ରତ୍ନଭଣ୍ଡାର ଗଣତିମଣତି ନେଇ ମୁଖ୍ୟ ପ୍ରଶାସକଙ୍କ ବଡ଼ ସୂଚନା: ଯେଉଁ ସମୟରେ ଶ୍ରୀମନ୍ଦିରରେ ଅଧିକ…

ପୁରୀ,୨୧ା୧୧: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏକ ବଡ଼ ସୂଚନା ଦେଇଛନ୍ତି। ସେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତିକୁ ନେଇ କହିଛନ୍ତି, ଶ୍ରୀମନ୍ଦିରରେ ଯେତେବେଳେ ନୀତିକାନ୍ତି ଅଧିକ ନ ଥିବ, ସେହି ସମୟରେ ଗଣତିମଣତି ହେବ। ନୀତିରେ ବାଧା ଓ ଶ୍ରଦ୍ଧାଳୁଙ୍କୁ ଯେଭଳି ଅସୁବିଧା ନ ହେବ ସେଥିପ୍ରତି ବିଶେଶ ଧ୍ୟାନ ଦିଆଯିବ। ଏନେଇ ଆଉ ଏକ ନୂଆ ଏସ୍‌ଓପି ଆସିବ, ପର୍ଯ୍ୟାୟ କ୍ରମେ ଗଣତିମଣତି ହେବ। କୌଣସି ସମୟସୀମା ନୁହେଁ, ତ୍ରୁଟି ଶୂନ୍ୟ ଗଣତିମଣତି ଲକ୍ଷ୍ୟ। ଶ୍ରୀଜିଉଙ୍କର ସ୍ବର୍ଣ୍ଣ ଅଳଙ୍କାରର ଆଉ ଏକ ସେଟ୍‌ କରିବାକୁ ପ୍ରସ୍ତାବ ଗୃହୀତ ହୋଇଛି। ଏଥିପାଇଁ ଏକ ଯୋଜନା ଆରମ୍ଭ କରିବୁ, ଶ୍ରଦ୍ଧାଳୁ ଚାହିଁଲେ ଦାନ କରିପାରିବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Dharitri – Odisha’s No.1 Odia Daily

Share