ରାଜ୍ୟବାସୀଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ: କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୨।୧: ରାଜ୍ୟର ସଡକ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ। ସାରା ରାଜ୍ୟରେ ଏବେ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ, ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଡକ ସୁରକ୍ଷା ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛନ୍ତି। ଏହା ସହିତ ରାଜ୍ୟ ରାଜଧାନୀର କାୟାକଳ୍ପ ହେଲାଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି।

ଲୋକସେବା ଭବନର କନଭେନସନ ହଲ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟ ଓ ଦେଶରେ ବଢୁଥିବା ସଡ଼କ ଦୁର୍ଘଟଣା ଯୋଗୁ ଗଭୀର ଉଦ୍ବେଗ ପ୍ରକାଶ କରିବା ସହିତ ସମସ୍ତଙ୍କୁ ସଡକ ସୁରକ୍ଷାର ନିୟମ ପାଳନ କରିବା ପାଇଁ ଆହ୍ବାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସଡକ ସୁରକ୍ଷା ପାଇଁ ରାଜ୍ୟ ସରକାର ଚାରିଟି ‘E’ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସେଗୁଡିକ ହେଲା ଏଜୁକେସନ ବା ଶିକ୍ଷା, ଏନ୍ଫୋର୍ସମେଣ୍ଟ ବା ନିୟମର କଡାକଡି ଅନୁପାଳନ, ଇଞ୍ଜିନିୟରିଂ ବା ଯୋଗାଯୋଗ ଭିତ୍ତିଭୂମି ଓ ଯାନବାହନରେ ଉନ୍ନତ ଇଞ୍ଜିନିୟରିଂ ବିଦ୍ୟା ପ୍ରୟୋଗକରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ଏମର୍ଜେନ୍ସି ବା ଜରୁରୀ ସମୟରେ ତୁରନ୍ତ ଚିକିତ୍ସା ସହାୟତା ପ୍ରଦାନ। ଏହି ଚାରିଟି ନିୟମ ଅନୁପାଳନ ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଆଉ ଦୁଇଟି ‘E’ ଅନୁପାଳନ ପାଇଁ ପରାମର୍ଶ ଦେଇଛନ୍ତି। ଏହାହେଲା ଏନଫୋର୍ସମେଣ୍ଟ ଓ ଇଭାଲ୍ୟୁଏସନ। ଯାନବାହନର ପ୍ରଦୂଷଣ ନିୟମକୁ ସଠିକ ଭାବେ ପାଳନ କରିବା ସହିତ ସଡକ ସୁରକ୍ଷାର ଯେଉଁ ନିୟମ ଗୁଡିକ ଅଛି, ତାହାର ଫଳାଫଳ ସମ୍ପର୍କରେ ଉପଯୁକ୍ତ ମୂଲ୍ୟାୟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ମୂଲ୍ୟାୟନକୁ ଭିତ୍ତିକରି ବିଭିନ୍ନ ସଡକ ସୁରକ୍ଷା କାର୍ଯ୍ୟକ୍ରମକୁ ପରିବର୍ତ୍ତନ କିମ୍ବା ଆହୁରି ଉନ୍ନତ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଆଜିଠାରୁ ସଡ଼କ ସୁରକ୍ଷାକୁ ସୁଶାସନ ବା Good Governanceର ଅଂଶ ଭାବେ ଗ୍ରହଣ କରାଗଲା। ଏହାଦ୍ବାରା ସରକାରୀ ଅଧିକାରୀମାନେ ଏହା ଉପରେ ଅଧିକ ସତର୍କ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହାକୁ ଭିତ୍ତିକରି ମୁଖ୍ୟମନ୍ତ୍ରୀ ଆଜି ‘ମୁଖ୍ୟମନ୍ତ୍ରୀ ସଡକ ସୁରକ୍ଷା ଯୋଜନା ସମ୍ମାନ’ ଘୋଷଣା କରିଛନ୍ତି। ଏହି ଯୋଜନାରେ ସମସ୍ତ ଜିଲା, ଶିକ୍ଷାନୁଷ୍ଠାନ ଓ ବେସରକାରୀ ଅନୁଷ୍ଠାନ ଗୁଡିକୁ ସଡ଼କ ସୁରକ୍ଷା କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ଭିତ୍ତିକରି ସମ୍ମାନିତ କରାଯିବ। ଯେଉଁ ଜିଲାଗୁଡିକ ଭଲ ପ୍ରଦର୍ଶନ କରିବେ, ସେମାନେ ପୁରସ୍କାର ପାଇବେ ଏବଂ ଯେଉଁମାନଙ୍କ ପ୍ରଦର୍ଶନ ଖରାପ ହେବ, ସେମାନଙ୍କୁ ଉତ୍ତରଦାୟୀ କରାଯିବ। ସେହିପରି ବିଦ୍ୟାଳୟ ଓ ଅନ୍ୟ ଅନୁଷ୍ଠାନ ଗୁଡିକୁ ମଧ୍ୟ ସଡ଼କ ସୁରକ୍ଷା ପାଇଁ ଗ୍ରହଣ କରିଥିବା ଉତ୍ତମ ପଦକ୍ଷେପ ଭିତ୍ତିରେ ପୁରସ୍କାର ପ୍ରଦାନ କରାଯିବ।
ଏହାଦ୍ବାରା ରାଜ୍ୟର ପ୍ରତ୍ୟେକ ଅଞ୍ଚଳରେ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ବୃଦ୍ଧିହେବ ଏବଂ ଦୁର୍ଘଟଣା କମିବାରେ ଏହି ପଦକ୍ଷେପ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ଏହି ଅବସରରେ ରାଜ୍ୟର ଘାଟିରାସ୍ତା ଗୁଡିକରେ ସଡକ ସୁରକ୍ଷା ପାଇଁ ଏକ ଅନନ୍ୟ ଓ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। କଳିଙ୍ଗା ଘାଟିରେ ଗାଡି ଚାଳକମାନଙ୍କୁ ସତର୍କ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ସତର୍କ ସୂଚନା ଘଣ୍ଟିର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ବ୍ୟବସ୍ଥାରେ ଘାଟିର ଉଭୟ ପଟୁ ଗାଡି ଆସୁଥିଲେ ସାଇରନ ବାଜି ସତର୍କ କରାଇବ। ଏହା ଏକ ପାଇଲଟ ପ୍ରୋଜେକ୍ଟ ଭାବେ ଆରମ୍ଭ କରାଯାଇଛି। ଏହାର ସଫଳତାକୁ ଦେଖି ଅନ୍ୟାନ୍ୟ ଘାଟି ରାସ୍ତାରେ ଏହା ଆରମ୍ଭ କରାଯିବ।

ସେହିପରି ଏହି ଅବସରରେ କଟକ ଭୁବନେଶ୍ବରର ଟ୍ବିନସିଟିରେ ଉନ୍ନତ ଟ୍ରାଫିକ ପରିଚାଳନା ପାଇଁ ଆଇଆଇଟି ଖଡଗପୁର ସହିତ ଏକ ବୁଝାମଣା ପତ୍ର ସ୍ବାକ୍ଷର କରାଯାଇଥିଲା। ଆଇଆଇଟିର ରିପୋର୍ଟ ପରେ ଏହି ଆଧାରରେ ଦୁଇ ସହରର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରାଯିବ।

ପରିବେଶ ସୁରକ୍ଷା ପାଇଁ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଚାର୍ଜିଙ୍ଗ ଷ୍ଟେଶନର ମଧ୍ୟ ଆବଶ୍ୟକତା ରହିଛି। ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ପାଇଁ ୧୫ଟି ଚାର୍ଜିଙ୍ଗ ଷ୍ଟେଶନର ଲୋକାର୍ପଣ କରିଛନ୍ତି। ସୂଚନା ଯୋଗ୍ୟ ଯେ ରାଜ୍ୟରେ ଆହୁରି ୮୫ଟି ଚାର୍ଜିଙ୍ଗ ଷ୍ଟେସଶନ ନିର୍ମାଣାଧୀନ ଅଛି, ଏଗୁଡିକ ଖୁବଶୀଘ୍ର ଲୋକାର୍ପିତ ହେବ। ଆଗାମୀ ଦିନରେ ଆହୁରି ଅଧିକ ଚାର୍ଜିଙ୍ଗ ଷ୍ଟେଶନ ନିର୍ମାଣ କରାଯିବ।

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଆଜି ୧୪ଟି ନୂତନ ଅଟଳ ବସ୍‌ଷ୍ଟାଣ୍ଡକୁ ଲୋକାର୍ପିତ କରିଛନ୍ତି। ୧୫୬.୫୩ କୋଟି ଟଙ୍କା ବ୍ୟୟରେ ଏହି ବସ୍‌ଷ୍ଟାଣ୍ଡଗୁଡିକ ରାଜ୍ୟର ୧୦ଟି ଜିଲାରେ ନିର୍ମିତ ହୋଇଛି। ପୂର୍ବରୁ ୫୫ଟି ଅଟଳ ବସ୍‌ଷ୍ଟାଣ୍ଡ ଲୋକାର୍ପିତ ହୋଇଛି। ଆଗାମୀ ଦିନରେ ରାଜ୍ୟର ସମସ୍ତ ଜିଲା, ଉପଖଣ୍ଡ, ପଞ୍ଚାୟତ ସମିତି ଓ ପୌରପାଳିକା ଗୁଡିକରେ ଅଟଳ ବସଷ୍ଟାଣ୍ଡ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଆଜି ରାଜ୍ୟ ସଡକ ପରିବହନ ନିଗମ ପକ୍ଷରୁ ୪୬ କୋଟି ଟଙ୍କା ମୂଲ୍ୟର ୧୦୦ଟି ନୂତନ BS-୬ ମାନର ଆଧୁନିକ ବସ ଚଳାଚଳର ଶୁଭାରମ୍ଭ କରାଯାଇଛି। ନିଗମର ପୁରୁଣା ବସ ବଦଳରେ ଏହି ସବୁ ପରିବେଶ ଅନୁକୂଳ ଅତ୍ୟାଧୁନିକ ନୂଆ ବସ କିଣାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପରିବହନ ନିଗମ ପକ୍ଷରୁ ପରିଚାଳିତ ବସଗୁଡିକ ପାଇଁ ‘Closed Loop Smart Transit Card’ ବା ସ୍ମାର୍ଟ କାର୍ଡ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଡ ବ୍ୟବହାର କରି ଯାତ୍ରୀମାନେ କ୍ୟାସଲେସ ଟିକେଟ କାଟି ସୁବିଧାରେ ଯାତ୍ରା କରିପାରିବେ।
ଏହି ଅବସରରେ ବ୍ରହ୍ମପୁର ଠାରେ CRUT ପକ୍ଷରୁ ନିର୍ମିତ ହୋଇଥିବା ଏକ ଅତ୍ୟାଧୁନିକ ବସ ଡିପୋରୁ ୨୫ଟି ନୂତନ ଇ-ବସ ଚଳାଚଳର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଆଧୁନିକ ପ୍ରଣାଳୀରେ ର୍ନିମିତ ଏହି ଡିପୋ ବ୍ରହ୍ମପୁର ଏବଂ ଏହାର ନିକଟସ୍ଥ ଅଞ୍ଚଳରେ ଇ-ବସ ପରିଚାଳନା କରିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟ ପୂର୍ତ୍ତ ବିଭାଗର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ବରର ଯେପରି କାୟାକଳ୍ପ ହେବ, ତାକୁ ଦୃଷ୍ଟିରେ ରଖି ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ୯୫୨ କୋଟି ଟଙ୍କା ବ୍ୟୟ ଅଟକଳରେ ମୁଖ୍ୟମନ୍ତ୍ରୀ ଏକ ନୂଆ ଏଲିଭେଟେଡ କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିରେ ଜୟଦେବ ବିହାର ଛକ, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଓ କିଟ ଛକରେ ଚାରିଟି ଫ୍ଲାଏ-ଓଭର ନିର୍ମାଣ କରାଯିବ। ଏହାଦ୍ବାରା ରାଜ୍ୟର ଏକ ଗହଳିପୂର୍ଣ୍ଣ ସଡକରେ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆସିବ ଏବଂ ଜନସାଧାରଣ କମ ସମୟ ମଧ୍ୟରେ ସୁବିଧାରେ ଯିବାଆସିବା କରିପାରିବେ ।
ସେହିପରି ରାଜ୍ୟରେ ଏକ ନୂତନ ଅତ୍ୟାଧୁନିକ ଲୋକସେବା ଭବନ ନିର୍ମାଣ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି। ୭୧.୧୩ ଏକର ଜାଗାରେ ଗୋଟିଏ କ୍ୟାମ୍ପସ ଭିତରେ ଲୋକସେବା ଭବନ ଓ ରାଜ୍ୟ ବିଧାନସଭା ରହିବ। ଡିଲିମିଟେସନକୁ ଦୃଷ୍ଟିରେ ରଖି ବିଧାନସଭାକୁ ୩୦୦ ଆସନ ବିଶିଷ୍ଟ କରାଯିବ। ଏଥିପାଇଁ ୩,୬୨୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।
ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ୬,୭୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ସମୁଦାୟ ୭୧ଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏଥି ମଧ୍ୟରୁ ପ୍ରାୟ ୫,୬୩୦ କୋଟି ଟଙ୍କା ବିନିଯୋଗରେ ୩୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ, ପ୍ରାୟ ୧,୦୭୦ କୋଟି ଟଙ୍କା ବିନିଯୋଗରେ ୩୨ ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଜନଶୁଣାଣିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଅଧାରୁ ସ୍ଥଗିତ ରହିଲା କାର୍ଯ୍ୟକ୍ରମ

ଜଳେଶ୍ୱର,୨୭ା୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧିନସ୍ଥ ସେଖସରେଇ (କ) ବାଲି ସୈରାତ ପାଇଁ ଆୟୋଜିତ ଜନଶୁଣାଣି ରଣକ୍ଷେତ୍ରରେ ପରିଣତ ହୋଇଛି। ବାଲି ଖନନ ପାଇଁ…

ଶିକ୍ଷକଙ୍କ ଘର ତାଲା ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ

ଗୁଡ଼ାରି,୨୭ା୨(ପ୍ରମୋଦ କୁମାର ପତି): ଦୀର୍ଘଦିନର ବ୍ୟବଧାନ ପରେ ଗୁଡ଼ାରି ସହରରେ ଚୋରି ଦେଖିବାକୁ ମିଳିଛି। ସହରର ୯ ନମ୍ବର ଓ୍ବାର୍ଡ ତଥା ଶ୍ରୀରାମ ନଗରରେ ବାସ କରୁଥିବା…

Video: କୋଲକାତାରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା, ଭୟରେ ଘରୁ ବାହାରି ଆସିଲେ ଲୋକେ

କୋଲକାତା,୨୭।୨: କୋଲକାତାରେ ଶକ୍ତିଶାଳୀ ଭୂକମ୍ପ । ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଅପରାହ୍ନ ପ୍ରାୟ ୧ଟା୨୦ ସମୟରେ ଭୂମିକମ୍ପ ହୋଇଥିଲା। କୋଲକାତା…

ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ, ପଟ୍ଟା ସଂଶୋଧନ କରିବାକୁ ନେଉଥିଲେ…

ରାଜନଗର,୨୭ା୨(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ ଅନ୍ତର୍ଗତ କୋରଡ଼ାଗଡ଼ ସର୍କଲ ରାଜସ୍ବ ନିରୀକ୍ଷକ ପ୍ରଦ୍ୟୁମ୍ନ କୁମାର ବେହେରା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ଏକ ପଟ୍ଟାକୁ ସଂଶୋଧନ…

ବିୟୁଟିପାର୍ଲରରେ ଲାଗିଲା ଭୟଙ୍କର ନିଆଁ, ଧୂଆଁ ଦେଖି…

ବୌଦ୍ଧ,୨୭ା୨(ଅଜିତ କୁମାର ବାରିକ): ବୌଦ୍ଧ ସହରର ଖାଲିଆ ବଗିଚାଠାରେ ଏକ ବିୟୁଟିପାର୍ଲରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଖାଲିଆ…

1 March new Rule: ପହିଲାରୁ ବଦଳିଯିବ ଏହି ୫ ନିୟମ, ସିଧାସଳଖ ଆପଣଙ୍କ ପକେଟ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୨୭।୨: ପ୍ରତି ମାସର ପ୍ରଥମ ଦିନ କିଛି ନୂଆ ଜିନିଷ ଆଣିଥାଏ, କିନ୍ତୁ ୧ ମାର୍ଚ୍ଚ, ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେବ। ଏଥର, ପରିବର୍ତ୍ତନଗୁଡ଼ିକ କେବଳ…

ଯୁବତୀଙ୍କୁ ବଳାତ୍କାର କରି ବନ୍ଧା ହେଲେ ଯୁବକ

ଦେବଗଡ଼,୨୭ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳର ଯୁବତୀଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି। ଉକ୍ତ ଘଟଣାରେ ପୋଲିସ ଝରଝରିଖୋଳ ଗ୍ରାମର ଲିପୁନ…

WhatsApp ଡାଉନ୍‌: ଅଧିକ ପ୍ରଭାବିତ ୱେବ ୟୁଜର୍ସ

ନୂଆଦିଲ୍ଲୀ,୨୭।୨: ଭାରତରେ ହ୍ବାଟ୍ସଆପ୍‌ ୱେବ ୟୁଜର୍ସମାନେ ଲଗ ଇନ କରିବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ସକାଳେ ଅନେକ ୟୁଜର୍ସ ହ୍ବାଟ୍ସଆପ ୱେବ ବ୍ୟବହାର କରିବାରେ ସମସ୍ୟାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri