ କ୍ଷେତ୍ରରେ ପୁଞ୍ଜି ନିବେଶ କରିବ। ଏହାବ୍ୟତୀତ ଆସୋସିଏଶନ ଅଫ୍‌ ଇଣ୍ଡିଆନ ମାନ୍ୟୁଫାକ୍ଚର୍ସ ଅଫ୍‌ ମେଡିକାଲ ଡିଭାଇସେସ୍‌ (ଏଆଇଏମ୍‌ଇଡି), ଟଏ ଆସୋସିଏଶନ ଅଫ୍‌ ଇଣ୍ଡିଆ, ୟୁନାଇଟେଡ୍‌ ଷ୍ଟେଟ୍‌ସ ଇଣ୍ଡିଆ ବିଜନେଶ୍‌ କାଉନସିଲ୍‌ ଏବଂ ଅନ୍ୟାନ୍ୟ କମ୍ପାନୀ ସହ ଆଲୋଚନା ଫଳପ୍ରଦ ହୋଇଛି। ଏହା ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ବିକାଶ କରିବା ସହ ଅର୍ଥନୀତି ଅଭିବୃଦ୍ଧିକୁ ନୂଆରୂପ ଦେବ। ସେହିପରି ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଦକ୍ଷତା ବୃଦ୍ଧିରେ ମଧ୍ୟ ସହାୟକ ହେବ। କେମିକାଲ, ପେଟ୍ରୋକେମିକାଲ, ବସ୍ତ୍ର ଓ ଅନ୍ୟାନ୍ୟ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରି ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ରପ୍ତାନି ବୃଦ୍ଧି କରିବ।
ଚୁକ୍ତି ସ୍ବାକ୍ଷର ସମାରୋହରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସ୍ବାଗତ ଅଭିଭାଷଣ ଦେଇଥିବାବେଳେ ଆଇଓସିଏଲ୍‌ ଚେୟାରମ୍ୟାନ ଏ. ଏସ୍‌. ସାହାଣୀ ମତ ରଖିଥିଲେ। ଶିଳ୍ପ ଏବଂ ଏମ୍‌ଏସ୍‌ଏମ୍‌ଇ ଅତିରିକ୍ତ ଶାସନ ସଚିବ ହେମନ୍ତ ଶର୍ମା ଭିଡିଓ ମାଧ୍ୟମରେ ତଥ୍ୟ ଉପସ୍ଥାପନ କରିଥିଲେ। ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ହରଦୀପ ସିଂହ ପୁରୀ ପ୍ରମୁଖ ରାଜ୍ୟରେ ଶିଳ୍ପ ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri