ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ଆଗୁଆ

ପୁରୁଷୋତ୍ତମପୁର,୪।୬(ସିମାଞ୍ଚଳ ମିଶ୍ର):ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଚାଲିଛି। ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ୩,୪୪୫ ଭୋଟରେ ଆଗୁଆ ରହିଛି। ବିଜେଡିର ନବୀନ ପଟ୍ଟନାୟକଙ୍କୁ ୧୬ ହଜାର ୦୧୩ ଭୋଟ ମିଳିଥିବା ବେଳେ ଭାଜପା ପ୍ରାର୍ଥୀ ଶିଶିର କୁମାର ମିଶ୍ରଙ୍କ ସପକ୍ଷରେ ୧୨ ହଜାର ୫୬୮ ଖଣ୍ତ ଭୋଟ ପଡିଛି।