ବଜେଟରେ ଉପକୂଳବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ,୨୦।୨: ଏଥର ବଜେଟରେ ଉଚ୍ଚଶିକ୍ଷା ଭିତ୍ତିଭୁମିକୁ ସଜାଡିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ ବଡ଼ ଘୋଷଣା କରାଯାଇଥିବା ବେଳେ ଏଥିରେ ୩ ଲକ୍ଷ ପିଲା ଉପକୃତ ହେବେ।
ଏହାସହ ଉପକୂଳବାସୀଙ୍କ ପାଇଁ ଚଳିତ ବଜେଟରେ ବ’ ଘୋଷଣା କରାଛନ୍ତି ଅର୍ଥମନ୍ତ୍ରୀ ତଥଶ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଘୋଷଣାକ୍ରମେ ରାଜ୍ୟରେ ୪ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ। ଏହା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବକୁ ଘୋଷଣା କରାଯାଇଛି।
କେବଳ ସେତିକି ନୁହେଁ ଆଉ ୨ଟି ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ପାଇଁ ବି ଘୋଷଣା କରାଯାଇଛି। ପାରାଦୀପ ଓ ବଲାଙ୍ଗିରରେ ନିର୍ମାଣ ହେବ ଇଞ୍ଜନିୟରିଂ କଲେଜ। ସେହିପରି ଉତ୍କର୍ଷ ITI ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ କରାଯାଇଛି।

Dharitri – Odisha’s No.1 Odia Daily

Share