ନୂଆପଡ଼ାରେ ରୋଡ୍‌ ଶୋ’ କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା,୬ା୧୧: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ୍‌ ଶୋ’ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଭାଜପା ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ସାମିଲ ହୋଇଛନ୍ତି। ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ଅନ୍ୟମାନେ ମଧ୍ୟ ରୋଡ୍‌ ଶୋ’ରେ ସାମିଲ ହୋଇଛନ୍ତି।

ସେହିପରି ଛତିଶଗଡ ମୁଖ୍ୟମନ୍ତ୍ରୀ ନୂଆପଡା ବ୍ଲକର ପଞ୍ଚମପୁର ଠାରେ ଆୟୋଜିତ ସାଧାରଣ ସଭାରେ ପ୍ରଚାର କରିଛନ୍ତି। ନୂଆପଡା ନିର୍ବାଚନମଣ୍ଡଳୀ ଛତିଶଗଡ଼ ରାଜ୍ୟର ସୀମାନ୍ତବର୍ତ୍ତୀ ଅଞ୍ଚଳ ଅଟେ। ଏହି ଅଞ୍ଚଳର ଅଧିକାଂଶ ଲୋକ ଛତିଶଗଡ ଉପରେ ନିର୍ଭରଶୀଳ ଅଟନ୍ତି। ତେଣୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଦ୍ୱାରା ନୂଆପଡା ଭୋଟରଙ୍କ ଉପରେ ପ୍ରଭାବ ପଡିବ ବୋଲି କୁହାଯାଉଛି।

Dharitri – Odisha’s No.1 Trusted Odia Daily

Share