ଭୁବନେଶ୍ୱର,୧୨ା୧: ଲୋକସେବା ଭବନରେ ସୋମବାର ଶୁଭାରମ୍ଭ ହୋଇଛି ଜାତୀୟ ସଡ଼କ ସୁରକ୍ଷା ମାସ। ଏହି ପରିପ୍ରେକ୍ଷୀରେ ୧୪ଟି ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୧୦ଟି ଜିଲାରେ ମୋଟ୍ ୧୫୬.୫୩ କୋଟି ଟଙ୍କା ବ୍ୟୟରେ ବସ୍୍ଷ୍ଟାଣ୍ଡ ନିର୍ମାଣ ହେବ। ଏଥିସହ ଓଏସଆର୍ଟିସିର ୧୦୦ଟି ନୂତନ ବସ୍ର ବି ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ବସ୍ ସେବା ଅଧୀନରେ ବସ୍ ପରିଚାଳନା ମାର୍ଗର ପୁନର୍ବିନାସ ହୋଇଛି। ସେହିପରି ବ୍ରହ୍ମପୁରରେ CRUT ଇ-ବସ୍ ଡିପୋରେ ୨୫ଟି ଇ-ବସ୍ ସେବାର ଶୁଭାରମ୍ଭ ହୋଇଛି।