Posted inଜାତୀୟ

ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ, ଭାଜପା ପାଇଁ ମାଷ୍ଟରଷ୍ଟ୍ରୋକ୍‌-କଂଗ୍ରେସ ଲାଗି ହିଟ୍‌ ଓ୍ବିକେଟ୍‌..

ନୂଆଦିଲ୍ଲୀ/ଚଣ୍ଡିଗଡ଼,୧୯।୯: ଏବେ ଦେଶର କେତେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଜାରି ରହିଛି। ଭାଜପା ପକ୍ଷରୁ କର୍ନାଟକ, ଉତ୍ତରାଖଣ୍ଡ ଏବଂ ଗୁଜରାଟରେ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯାଇଛି। ଭାଜପା ପାଇଁ ଏହା ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହୋଇଛି। କଂଗ୍ରେସ ହାଇ କମାଣ୍ଡ ଏବେ ଭାଜପା ଶୈଳୀରେ ପଞ୍ଜାବ ଏବଂ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ ଯୋଜନା କରୁଛନ୍ତି। ମାତ୍ର ଏହା କଂଗ୍ରେସ ପାଇଁ ହିଟ୍‌ ଓ୍ବିକେଟ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଇତିମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ଦେଇ ସାରିଛନ୍ତି। କିଏ ନୂଆ ମୁଖ୍ୟମନ୍ତ୍ରୀ ହେବ ସେନେଇ କଂଗ୍ରେସ ପକ୍ଷରୁ ଭାଜପା ଭଳି ସସ୍‌ପେନ୍ସ୍‌ ମଧ୍ୟରେ ରଖା ଯାଇଛି।

କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପଞ୍ଜାବରେ କଂଗ୍ରେସ ପାଇଁ ଆଗାମୀ ରାସ୍ତା ଏତେ ସହଜ ନୁହେଁ। ଆସନ୍ତା ପାଞ୍ଚ ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଅମରିନ୍ଦରଙ୍କ ମନୋଭାବରୁ ସେ ଚୁପ ରହିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଭାଜପା ଗତ ୬ ମାସ ମଧ୍ୟରେ ତିନିଟି ରାଜ୍ୟରେ ୪ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଛନ୍ତି। କିନ୍ତୁ ଏହାକୁ କେହି ବିରୋଧ କରି ନାହାନ୍ତି। ମାତ୍ର ପଞ୍ଜାବରେ କ୍ଷମତା ହସ୍ତାନ୍ତର କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଯାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ମାର୍ଚ୍ଚରେ ଉତ୍ତରଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସ୍ଥାନରେ ଭାଜପା ଲୋକସଭା ସଦସ୍ୟ ତିରଥ ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା, ଏବଂ ଚାରିମାସ ପରେ ପୁଷ୍କର ସିଂ ଧାମିଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ସେହିପରି କର୍ନାଟକରେ ବି.ଏସ. ୟେଦୁରୁପ୍ପାଙ୍କୁ ବଦଳାଇ ମୁଖ୍ୟମନ୍ତ୍ରୀ ଭାବେ ବସଭାରାଜ ବୋମ୍ମାଇଙ୍କୁ ନିଯୁକ୍ତ କରାଯାଇଥିଲା। ଗତ ସପ୍ତାହରେ ଗୁଜରାଟରେ ଭୁପେନ୍ଦ୍ର ପଟେଲଙ୍କୁ ବିଜୟ ରୂପାନୀଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇ ଏକ ବ୍ରାଣ୍ଡ୍‌ ନିୟୁ ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ କରାଯାଇଛି।

