୧୧୪ କୁଣ୍ଡୀୟ ଯଜ୍ଞରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୧୦ା୪: କେନ୍ଦୁଝର କାଳୀ ପଡ଼ିଆରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ୧୧୪ କୁଣ୍ଡୀୟ ମହାଯଜ୍ଞରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ କାଳୀ ପଡ଼ିଆରେ ପହଞ୍ଚି ଯଜ୍ଞକୁଣ୍ଡ ପାଖକୁ ଯିବା ପୂର୍ବରୁ ତାଙ୍କୁ ସନାତନ ଧର୍ମୀ ବ୍ରାହ୍ମଣମାନେ ମନ୍ତ୍ର ଓ ଶ୍ଳୋକ ଗାନ କରି ସ୍ବାଗତ କରିଥିଲେ। ଏହି ସମୟରେ ସିଦ୍ଧମଠରେ ଥିବା ବେଦ ବିଦ୍ୟାଳୟ ଛାତ୍ରଙ୍କ ଦାରା ପରିବେଶତ ହୋଇଥିବା ଶ୍ଳୋକ ଯଜ୍ଞସ୍ଥଳର ପରିବେଶକୁ ଆହୁରି ଆଧ୍ୟାତ୍ମିକତାରେ ଭରିଦେଇଥିଲା। ଏହି ଯଜ୍ଞରେ ଅନ୍ୟ ଜିଲାଗୁଡ଼ିକରୁ ୫୦୦ରୁ ଊର୍ଦ୍ଧ୍ୱ ସାଧୁସନ୍ଥ ଓ ବ୍ରାହ୍ମଣମାନେ ଯୋଗ ଦେଇଛନ୍ତ। ସକାଳ ୭ଟାରେ ବଡ଼ଶାସନସ୍ଥିତ ବାଲୁଙ୍କେଶ୍ୱର ମହେଶ ମନ୍ଦିର ନିକଟରେ ଥିବା ବଡ଼ପୋଖରୀରୁ ଜଳ ଆଣି କଳସ ଯାତ୍ରାରେ ବ୍ରତୀମାନେ ଆସିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୧୪ କୁଣ୍ଡ ସହ କୃଷ୍ଣ ଅର୍ଜ୍ଜୁନ ପୂଜନ, ସୂର୍ଯ୍ୟ ପୂଜନ ଓ ଗୋ’ ପୂଜନ କାର୍ଯ୍ୟ ଚାଲିଥିବା କଥା ଆୟୋଜକମାନେ କହିଛନ୍ତି। ଆର୍ଯ୍ୟ ସଂସ୍କୃତି ପରିଷଦର ସଭାପତି ପଣ୍ଡିତ ନିରଞ୍ଜନ ଦାଶ , ଡାକ୍ତର ଦେବଦତ୍ତ ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଯଜ୍ଞ କାର୍ଯ୍ୟ ସୂଚାରୁ ରୂପେ ଚାଲିଛି। ଏଥିରେ କାଳୀତୀର୍ଥର କର୍ମକର୍ତ୍ତାମାନେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ଖୁବଶୀଘ୍ର ଖୋଲିବ…ଶୁଣିଲେ ସବୁ ଦେଶ ହୋଇଯିବେ ଖୁସି

ଓ୍ବାଶିଂଟନ୍‌,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆଲୋଚନା ସଫଳ ହେଲେ ହର୍ମୁଜ ପ୍ରଣାଳୀ (ଯାହା ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରାୟ…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri