Posted inଜାତୀୟ

ଯମୁନା ନଦୀ ପାଣି ପିଇଲେ ମୁଖ୍ୟମନ୍ତ୍ରୀ: ଜାତୀୟ ରାଜନୀତି ସରଗରମ

ନୂଆଦିଲ୍ଲୀ,୩୦ା୧:ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଯମୁନା ନଦୀର ଜଳ ପ୍ରଦୂଷଣ ପାଇଁ ହରିୟାଣାର ଭାଜପା ସରକାରଙ୍କୁ ଦାୟୀ କରିଥିଲେ। ସେ କହିଥିଲେ, ଲୋକଙ୍କୁ ପାଣିରୁ ବଞ୍ଚତ୍ତ କରିବାଠାରୁ ବଡ଼ ପାପ ନାହିଁ। ଭାଜପା ଦିଲ୍ଲୀବାସୀଙ୍କୁ ତୃଷାର୍ତ୍ତ କରି ରଖିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ହରିୟାଣା ସରକାର ଯମୁନା ଜଳରେ ବିଷ ମିଶାଇ କଳୁଷିତ ରାଜନୀତି କରୁଛନ୍ତି। ଏହି ବିଷାକ୍ତ ପାଣିକୁ ବିଶୋଧନ କରାଯାଇପାରିବ ନାହିଁ। ଆପ୍‌ ପୁନର୍ବାର କ୍ଷମତାକୁ ଆସିଲେ ଆଉ ଏପରି ହେବାକୁ ଦିଆଯିବ ନାହିଁ। ଏହାର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏକ ସଭାରେ କହିଛନ୍ତି, ଆପ୍‌ଦା ଲୋକେ ନିର୍ବାଚନରେ ପରାଜୟ ଭୟରେ ମନଇଚ୍ଛା ଅଭିଯୋଗ ଆଣୁଛନ୍ତି। ସେମାନେ ଯେଉଁ ପାପ କରିଛନ୍ତି, ତାକୁ ହରିୟାଣା ଓ ଭାରତର ଲୋକେ କେବେ ଭୁଲିବେ ନାହିଁ। ହରିୟାଣା ସରକାର ପାଣିରେ ବିଷ ମିଶାଇଥିବେ କେହି ଭାବିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେପଟେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସାଇନି ବୁଧବାର ଯମୁନା ନଦୀକୁ ଯାଇ ଏହାର ପାଣି ପିଇଛନ୍ତି। ରାଜନୈତିକ ଫାଇଦା ଆଶାରେ କେଜ୍‌ରିଓ୍ବାଲ ଦେଇଥିବା ଦୁର୍ଭାଗ୍ୟଜନକ ମନ୍ତବ୍ୟ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ପାଇଁ ଉଦ୍ଦିଷ୍ଟ। କେଜ୍‌ରିଓ୍ପାଲ ସାରା ଜୀବନ ମିଛ କହିଆସିଛନ୍ତି ବୋଲି ସେ ସମାଲୋଚନା କରିଛନ୍ତି।
ଇତିମଧ୍ୟରେ କେଜ୍‌ରିଓ୍ବାଲଙ୍କ ମନ୍ତବ୍ୟକୁ ନେଇ ଭାଜପା ନିର୍ବାଚନ କମିଶନ (ଇସି)ଙ୍କ ଦ୍ୱାରସ୍ଥ ହୋଇଥିଲା। ଇସି ତାଙ୍କୁ ବୁଧବାର ରାତି ୮ ସୁଦ୍ଧା ପ୍ରମାଣ ସମ୍ବଳିତ ଜବାବ ଦାଖଲ ପାଇଁ ପତ୍ର ଲେଖି ନିର୍ଦ୍ଦେଶ ଦେଇଥିଲେ। ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ପୂର୍ବରୁ ଏହା ଉପରେ କେଜ୍‌ରିଓ୍ବାଲ ୧୪ ପୃଷ୍ଠାର ଏକ ଜବାବ ଦାଖଲ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଭାଜପା ଶାସିତ ରାଜ୍ୟ ହରିୟାଣାରୁ ଆସୁଥିବା ଯମୁନା ଜଳ ଏତେ ବିଷାକ୍ତ ହୋଇଯାଇଛି ଯେ, ତାହା ମଣିଷଙ୍କ ଦ୍ୱାରା ବ୍ୟବହାରଯୋଗ୍ୟ ନୁହେଁ। ଏହାକୁ ପିଇଲେ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି ସେ ସଫେଇ ଦେଇଛନ୍ତି। କେଜ୍‌ରିଓ୍ବାଲ ଆହୁରି କହିଛନ୍ତି, ଦିଲ୍ଲୀ ଜଳ ବୋର୍ଡ ସିଇଓଙ୍କଠାରୁ ହସ୍ତଗତ ପତ୍ର ଅନୁସାରେ ଯମୁନା ପାଣିରେ ଆମୋନିଆ ସ୍ତର ଅଧିକ ରହିଛି। ଏହାକୁ ପିଇଲେ ଲୋକଙ୍କ ସ୍ବାସ୍ଥ୍ୟହାନି ଘଟିପାରେ। ତେବେ ଦିଲ୍ଲୀବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସେ ଏପରି ମନ୍ତବ୍ୟ ଦେଇଥିବା କହିଛନ୍ତି। ଇତିମଧ୍ୟରେ ଭାଜପାର ଅଭିଯୋଗ କ୍ରମେ ସୋନିପଥର ଏକ କୋର୍ଟ କେଜ୍‌ରିଓ୍ବାଲଙ୍କୁ ସମନ କରିଛନ୍ତି। ଆସନ୍ତା ୧୭ରେ ହାଜର ହେବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri