ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭ା୬: ଆଜି ସମଗ୍ର ଦେଶରେ ଭକ୍ତି ଓ ବିଶ୍ୱାସର ଏକ ମହା ମିଳନ ଦେଖିବାକୁ ମିଳିଛି। ବିଶ୍ୱପ୍ରସିଦ୍ଧ ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମଗ୍ର ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି, କୋଟି ଓଡ଼ିଆଙ୍କ ମଉଡ଼ମଣି ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ରାଜ୍ୟର ବିକାଶ ତଥା ସମସ୍ତଙ୍କର କଲ୍ୟାଣ ପାଇଁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଚରଣକମଳରେ ମୁଁ ପ୍ରାର୍ଥନା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share