ଭୁବନେଶ୍ବର,୨୮।୧: ରାଉରକେଲାରେ ଏଣ୍ଟରପ୍ରାଇଜ ଓଡ଼ିଶାର ରଜତ ଜୟନ୍ତୀ ସଂସ୍କରଣ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆଜି ବଡ଼ ଘୋଷଣା କରିଛନ୍ତି । ସେ ୮୮୮୪ କୋଟିର ୨୦ଟି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ୬୮୩୨ ଚାକିରି ମଧ୍ୟ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
୨୨ଟି ଏମଓୟୁ ଓ ୫ଟି ନିବେଶ ପ୍ରସ୍ତାବରେ ୫୨୦୨୬ କୋଟି ଲକ୍ଷ୍ୟ ରଖାଯାଇଛି । ୨୦୪୨୭ ଚାକିରି ସମ୍ଭାବନା ନେଇ ମୋହନ ମାଝୀ ଘୋଷଣା କରିଛନ୍ତି । ଓଡ଼ିଶାର ଶିଳ୍ପ ବିକାଶର ମୂଳ ଇଞ୍ଜିନ ଭାବେ ଉଭା ହୋଇଛି ପଶ୍ଚିମ ଓଡ଼ିଶା । ଆମେ ସର୍ବୋତ୍ତମ ହେବୁ ଏବଂ ସର୍ବୋତ୍ତମଙ୍କ ସହ ପ୍ରତିଯୋଗିତା କରିବୁ ।
ସେହିପରି ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଖୁବଶୀଘ୍ର ରାଉରକେଲା ବିମାନବନ୍ଦର ଓ ଷ୍ଟିଲ୍ ପ୍ଲାଣ୍ଟର ସମ୍ପ୍ରସାରଣ ହେବ । ଏନେଇ ଏକ ଟାସ୍କ ଫୋର୍ସ ଗଠନ କରାଯାଇଛି । ବିମାନବନ୍ଦରକୁ କାଟାଗୋରୀ-Cକୁ ବୃଦ୍ଧି କରିବାକୁ ଯୋଜନା ଚାଲିଛି । କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ଥିବା କହିଲେ ମୁଖ୍ୟମନ୍ତ୍ରୀ ।