ଅପରପକ୍ଷରେ, ବର୍ତ୍ତମାନ କଂଗ୍ରେସ ସାମ୍ନାରେ ସବୁଠାରୁ ବଡ ସଙ୍କଟ ଅମରିନ୍ଦର ସିଂଙ୍କ ସ୍ଥାନରେ ଜଣେ ନୂତନ ମୁଖ୍ୟମନ୍ତ୍ରୀ ବାଛିବା। ସୁନୀଲ ଝାଖଡ଼, ନବଜୋତ ସିଂ ସିଦ୍ଧୁ ଏବଂ ଅମ୍ବିକା ସୋନୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି। ଅମ୍ବିକାଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି। ମାତ୍ର ଅମ୍ବିକା ମୁଖ୍ୟମନ୍ତ୍ରୀ ହେବାକୁ ମନା ମଧ୍ୟ କରିଛନ୍ତି। କିନ୍ତୁ ପଞ୍ଜାବ ଶିଖ ସଂଖ୍ୟାଗରିଷ୍ଠ ରାଜ୍ୟ ହୋଇଥିବାରୁ ବିଧାନସଭା ନିର୍ବାଚନରେ ଦଳ କ୍ଷତି ସହିବାକୁ ଚାହୁଁ ନାହିଁ। ତେଣୁ ଜଣେ ଅଣ-ଶିଖ୍‌ଙ୍କୁ ମୁଖ୍ୟମନ୍ତ୍‌ରୀ କରିବା ଦଳ ପାଇଁ କ୍ଷତିକାରକ ହେବ ବୋଲି ରାଜନୈତିକସ୍ତରରେ ଚର୍ଚ୍ଚା ହେଉଛି। ଫଳରେ ଶିଖ ଏବଂ ଅଣ-ଶିଖ ଚେହେରା ମଧ୍ୟରେ ଦଳ ଦ୍ୱନ୍ଦ୍ୱରେ ରହିଛି।

ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିଷୟରେ ଅମରିନ୍ଦର ସ୍ପଷ୍ଟ କରିସାରିଛନ୍ତି ଯେ ସେ କୌଣସି ପରିସ୍ଥିତିରେ ତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବେ ନାହିଁ । ସିଦ୍ଧୁଙ୍କ କାର୍ଯ୍ୟକ୍ଷମତା ବ୍ୟତୀତ ଅମରିନ୍ଦର ଏହାକୁ ଦେଶର ସୁରକ୍ଷା ସହିତ ମଧ୍ୟ ଯୋଡିଛନ୍ତି। ସେ କହିଛନ୍ତି ଯେ ସିଦ୍ଧୁ ପାକିସ୍ତାନର ଜଣେ ବନ୍ଧୁ ଏବଂ ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ ତେବେ ଦେଶର ସୁରକ୍ଷା ପ୍ରତି ବିପଦ ଆସିବ।

ଦେଶର କେବଳ ତିନୋଟି ରାଜ୍ୟରେ କଂଗ୍ରେସ କ୍ଷମତାରେ ଅଛି ଏବଂ ଏସବୁ ରାଜ୍ୟରେ ଦଳ ଲଗାତାର ଆଭ୍ୟନ୍ତରୀଣ କଳହର ସମ୍ମୁଖୀନ ହେଉଛି। ବିବାଦର ସମାଧାନ ପାଇଁ ଏକ କମିଟି ଗଠନ କରାଯାଉଛି କିନ୍ତୁ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ପାରିନାହିଁ।

ଚଳିତ ବର୍ଷ ତିନୋଟି ରାଜ୍ୟରେ ଭାଜପା ସିଏମ ପରିବର୍ତ୍ତନ କରିଛି ତେବେ ପ୍ରତି କ୍ଷେତ୍ରରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଚୂଡାନ୍ତ ଭାବେ ଧରି ନିଆଯାଇଛି। ଏହା ବିରୋଧରେ ଦଳ ମଧ୍ୟରେ ମତଭେଦ ଥିଲେ ମଧ୍‌ୟ ଏହା ବାହାରକୁ ଆସି ନାହିଁ । କିନ୍ତୁ କଂଗ୍ରେସର ମତଭେଦ ବାହାରକୁ ଆସିବା ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ରୋଷେଇ କରୁଥିବାବେଳେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର, ଆଉ ତା’ ପରେ…

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ମୁଖ୍ୟ ବଜାରସ୍ଥିତ ଦୁଷ୍ମନ୍ତ ସାହୁ ନାମକ ବ୍ୟବସାୟୀଙ୍କ ବାସଭବନ ରୋଷେଇ ଘରେ ରନ୍ଧନ ଗ୍ୟାସ ଫାଟି ଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri