Posted inଜାତୀୟ

ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ, ଭାଜପା ପାଇଁ ମାଷ୍ଟରଷ୍ଟ୍ରୋକ୍‌-କଂଗ୍ରେସ ଲାଗି ହିଟ୍‌ ଓ୍ବିକେଟ୍‌..

ନୂଆଦିଲ୍ଲୀ/ଚଣ୍ଡିଗଡ଼,୧୯।୯: ଏବେ ଦେଶର କେତେକ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଜାରି ରହିଛି। ଭାଜପା ପକ୍ଷରୁ କର୍ନାଟକ, ଉତ୍ତରାଖଣ୍ଡ ଏବଂ ଗୁଜରାଟରେ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ କରାଯାଇଛି। ଭାଜପା ପାଇଁ ଏହା ମାଷ୍ଟରଷ୍ଟ୍ରୋକ ସାବ୍ୟସ୍ତ ହୋଇଛି। କଂଗ୍ରେସ ହାଇ କମାଣ୍ଡ ଏବେ ଭାଜପା ଶୈଳୀରେ ପଞ୍ଜାବ ଏବଂ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ପାଇଁ ଯୋଜନା କରୁଛନ୍ତି। ମାତ୍ର ଏହା କଂଗ୍ରେସ ପାଇଁ ହିଟ୍‌ ଓ୍ବିକେଟ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଇତିମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ଦେଇ ସାରିଛନ୍ତି। କିଏ ନୂଆ ମୁଖ୍ୟମନ୍ତ୍ରୀ ହେବ ସେନେଇ କଂଗ୍ରେସ ପକ୍ଷରୁ ଭାଜପା ଭଳି ସସ୍‌ପେନ୍ସ୍‌ ମଧ୍ୟରେ ରଖା ଯାଇଛି।

କ୍ୟାପଟେନ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପଞ୍ଜାବରେ କଂଗ୍ରେସ ପାଇଁ ଆଗାମୀ ରାସ୍ତା ଏତେ ସହଜ ନୁହେଁ। ଆସନ୍ତା ପାଞ୍ଚ ମାସ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଅମରିନ୍ଦରଙ୍କ ମନୋଭାବରୁ ସେ ଚୁପ ରହିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି। ଭାଜପା ଗତ ୬ ମାସ ମଧ୍ୟରେ ତିନିଟି ରାଜ୍ୟରେ ୪ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଛନ୍ତି। କିନ୍ତୁ ଏହାକୁ କେହି ବିରୋଧ କରି ନାହାନ୍ତି। ମାତ୍ର ପଞ୍ଜାବରେ କ୍ଷମତା ହସ୍ତାନ୍ତର କଂଗ୍ରେସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଯାଉଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ମାର୍ଚ୍ଚରେ ଉତ୍ତରଖଣ୍ଡର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତଙ୍କ ସ୍ଥାନରେ ଭାଜପା ଲୋକସଭା ସଦସ୍ୟ ତିରଥ ସିଂ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା, ଏବଂ ଚାରିମାସ ପରେ ପୁଷ୍କର ସିଂ ଧାମିଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା। ସେହିପରି କର୍ନାଟକରେ ବି.ଏସ. ୟେଦୁରୁପ୍ପାଙ୍କୁ ବଦଳାଇ ମୁଖ୍ୟମନ୍ତ୍ରୀ ଭାବେ ବସଭାରାଜ ବୋମ୍ମାଇଙ୍କୁ ନିଯୁକ୍ତ କରାଯାଇଥିଲା। ଗତ ସପ୍ତାହରେ ଗୁଜରାଟରେ ଭୁପେନ୍ଦ୍ର ପଟେଲଙ୍କୁ ବିଜୟ ରୂପାନୀଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇ ଏକ ବ୍ରାଣ୍ଡ୍‌ ନିୟୁ ମନ୍ତ୍ରିମଣ୍ଡଳ ମଧ୍ୟ ଗଠନ କରାଯାଇଛି।

ଅପରପକ୍ଷରେ, ବର୍ତ୍ତମାନ କଂଗ୍ରେସ ସାମ୍ନାରେ ସବୁଠାରୁ ବଡ ସଙ୍କଟ ଅମରିନ୍ଦର ସିଂଙ୍କ ସ୍ଥାନରେ ଜଣେ ନୂତନ ମୁଖ୍ୟମନ୍ତ୍ରୀ ବାଛିବା। ସୁନୀଲ ଝାଖଡ଼, ନବଜୋତ ସିଂ ସିଦ୍ଧୁ ଏବଂ ଅମ୍ବିକା ସୋନୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି। ଅମ୍ବିକାଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି। ମାତ୍ର ଅମ୍ବିକା ମୁଖ୍ୟମନ୍ତ୍ରୀ ହେବାକୁ ମନା ମଧ୍ୟ କରିଛନ୍ତି। କିନ୍ତୁ ପଞ୍ଜାବ ଶିଖ ସଂଖ୍ୟାଗରିଷ୍ଠ ରାଜ୍ୟ ହୋଇଥିବାରୁ ବିଧାନସଭା ନିର୍ବାଚନରେ ଦଳ କ୍ଷତି ସହିବାକୁ ଚାହୁଁ ନାହିଁ। ତେଣୁ ଜଣେ ଅଣ-ଶିଖ୍‌ଙ୍କୁ ମୁଖ୍ୟମନ୍ତ୍‌ରୀ କରିବା ଦଳ ପାଇଁ କ୍ଷତିକାରକ ହେବ ବୋଲି ରାଜନୈତିକସ୍ତରରେ ଚର୍ଚ୍ଚା ହେଉଛି। ଫଳରେ ଶିଖ ଏବଂ ଅଣ-ଶିଖ ଚେହେରା ମଧ୍ୟରେ ଦଳ ଦ୍ୱନ୍ଦ୍ୱରେ ରହିଛି।

ରାଜ୍ୟ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିଷୟରେ ଅମରିନ୍ଦର ସ୍ପଷ୍ଟ କରିସାରିଛନ୍ତି ଯେ ସେ କୌଣସି ପରିସ୍ଥିତିରେ ତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବେ ନାହିଁ । ସିଦ୍ଧୁଙ୍କ କାର୍ଯ୍ୟକ୍ଷମତା ବ୍ୟତୀତ ଅମରିନ୍ଦର ଏହାକୁ ଦେଶର ସୁରକ୍ଷା ସହିତ ମଧ୍ୟ ଯୋଡିଛନ୍ତି। ସେ କହିଛନ୍ତି ଯେ ସିଦ୍ଧୁ ପାକିସ୍ତାନର ଜଣେ ବନ୍ଧୁ ଏବଂ ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ ତେବେ ଦେଶର ସୁରକ୍ଷା ପ୍ରତି ବିପଦ ଆସିବ।

ଦେଶର କେବଳ ତିନୋଟି ରାଜ୍ୟରେ କଂଗ୍ରେସ କ୍ଷମତାରେ ଅଛି ଏବଂ ଏସବୁ ରାଜ୍ୟରେ ଦଳ ଲଗାତାର ଆଭ୍ୟନ୍ତରୀଣ କଳହର ସମ୍ମୁଖୀନ ହେଉଛି। ବିବାଦର ସମାଧାନ ପାଇଁ ଏକ କମିଟି ଗଠନ କରାଯାଉଛି କିନ୍ତୁ ଏପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ପାରିନାହିଁ।

ଚଳିତ ବର୍ଷ ତିନୋଟି ରାଜ୍ୟରେ ଭାଜପା ସିଏମ ପରିବର୍ତ୍ତନ କରିଛି ତେବେ ପ୍ରତି କ୍ଷେତ୍ରରେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଚୂଡାନ୍ତ ଭାବେ ଧରି ନିଆଯାଇଛି। ଏହା ବିରୋଧରେ ଦଳ ମଧ୍ୟରେ ମତଭେଦ ଥିଲେ ମଧ୍‌ୟ ଏହା ବାହାରକୁ ଆସି ନାହିଁ । କିନ୍ତୁ କଂଗ୍ରେସର ମତଭେଦ ବାହାରକୁ ଆସିବା ନିଶ୍ଚିତ।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

ବଡ଼ ଭବିଷ୍ୟବାଣୀ କଲେ ଶାହା: ‘୨୦୨୬ରେ ପଶ୍ଚିମବଙ୍ଗରେ ବିପୁଳ ବହୁମତ ସହିତ ସରକାର ଗଢିବ ଭାଜପା’

ନୂଆଦିଲ୍ଲୀ,୩୦।୧୨: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୋଲକାତାରେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏହି ସମୟରେସେ କହିଛନ୍ତି ଯେ ଏହି ଦିନଟି ସମସ୍ତ ଭାରତୀୟଙ୍କ...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri